Posted inଜାତୀୟ

ତିରୁପତି ଲଡ଼ୁରେ ପଶୁ ଚର୍ବି ମିଶ୍ରିତ ଘିଅ ବ୍ୟବହାର ମାମଲା: ୪ଜଣଙ୍କୁ ଗିରଫ କଲା ସିବିଆଇ

ତିରୁପତି,୧୧।୨:ଆନ୍ଧ୍ରପ୍ରଦେଶ ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି)ରେ ପ୍ରସ୍ତୁତ ଲଡୁରେ ବ୍ୟବହାର ହେଉଥିବା ଘିଅରେ ଅପମିଶ୍ରଣ କରାଯାଉଥିବା ଘଟଣାରେ ସିବିଆଇ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରୁର୍‌କିସ୍ଥିତ ଭୋଲେବାବା ଡାଏରୀ ଫାର୍ମର ପୂର୍ବତନ ନିର୍ଦ୍ଦେଶକ ପୋମିଲ ଜୈନ ଓ ବିପିନ ଜୈନ, ପୁନମ୍ବକମ୍‌ର ବୈଷ୍ଣବୀ ଡାଏରୀର ସିଇଓ ଅପୂର୍ବ ବିନୟକାନ୍ତ ଚାଓ୍ବଡା ଏବଂ ତାମିଲ୍‌ନାଡ଼ୁ ଦୁଣ୍ଡିଗାଲ୍‌ର ଏଆର୍‌ ଡାଏରୀ ପରିଚାଳନା ନିର୍ଦ୍ଦେଶକ ରାଜୁ ରାଜଶେଖରନ୍‌। ଲଡୁ ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଶ୍ରଣ ହେଉଥିବା ନମୁନାରୁ ଜଣାପଡ଼ିବା ପରେ ସିବିଆଇ ଘଟଣାର ତଦନ୍ତ କରି ୪ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନାନୁସାରେ, ତିରୁପତି ଲଡୁରେ ଅପମିଶ୍ରଣ ଅଭିଯୋଗ ହେବା ପରେ ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ ସିବିଆଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଥିଲା। ଉକ୍ତ ଟିମ୍‌ରେ ୨ଜଣ ସିବିଆଇ ଅଧିକାରୀ, ଆନ୍ଧ୍ରପ୍ରଦେଶ ସରକାରଙ୍କ ୨ଜଣ ଅଧିକାରୀ, ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ(ଏଫ୍‌ଏସ୍‌ଏସ୍‌ଏଆଇ)ର ଜଣେ ପ୍ରତିନିଧି ରହିଛନ୍ତି। ଏସ୍‌ଆଇଟି ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ଯେ, ଏଆର୍‌ ଡାଏରୀ ନାମରେ ବୈଷ୍ଣବୀ ଡାଏରୀ ଫାର୍ମ ଜାଲ୍‌ କାଗଜପତ୍ର, ସିଲ୍‌ ପ୍ରସ୍ତୁତ କରି ଟେଣ୍ଡର ହାସଲ କରିଥିଲା। ଏପରି କି ଜାଲ୍‌ ତଥ୍ୟ ପ୍ରସ୍ତୁତ କରି ବୈଷ୍ଣବୀ ଡାଏରୀ ଯୋଗାଉଥିବା ଘିଅ ରୁର୍‌କିସ୍ଥିତ ଭୋଲେବାବା ଡାଏରୀରେ ତିଆରି ହେଉଥିବା ନେଇ ମିଥ୍ୟା ତଥ୍ୟ ପ୍ରଦାନ କରିଥିଲା। ହେଲେ ଭୋଲେବାବା ଡାଏରୀରେ ଆବଶ୍ୟକ ପରିମାଣର ଘିଅ ଯୋଗାଇବା ପାଇଁ ବ୍ୟବସ୍ଥା ନ ଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ଅଭିଯୁକ୍ତମାନଙ୍କୁ ତିରୁପତିଠାରେ ୩ଦିନ ଜେରା କରିବା ସମୟରେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଏବଂ କାଗଜାଦିରେ କୌଣସି ତାଳମେଳ ରହୁ ନ ଥିବା ଜଣାପଡ଼ିଥିଲା। ଏସ୍‌ଆଇଟି ତିରୁମାଲା, ତିରୁପତି ଏବଂ ତାମିଲନାଡ଼ୁରେ ଥିବା ଏଆର୍‌ ଡାଏରୀ ଫାର୍ମରେ ତଦନ୍ତ କରିଥିଲା। ତିରୁପତି ମନ୍ଦିରରେ ଲଡୁ ପ୍ରସ୍ତୁତ ପାଇଁ ଦୈନିକ ପ୍ରାୟ ୧୫ହଜାର କିଲୋ ଘିଅ ଟିଟିଡି ଆବଶ୍ୟକ କରିଥାଏ। ଏଆର୍‌ ଡାଏରୀ ଏହି ଘିଅକୁ କିଲୋ ପ୍ରତି ୩୨୦ଟଙ୍କାରେ ଯୋଗାଇଦେବାକୁ ଟେଣ୍ଡର ହାସଲ କରିଥିଲା। ଗତ ଜୁଲାଇ ୮ରେ ୮ଟି ଟ୍ୟାଙ୍କରରେ ଘିଅ ଟିଟିଡିକୁ ପ୍ରଦାନ କରାଯାଇଥିଲା। ସେଥିରୁ ୪ଟି ଟ୍ୟାଙ୍କରରୁ ଘିଅ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା। ନ୍ୟାଶନାଲ ଡାଏରୀ ଡେଭ୍‌ଲପ୍‌ମେଣ୍ଟ ବୋର୍ଡ(ଏନ୍‌ଡିଡିବି) ଉକ୍ତ ନମୁନାର ପରୀକ୍ଷା କରିବା ପରେ ଘିଅ ଭେଜାଲ୍‌ ଥିବା ନେଇ ଜୁଲାଇ ୧୭ରେ ରିପୋର୍ଟ ପ୍ରଦାନ କରିଥିଲା। ଏହା ଜଣାପଡ଼ିବା ପରେ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ଏଭଳି ଅନିୟମିତତା ଏବଂ ପଶୁ ଚର୍ବିରେ ପ୍ରସ୍ତୁତ ଘିଅରେ ଲଡୁ ତିଆରିକରାଯାଉଥିବାରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପୂର୍ବତନ ଓ୍ବାଏସ୍‌ଆର୍‌ କଂଗ୍ରେସ ପାର୍ଟି ସରକାରଙ୍କ ଉପରେ ଦୋଷ ଲଦିଥିଲେ। ଏପରି କି ଏନ୍‌ଡିଏ ବିଧାୟକ ଦଳ ବୈଠକରେ ଚନ୍ଦ୍ରାବାବୁ ତିରୁପତି ମନ୍ଦିରରେ ପ୍ରସାଦ ଅପମିଶ୍ରଣ ପ୍ରସଙ୍ଗ ଉଠାଇ ଓ୍ବାଇଏସ୍‌ଆର୍‌ ସିପି ପ୍ରଶାସନକୁ ଦାୟୀ କରିଥିଲେ। ପରେ ଏହି ଘଟଣାକୁ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ସୁପ୍ରିମକୋର୍ଟ ନେଇ ଏହାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ। ଗତ ଅକ୍ଟୋବର ୪ତାରିଖରେ ସୁପ୍ରିମକୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ସିବିଆଇ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri