Posted inଖେଳ

ଚେସାବ୍ଲ ମାଷ୍ଟର୍ସ: କାର୍ଲସେନ ଚାମ୍ପିୟନ

ଓସ୍‌ଲୋ, ୭।୭: ରୁଷିଆ ଜନ୍ମିତ ଡଚ୍‌ ଚେସ୍‌ ତାରକା ଆନିଶ୍‌ ଗିରିଙ୍କୁ ଫାଇନାଲରେ ହରାଇ ବିଶ୍ୱ ଚାମ୍ପିୟନ ମ୍ୟାଗ୍ନ କାର୍ଲସେନ ଅନ୍‌ଲାଇନ୍‌ ଚେସାବ୍ଲ ମାଷ୍ଟର୍ସ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ପ୍ରଥମ ଗେମ୍‌ରେ ପ୍ରଭାବୀ ବିଜୟ ହାସଲ କରିଥିବା ନରଓ୍ବେର କାର୍ଲସେନ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସହଜରେ ବିଜୟୀ ହୋଇଥିଲେ। ଗେମ୍‌କୁ ପ୍ରତ୍ୟାବର୍ତ୍ତନ ପାଇଁ ଗିରି ଅନେକ ସୁଯୋଗ ପାଇଥିଲେ ହେଁ ତାହାର ସଦୁପଯୋଗ କରିପାରି ନ ଥିଲେ। କାର୍ଲସେନ ଟୁର୍‌ର ଏହାଥିଲା ତୃତୀୟ ଇଭେଣ୍ଟ। ଜୁନ୍‌ ୨୦ରୁ ଏହା ଆରମ୍ଭ ହୋଇଥିଲା। ପ୍ରତିଯୋଗିତାରେ ୧୨ ଜଣ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗ୍ରାଣ୍ଡମାଷ୍ଟର ଭାଗ ନେଇଥିଲେ। ”ଗତ ତିନୋଟି ମ୍ୟାଚରେ ମୁଁ ଯେପରି ଖେଳିଥିଲି ଗିରି ଫାଇନାଲରେ ତା’ଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ। ମାତ୍ର ବିଜୟୀ ହୋଇଥିବାରୁ ମୁଁ ଭାଗ୍ୟବାନ“ ବୋଲି କାର୍ଲସେନ କହିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ସଙ୍କଟ ସମୟରେ କାର୍ଲସେନ ଖେଳିଥିବା ୫ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ମଧ୍ୟରୁ ଏହାଥିଲା ୪ର୍ଥ ବିଜୟ। ମ୍ୟାଗ୍ନସ କାର୍ଲସେନ ଟୁର୍‌ର ୪ର୍ଥ ଇଭେଣ୍ଟ ଚେସ୍‌ର ଲିଜେଣ୍ଡ ମାନଙ୍କୁ ନେଇ ଚଳିତମାସ ୨୧ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri