ମଧୁବାବୁ ପେନସନ୍‌ ହିତାଧିକାରୀଙ୍କୁ ମିଳିବ ନଗଦ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୧।୬: ଚଳିତ ମାସରୁ ମଧୁବାବୁ ପେନ୍‌ସନ୍‌ ଯୋଜନାର ହିତାଧିକାରୀଙ୍କୁ ନଗଦ ଟଙ୍କା ଆକାରରେ ପେନସନ୍‌ ଦିଆଯିବ। ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ହିତାଧିକାରୀଙ୍କୁ କର୍ମଚାରୀମାନେ ସେମାନଙ୍କ ଘରେ ଭତ୍ତା ରାଶି ପ୍ରଦାନ କରିବେ। ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ୮୦ ବର୍ଷରୁ ଅଧିକ ବୟସର ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ହିତାଧିକାରୀଙ୍କୁ ବ୍ୟାଙ୍କ ପ୍ରତିନିଧିମାନେ ସେମାନଙ୍କ ଘରେ ପହଞ୍ଚତ୍ ଭତ୍ତା ରାଶି ଦେବେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟି ଓ ଜିଲାସ୍ତରୀୟ ସମୀକ୍ଷା କମିଟି ବୈଠକରେ ଜିଲାପାଳ ପାରୁଲ ପଟୁଓ୍ବାରି ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି। ସେ ଏ କଥା ମଧ୍ୟ କହିଥିଲେ, ଯେଉଁମାନେ ଋଣ କରିଛନ୍ତି ସେମାନଙ୍କଠାରୁ ବିଭିନ୍ନ ସରକାରୀ ଯୋଜନାରେ ଦିଆଯାଉଥିବା ଭତ୍ତା ରାଶିରୁ କଟାଯାଇପାରିବ ନାହିଁ। ବ୍ୟାଙ୍କର୍ସମାନେ ଏଥିପ୍ରତି ଧ୍ୟାନ ଦେବେ। ଯେଉଁ ହିତାଧିକାରୀଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି, ସେମାନେ ବ୍ଲକସ୍ତରର ମୋ ସେବାକେନ୍ଦ୍ରରେ ଆଧାର ଲିଙ୍କ୍‌ କରି ପ୍ରାଥମିକ ଆକାଉଣ୍ଟ ସଂଶୋଧନ କରିପାରିବେ। ବଡ଼କଥା ହେଲା, ମୋ ଘର ଯୋଜନା ହେଉଛି ରାଜ୍ୟ ସରକାରଙ୍କ ଫ୍ଲାଗ୍‌ଶିପ୍‌ ପ୍ରୋଗ୍ରାମ। ଏହି ଯୋଜନାରେ ହିତାଧିକାରୀଙ୍କୁ ଗୃହଋଣ ପ୍ରଦାନ କରିବାରେ ବ୍ୟାଙ୍କର୍ସମାନେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ଜିଲାପାଳ ପରାମର୍ଶ ଦେଇଥିଲେ। ଅଗ୍ରିମ ବ୍ୟାଙ୍କ ପରିଚାଳକ, ନାବାର୍ଡ ଡିଡିଏମ୍‌ ନିଜ ସ୍ତରରେ ବିଭାଗୀୟ କ୍ଷେତ୍ର ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ କରିବେ। ଏଥିରେ ବ୍ୟାଙ୍କସ୍ତରରେ ବିଚାରାଧୀନ ଥିବା ଅର୍ଥାତ୍‌ ଅନୁମୋଦିତ ହୋଇ ନ ଥିବା ଋଣ ରାଶିର ସଂଶୋଧନ କରାଯାଇପାରିବ। ଆବଶ୍ୟକ ପଡ଼ିଲେ ପୁନର୍ବାର ଆବେଦନ କରାଯାଇପାରିବ। କ୍ଷେତ୍ରୀୟ ଅଧିକାରୀମାନେ ବ୍ୟାଙ୍କ ଅଧିକାରୀଙ୍କ ସହ ସମ୍ପର୍କ ରଖି ଋଣ ସ୍ଥିତି ସମ୍ପର୍କରେ ଅବଗତ ହେବା ଆବଶ୍ୟକ ବୋଲି ଜିଲାପାଳ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବ ବୈଠକର ବିବରଣୀ ଦୃଢ଼ୀକରଣ କରାଯାଇଥିଲା। ଜିଲାରେ ମାର୍ଚ୍ଚ ୨୦୨୩ ସୁଦ୍ଧା କ୍ରେଡିଟ୍‌-ଡେବିଟ୍‌ ଅନୁପାତ ୪୯:୭୮ ପ୍ରତିଶତକୁ ବୃଦ୍ଧି ପାଇଛି । ମାର୍ଚ୍ଚ ସୁଦ୍ଧା ଆନୁଆଲ କ୍ରେଡିଟ୍‌ ପ୍ଲାନ୍‌ ୧୦୩:୩୧ ପ୍ରତିଶତ ହୋଇଥିବା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଚିନାରା ବାପୁଜୀ ସୁବୁଦ୍ଧି ପ୍ରକାଶ କରିଥିଲେ। ବୈଠକରେ କୃଷି ଟର୍ମ ଲୋନ୍‌, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଖଦି ଓ ଗ୍ରାମ ଶିଳ୍ପ, ମହିଳା ଏସ୍‌ଏଚ୍‌ଜି ବ୍ୟାଙ୍କ ଲିଙ୍କେଜ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପିଏମ୍‌ଇଜିପି, ପିଏମ୍‌ଏଫ୍‌ଏମ୍‌ଇ, ଶିଳ୍ପୀ ଉନ୍ନତି ଯୋଜନା, ଷ୍ଟାଣ୍ଡ ଅଫ୍‌ ଇଣ୍ଡିଆ, ବଳରାମ, ଜାତୀୟ ସହରାଞ୍ଚଳ ଜୀବିକା ମିଶନ, ଫାଇନାନ୍ସିଆଲ ଲିଟେରାସି କ୍ୟାମ୍ପ, ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, କୁକୁଡ଼ା ଚାଷ, ଦୁଗ୍ଧ ଉତ୍ପାଦନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ରିଜର୍ଭ ବ୍ୟାଙ୍କ ପ୍ରତିନିଧିଭାବେ ମୋହିତ ଅଗ୍ରୱାଲ, ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ପରିଚାଳକ ଦେବାଶିଷ ରଥ, ଡିଡିଏମ୍‌ ନାବାର୍ଡ ବିଶ୍ୱଭୂଷଣ ମହାନ୍ତି, ମଦର୍ସ ସିଏଫ୍‌ଏଲ୍‌ ମୁଖ୍ୟ ପ୍ରମୋଦ କୁମାର ଦାସ, ବିଭିନ୍ନ ବ୍ୟାଙ୍କ ଶାଖା ପରିଚାଳକ, ଜିଲା ମୁଖ୍ୟ କୃଷି ଅଧିକାରୀ, ଜିଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକ, ଡିପିସି, ମିଶନ ଶକ୍ତି ଓ ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri