ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ନାଁରେ ଲୋକାୟୁକ୍ତରେ ମାମଲା

ଯାଜପୁର ଅଫିସ,୨୯ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଜଣେ ବ୍ୟକ୍ତିଙ୍କ ସ୍ବାର୍ଥ ପାଇଁ ରାସ୍ତା ନିର୍ମାଣ କରାଯାଇ ସରକାରୀ ଟଙ୍କା ବ୍ୟୟ ହୋଇଛି। ଏହାସହ ସରକାରୀ ଜମିରେ ବେଆଇନ ଭାବେ ଏକ ଇଟା ନିର୍ମାଣ କାରଖାନା ସ୍ଥାପନ କରାଯାଇଛି। ଏହିସବୁ କାରବାର ସରକାରୀ ଅଧିକାରୀଙ୍କ ସହଯୋଗରେ ହୋଇଛି। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗ ଆଧାରରେ ଏ ସଂକ୍ରାନ୍ତରେ ଲୋକାୟୁକ୍ତରେ ଏକ ମାମଲା ନମ୍ବର ୮୬/୨୦୨୩ ରୁଜୁ ହୋଇଛି। ଏହି ମାମଲାରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ସମେତ ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସିନ୍ଦୁରିଆ ଗ୍ରାମପଞ୍ଚାୟତର ଟେକ୍ନିକାଲ ଆସିଷ୍ଟାଣ୍ଟ (ଜିପିଟିଏ) ଏବଂ ଧର୍ମଶାଳା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯିବା ସହ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ ଜାରି ହୋଇଛି।
ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟକୁ ନେଇ ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ଅଭିଯୋଗ ଅନୁସାରେ ଧର୍ମଶାଳା ବ୍ଲକ ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯାଜନା ରାସ୍ତାଠାରୁ ବଡ଼ରୁଖ ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ନିର୍ମାଣ ହୋଇଛି। ଏଥିପାଇଁ ୯ ଲକ୍ଷ ୫୯ ହଜାର ୨୮୦ ଟଙ୍କା ଅଟକଳ ହୋଇଥିଲା। କିନ୍ତୁ ତଦନ୍ତ ବେଳେ କୌଣସି ଗ୍ରାମ କିମ୍ବା ବସତିକୁ ଏହି ରାସ୍ତା ସଂଯୋଗ ହୋଇନାହିଁ। ବ୍ଲକ ଅଧ୍ୟକ୍ଷ ବଳବନ୍ତରାୟଙ୍କ ସିମେଣ୍ଟ ଇଟା କାରଖାନାକୁ ଏହି ରାସ୍ତା ନିର୍ମାଣ ହୋଇଛି। ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ଅର୍ଥ ଖର୍ଚ୍ଚ କରାଯାଇ ବ୍ଲକ ଅଧ୍ୟକ୍ଷଙ୍କ ସ୍ବାର୍ଥ ପାଇଁ ରାସ୍ତା ନିର୍ମାଣ କରାଯାଇଛି। ଏଥିପାଇଁ ସମ୍ପୃକ୍ତ ବିଡିଓ ସହଯୋଗ କରିଛନ୍ତି ବୋଲି ବେହୁରା ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଉକ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ଯେଉଁ ଠିକାଦାରଙ୍କ ନାମରେ ୱାର୍କ ଅର୍ଡର ରହିଛି ତାଙ୍କ ନାମରେ ପୂର୍ବରୁ ଲୋକାୟୁକ୍ତ (ନଂ. ୧୧୫/୨୦୨୨) ଏବଂ ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି। ଏହାବାଦ ଏହି ମାମଲାରେ ସମ୍ପୃକ୍ତ ଗ୍ରାମପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ ରତ୍ନାକର ସାହୁ ପୂର୍ବରୁ ଗୋଟିଏ ପରିବାରର ୪ ଜଣଙ୍କ ନାମରେ ଆବାସ ଯୋଗାଇଦେବା ମାମଲାରେ ଛନ୍ଦି ହୋଇ ସାରିଛନ୍ତି। ଅଭିଯୋଗ ଅନୁସାରେ ସିମେଣ୍ଟ ଇଟା କାରଖାନା ଥିବା ସରକାରୀ ଜମିକୁ ଅଧ୍ୟକ୍ଷ ବଳବନ୍ତରାୟ ଗତ ୧୦ ବର୍ଷ ହେଲା କବ୍‌ଜା କରିଛନ୍ତି। ଏହି ବେଆଇନ କାରବାରରେ ମଧ୍ୟ ଧର୍ମଶାଳା ତହସିଲଦାର ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିବା ବେହୁରା ଅଭିଯୋଗରେ ଦର୍ଶାଇଛନ୍ତି। ସୂଚନାଥାଉ କି ଧର୍ମଶାଳା ବ୍ଲକରେ କଳାପଥର ଖାଦାନଗୁଡ଼ିକରୁ ଅନୁମତିଠାରୁ ଢେର ଗୁଣ ଅଧିକ ଉତ୍ତୋଳନ, ରାଶନ ସାମଗ୍ରୀ ହରିଲୁଟ, ଆବାସ ଦୁର୍ନୀତି, ପାଇଖାନା ନିର୍ମାଣ ଆଦି ସରକାରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ପୂର୍ବରୁ ଲୋକାୟୁକ୍ତ ଏବଂ ହାଇକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଛି। ପ୍ରଭାବଶାଳୀ ବ୍ୟକ୍ତି ଏବଂ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାରଙ୍କ ବିପୁଳ ରାଜସ୍ବ କ୍ଷତି ହେବା ସହିତ ସରକାରୀ ଅର୍ଥର ହରିଲୁଟ ଚାଲିଛି ବୋଲି ସାମାଜିକ କର୍ମୀ ବେହୁରା ଅଭିଯୋଗ କରିଛନ୍ତି।
ଅଭିଯୋଗ ସଂକ୍ରାନ୍ତରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ବଳବନ୍ତରାୟଙ୍କୁ ପଚାରିବାରେ ସେ କହିଛନ୍ତି। ନୀତିନିୟମ ଏବଂ ସରକାରୀ ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଛି। ରାସ୍ତା ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri