Posted inଜାତୀୟ

୧୦୭ ଏମ୍‌ପି, ବିଧାୟକଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୪ା୧୦(ପି.ଟି.): ଦେଶର ୧୦୭ ପାର୍ଲାମେଣ୍ଟ ସଦସ୍ୟ (ଏମ୍‌ପି) ଏବଂ ବିଧାୟକଙ୍କ ନାମରେ ଘୃଣା ମନ୍ତବ୍ୟ ମାମଲା ରୁଜୁ ହୋଇଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୪୮୦ ଜଣ ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ ଅନୁରୂପ ମାମଲା ହୋଇଥିବା ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ସୂଚନା ଦିଆଯାଇଛି।
ଏବଂ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ (ଏନ୍‌ଇଡବ୍ଲ୍ୟୁ) ମିଳିତ ଭାବେ ଏମ୍‌ପି ଏବଂ ବିଧାୟକମାନଙ୍କ ସତ୍ୟପାଠକୁ ବିଶ୍ଳେଷଣ କରାଯାଇଥିଲା। ୫ ବର୍ଷ ମଧ୍ୟରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ସତ୍ୟପାଠ ମଧ୍ୟ ଯାଞ୍ଚ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ଏମ୍‌ପି, ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ବିରୋଧରେ ଥିବା ହେଟ୍‌ ସ୍ପିଚ୍‌ ମାମଲା ସମ୍ପର୍କରେ ସତ୍ୟପାଠରେ ଘୋଷଣା କରିଛନ୍ତି। ୩୩ ଏମ୍‌ପି ନିଜ ବିରୋଧରେ ଏପରି ମାମଲା ଥିବା ଉଲ୍ଲେଖ କରିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ୭, ତାମିଲନାଡୁର ୪, ବିହାର, କର୍ନାଟକ ଓ ତେଲଙ୍ଗାନାର ୩ ଜଣ ଲେଖାଏ, ଆସାମ, ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ୨ ଜଣ ଲେଖାଏ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, କେରଳ, ଓଡ଼ିଶା ଓ ପଞ୍ଜାବର ଜଣେ ଲେଖାଏ ଅଛନ୍ତି। ଘୃଣା ମନ୍ତବ୍ୟ ମାମଲାର ଅଭିଯୁକ୍ତ ଥିବା ସର୍ବାଧିକ ୨୨ ଏମ୍‌ପି ଭାଜପାର। ୨ ଜଣ କଂଗ୍ରେସର ହୋଇଥିବାବେଳେ ଏଏପି, ଏଆଇଏମ୍‌ଆଇଏମ୍‌, ଏଆଇୟୁଡିଏଫ୍‌, ଡିଏମ୍‌କେ, ଏମ୍‌ଡିଏମ୍‌କେ, ପିଏମ୍‌କେ, ଶିବସେନା(ୟୁବିଟି), ଭିସିକେର ଜଣେ ଲେଖାଏ ଅଛନ୍ତି। ଆଉ ଜଣେ ସ୍ବାଧୀନ ଏମ୍‌ପିଙ୍କ ନାମରେ ମଧ୍ୟ ଏପରି ମାମଲା ଚାଲିଛି। ଘୃଣା ମନ୍ତବ୍ୟ ମାମଲାର ଅଭିଯୁକ୍ତ ଥିବା ୭୪ ବିଧାୟକ ଏନେଇ ସତ୍ୟପାଠରେ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ଲେଖାଏ ବିହାର ଓ ଉତ୍ତରପ୍ରଦେଶର। ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ ତେଲଙ୍ଗାନାର ୬ ଜଣ ଲେଖାଏ ଥିବାବେଳେ ଆସାମ, ତାମିଲନାଡୁର ୫ ଜଣ ଲେଖାଏ ରହିଛନ୍ତି। ଦିଲ୍ଲୀ, ଗୁଜରାଟ, ପଶ୍ଚିମବଙ୍ଗର ୪ ଲେଖାଏ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡର ୩ ଜଣ ଲେଖାଏ ଏବଂ କର୍ନାଟକ, ପଞ୍ଜାବ, ରାଜସ୍ଥାନ ଓ ତ୍ରିପୁରାର ୨ ଜଣ ଲେଖାଏ ରହିଛନ୍ତି। ସେହିପରି ମଧ୍ୟପ୍ରଦେଶ ଓ ଓଡ଼ିଶାର ଜଣେ ଲେଖାଏ ବିଧାୟକଙ୍କ ବିରୋଧରେ ଏପରି ମାମଲା ବିଚାରାଧୀନ ରହିଛି। ବିଧାୟକଙ୍କ କଥା ଦେଖିଲେ ଭାଜପାର ସର୍ବାଧିକ ୨୦, କଂଗ୍ରେସ ୧୩, ଏଏପିର ୬ ଜଣଙ୍କ ନାମରେ ଘୃଣା ମନ୍ତବ୍ୟ ମାମଲା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri