Posted inଜାତୀୟ

ତିରୁପତି ଲଡ଼ୁରେ ପଶୁ ଚର୍ବି ମିଶ୍ରିତ ଘିଅ ବ୍ୟବହାର ମାମଲା: ୪ଜଣଙ୍କୁ ଗିରଫ କଲା ସିବିଆଇ

ତିରୁପତି,୧୧।୨:ଆନ୍ଧ୍ରପ୍ରଦେଶ ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି)ରେ ପ୍ରସ୍ତୁତ ଲଡୁରେ ବ୍ୟବହାର ହେଉଥିବା ଘିଅରେ ଅପମିଶ୍ରଣ କରାଯାଉଥିବା ଘଟଣାରେ ସିବିଆଇ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରୁର୍‌କିସ୍ଥିତ ଭୋଲେବାବା ଡାଏରୀ ଫାର୍ମର ପୂର୍ବତନ ନିର୍ଦ୍ଦେଶକ ପୋମିଲ ଜୈନ ଓ ବିପିନ ଜୈନ, ପୁନମ୍ବକମ୍‌ର ବୈଷ୍ଣବୀ ଡାଏରୀର ସିଇଓ ଅପୂର୍ବ ବିନୟକାନ୍ତ ଚାଓ୍ବଡା ଏବଂ ତାମିଲ୍‌ନାଡ଼ୁ ଦୁଣ୍ଡିଗାଲ୍‌ର ଏଆର୍‌ ଡାଏରୀ ପରିଚାଳନା ନିର୍ଦ୍ଦେଶକ ରାଜୁ ରାଜଶେଖରନ୍‌। ଲଡୁ ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଶ୍ରଣ ହେଉଥିବା ନମୁନାରୁ ଜଣାପଡ଼ିବା ପରେ ସିବିଆଇ ଘଟଣାର ତଦନ୍ତ କରି ୪ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନାନୁସାରେ, ତିରୁପତି ଲଡୁରେ ଅପମିଶ୍ରଣ ଅଭିଯୋଗ ହେବା ପରେ ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ ସିବିଆଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଥିଲା। ଉକ୍ତ ଟିମ୍‌ରେ ୨ଜଣ ସିବିଆଇ ଅଧିକାରୀ, ଆନ୍ଧ୍ରପ୍ରଦେଶ ସରକାରଙ୍କ ୨ଜଣ ଅଧିକାରୀ, ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ(ଏଫ୍‌ଏସ୍‌ଏସ୍‌ଏଆଇ)ର ଜଣେ ପ୍ରତିନିଧି ରହିଛନ୍ତି। ଏସ୍‌ଆଇଟି ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ଯେ, ଏଆର୍‌ ଡାଏରୀ ନାମରେ ବୈଷ୍ଣବୀ ଡାଏରୀ ଫାର୍ମ ଜାଲ୍‌ କାଗଜପତ୍ର, ସିଲ୍‌ ପ୍ରସ୍ତୁତ କରି ଟେଣ୍ଡର ହାସଲ କରିଥିଲା। ଏପରି କି ଜାଲ୍‌ ତଥ୍ୟ ପ୍ରସ୍ତୁତ କରି ବୈଷ୍ଣବୀ ଡାଏରୀ ଯୋଗାଉଥିବା ଘିଅ ରୁର୍‌କିସ୍ଥିତ ଭୋଲେବାବା ଡାଏରୀରେ ତିଆରି ହେଉଥିବା ନେଇ ମିଥ୍ୟା ତଥ୍ୟ ପ୍ରଦାନ କରିଥିଲା। ହେଲେ ଭୋଲେବାବା ଡାଏରୀରେ ଆବଶ୍ୟକ ପରିମାଣର ଘିଅ ଯୋଗାଇବା ପାଇଁ ବ୍ୟବସ୍ଥା ନ ଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ଅଭିଯୁକ୍ତମାନଙ୍କୁ ତିରୁପତିଠାରେ ୩ଦିନ ଜେରା କରିବା ସମୟରେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଏବଂ କାଗଜାଦିରେ କୌଣସି ତାଳମେଳ ରହୁ ନ ଥିବା ଜଣାପଡ଼ିଥିଲା। ଏସ୍‌ଆଇଟି ତିରୁମାଲା, ତିରୁପତି ଏବଂ ତାମିଲନାଡ଼ୁରେ ଥିବା ଏଆର୍‌ ଡାଏରୀ ଫାର୍ମରେ ତଦନ୍ତ କରିଥିଲା। ତିରୁପତି ମନ୍ଦିରରେ ଲଡୁ ପ୍ରସ୍ତୁତ ପାଇଁ ଦୈନିକ ପ୍ରାୟ ୧୫ହଜାର କିଲୋ ଘିଅ ଟିଟିଡି ଆବଶ୍ୟକ କରିଥାଏ। ଏଆର୍‌ ଡାଏରୀ ଏହି ଘିଅକୁ କିଲୋ ପ୍ରତି ୩୨୦ଟଙ୍କାରେ ଯୋଗାଇଦେବାକୁ ଟେଣ୍ଡର ହାସଲ କରିଥିଲା। ଗତ ଜୁଲାଇ ୮ରେ ୮ଟି ଟ୍ୟାଙ୍କରରେ ଘିଅ ଟିଟିଡିକୁ ପ୍ରଦାନ କରାଯାଇଥିଲା। ସେଥିରୁ ୪ଟି ଟ୍ୟାଙ୍କରରୁ ଘିଅ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା। ନ୍ୟାଶନାଲ ଡାଏରୀ ଡେଭ୍‌ଲପ୍‌ମେଣ୍ଟ ବୋର୍ଡ(ଏନ୍‌ଡିଡିବି) ଉକ୍ତ ନମୁନାର ପରୀକ୍ଷା କରିବା ପରେ ଘିଅ ଭେଜାଲ୍‌ ଥିବା ନେଇ ଜୁଲାଇ ୧୭ରେ ରିପୋର୍ଟ ପ୍ରଦାନ କରିଥିଲା। ଏହା ଜଣାପଡ଼ିବା ପରେ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ଏଭଳି ଅନିୟମିତତା ଏବଂ ପଶୁ ଚର୍ବିରେ ପ୍ରସ୍ତୁତ ଘିଅରେ ଲଡୁ ତିଆରିକରାଯାଉଥିବାରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପୂର୍ବତନ ଓ୍ବାଏସ୍‌ଆର୍‌ କଂଗ୍ରେସ ପାର୍ଟି ସରକାରଙ୍କ ଉପରେ ଦୋଷ ଲଦିଥିଲେ। ଏପରି କି ଏନ୍‌ଡିଏ ବିଧାୟକ ଦଳ ବୈଠକରେ ଚନ୍ଦ୍ରାବାବୁ ତିରୁପତି ମନ୍ଦିରରେ ପ୍ରସାଦ ଅପମିଶ୍ରଣ ପ୍ରସଙ୍ଗ ଉଠାଇ ଓ୍ବାଇଏସ୍‌ଆର୍‌ ସିପି ପ୍ରଶାସନକୁ ଦାୟୀ କରିଥିଲେ। ପରେ ଏହି ଘଟଣାକୁ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ସୁପ୍ରିମକୋର୍ଟ ନେଇ ଏହାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ। ଗତ ଅକ୍ଟୋବର ୪ତାରିଖରେ ସୁପ୍ରିମକୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ସିବିଆଇ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?