ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ନାଁରେ ଲୋକାୟୁକ୍ତରେ ମାମଲା

ଯାଜପୁର ଅଫିସ,୨୯ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଜଣେ ବ୍ୟକ୍ତିଙ୍କ ସ୍ବାର୍ଥ ପାଇଁ ରାସ୍ତା ନିର୍ମାଣ କରାଯାଇ ସରକାରୀ ଟଙ୍କା ବ୍ୟୟ ହୋଇଛି। ଏହାସହ ସରକାରୀ ଜମିରେ ବେଆଇନ ଭାବେ ଏକ ଇଟା ନିର୍ମାଣ କାରଖାନା ସ୍ଥାପନ କରାଯାଇଛି। ଏହିସବୁ କାରବାର ସରକାରୀ ଅଧିକାରୀଙ୍କ ସହଯୋଗରେ ହୋଇଛି। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗ ଆଧାରରେ ଏ ସଂକ୍ରାନ୍ତରେ ଲୋକାୟୁକ୍ତରେ ଏକ ମାମଲା ନମ୍ବର ୮୬/୨୦୨୩ ରୁଜୁ ହୋଇଛି। ଏହି ମାମଲାରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ସମେତ ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସିନ୍ଦୁରିଆ ଗ୍ରାମପଞ୍ଚାୟତର ଟେକ୍ନିକାଲ ଆସିଷ୍ଟାଣ୍ଟ (ଜିପିଟିଏ) ଏବଂ ଧର୍ମଶାଳା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯିବା ସହ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ ଜାରି ହୋଇଛି।
ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟକୁ ନେଇ ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ଅଭିଯୋଗ ଅନୁସାରେ ଧର୍ମଶାଳା ବ୍ଲକ ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯାଜନା ରାସ୍ତାଠାରୁ ବଡ଼ରୁଖ ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ନିର୍ମାଣ ହୋଇଛି। ଏଥିପାଇଁ ୯ ଲକ୍ଷ ୫୯ ହଜାର ୨୮୦ ଟଙ୍କା ଅଟକଳ ହୋଇଥିଲା। କିନ୍ତୁ ତଦନ୍ତ ବେଳେ କୌଣସି ଗ୍ରାମ କିମ୍ବା ବସତିକୁ ଏହି ରାସ୍ତା ସଂଯୋଗ ହୋଇନାହିଁ। ବ୍ଲକ ଅଧ୍ୟକ୍ଷ ବଳବନ୍ତରାୟଙ୍କ ସିମେଣ୍ଟ ଇଟା କାରଖାନାକୁ ଏହି ରାସ୍ତା ନିର୍ମାଣ ହୋଇଛି। ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ଅର୍ଥ ଖର୍ଚ୍ଚ କରାଯାଇ ବ୍ଲକ ଅଧ୍ୟକ୍ଷଙ୍କ ସ୍ବାର୍ଥ ପାଇଁ ରାସ୍ତା ନିର୍ମାଣ କରାଯାଇଛି। ଏଥିପାଇଁ ସମ୍ପୃକ୍ତ ବିଡିଓ ସହଯୋଗ କରିଛନ୍ତି ବୋଲି ବେହୁରା ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଉକ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ଯେଉଁ ଠିକାଦାରଙ୍କ ନାମରେ ୱାର୍କ ଅର୍ଡର ରହିଛି ତାଙ୍କ ନାମରେ ପୂର୍ବରୁ ଲୋକାୟୁକ୍ତ (ନଂ. ୧୧୫/୨୦୨୨) ଏବଂ ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି। ଏହାବାଦ ଏହି ମାମଲାରେ ସମ୍ପୃକ୍ତ ଗ୍ରାମପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ ରତ୍ନାକର ସାହୁ ପୂର୍ବରୁ ଗୋଟିଏ ପରିବାରର ୪ ଜଣଙ୍କ ନାମରେ ଆବାସ ଯୋଗାଇଦେବା ମାମଲାରେ ଛନ୍ଦି ହୋଇ ସାରିଛନ୍ତି। ଅଭିଯୋଗ ଅନୁସାରେ ସିମେଣ୍ଟ ଇଟା କାରଖାନା ଥିବା ସରକାରୀ ଜମିକୁ ଅଧ୍ୟକ୍ଷ ବଳବନ୍ତରାୟ ଗତ ୧୦ ବର୍ଷ ହେଲା କବ୍‌ଜା କରିଛନ୍ତି। ଏହି ବେଆଇନ କାରବାରରେ ମଧ୍ୟ ଧର୍ମଶାଳା ତହସିଲଦାର ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିବା ବେହୁରା ଅଭିଯୋଗରେ ଦର୍ଶାଇଛନ୍ତି। ସୂଚନାଥାଉ କି ଧର୍ମଶାଳା ବ୍ଲକରେ କଳାପଥର ଖାଦାନଗୁଡ଼ିକରୁ ଅନୁମତିଠାରୁ ଢେର ଗୁଣ ଅଧିକ ଉତ୍ତୋଳନ, ରାଶନ ସାମଗ୍ରୀ ହରିଲୁଟ, ଆବାସ ଦୁର୍ନୀତି, ପାଇଖାନା ନିର୍ମାଣ ଆଦି ସରକାରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ପୂର୍ବରୁ ଲୋକାୟୁକ୍ତ ଏବଂ ହାଇକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଛି। ପ୍ରଭାବଶାଳୀ ବ୍ୟକ୍ତି ଏବଂ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାରଙ୍କ ବିପୁଳ ରାଜସ୍ବ କ୍ଷତି ହେବା ସହିତ ସରକାରୀ ଅର୍ଥର ହରିଲୁଟ ଚାଲିଛି ବୋଲି ସାମାଜିକ କର୍ମୀ ବେହୁରା ଅଭିଯୋଗ କରିଛନ୍ତି।
ଅଭିଯୋଗ ସଂକ୍ରାନ୍ତରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ବଳବନ୍ତରାୟଙ୍କୁ ପଚାରିବାରେ ସେ କହିଛନ୍ତି। ନୀତିନିୟମ ଏବଂ ସରକାରୀ ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଛି। ରାସ୍ତା ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?