କଲେଜ ହତାରେ ପ୍ରାଣୀଙ୍କ ଯତ୍ନ

ମାନେକା ଗାନ୍ଧୀ

ପଟିଆଲାର ଥାପର ଇନ୍‌ଷ୍ଟିଚ୍ୟୁଟ ଆଣ୍ଡ୍‌ ଟେକ୍‌ନୋଲୋଜି ଏବଂ ପଟିଆଲା କଲେଜର କ୍ୟାମ୍ପସ ବା ହତାରେ ଅନୁଷ୍କା, ଅଭିଷେକ, ସାର୍ଥକ ଏବଂ ଗର୍ବିତା ପ୍ରାଣୀ କଲ୍ୟାଣ ଗ୍ରୁପ ‘ପୁପର୍ସ ହେଲପର୍ସ ଟିଟ୍‌’ଆରମ୍ଭ କରିଛନ୍ତି। ଏହାର ମାର୍ଗଦର୍ଶନ କରିବାକୁ ସେମାନେ କିଛି ମାସ ପୂର୍ବେ ମୋ ପାଖକୁ ଲିଖିତ ଅନୁରୋଧ କରିଥିଲେ। ସବୁ କଲେଜରେ ଆନିମଲ ଓ୍ବେଲଫେୟାର ଗ୍ରୁପ୍‌ ଆରମ୍ଭ କରିବା ପାଇଁ ଏହା ମୋତେ ଏକ ନୂଆ ଧାରଣା ଦେଲା। ଏଣୁ ଲିଗାଲ ଇଣ୍ଟର୍ନ ଭାବେ ମୋ ପାଖକୁ ଆସିଥିବା ଆଉ ଜଣେ ଅନୁଷ୍କାଙ୍କୁ ଆମେ ଏଥିତ୍ପାଇଁ ଦାୟିତ୍ୱ ଦେଲୁ। ଯଦି ଆପଣଙ୍କ ମଧ୍ୟରୁ କେହି ଏଭଳି ଗ୍ରୁପ୍‌ ଆରମ୍ଭ କରିବାକୁ ଚାହଁୁଛନ୍ତି, ତେବେ anushkapfacampus@gmail.com ରେ ଯୋଗାଯୋଗ କରିପାରିବେ। ଏବେ ଦିଲ୍ଲୀର ଅଧିକାଂଶ କଲେଜରେ ରହିଥିବା ସାମାଜିକ କାର୍ଯ୍ୟ ସହ ଜଡ଼ିତ ଛାତ୍ର ସଂଗଠନ ‘ଏନାକ୍‌ଟସ’ ତା’ ଉଦ୍ୟମରେ ପ୍ରତ୍ୟେକ କଲେଜରେ ଆନିମଲ ଓ୍ବେଲଫେୟାର ଗ୍ରୁପ୍‌ ଆରମ୍ଭ କରିଛି। ଏହି ଗ୍ରୁପ୍‌ର ନାମ ରଖାଯାଇଛି ‘ଡେସି’। ଏହାକୁ ପରିଚାଳନା କରୁଛନ୍ତି ମୋତିଲାଲ କଲେଜରେ ଥିବା ‘ଏନାକ୍‌ଟସ’ର ସଭାପତି ଲକ୍ଷିତା। ତାଙ୍କ ସହ ମଧ୍ୟ enactusmlnc@gmail.com ରେ ସମ୍ପର୍କ କରାଯାଇପାରିବ। ସେମାନେ ପ୍ରାଣୀମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିୁଛନ୍ତି ଓ ଏହା ଉପରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। କହିବାକୁ ଗଲେ ସେମାନେ ପ୍ରାଣୀ ସେବାର ସବୋକତ୍ୃତ୍ଷ୍ଟ କାର୍ଯ୍ୟ କରୁଛନ୍ତି।
କୋଭିଡ୍‌ ମହାମାରୀ ସମୟରେ ଦେଶର ସବୁଆଡେ ଶହ ଶହ ଛାତ୍ର ପ୍ରାଣୀମାନଙ୍କୁ ଖୁଆଇବା ସହ ସେମାନଙ୍କ ସେବା କରିଆସୁଛନ୍ତି। ଏହି ସମୟରେ ହତାରେ ଥିବା ପ୍ରାଣୀମାନେ ଖାଇଲେ କି ନାହିଁ ତାହା ଦେଖିବା ପାଇଁ ଅନେକେ ଛାତ୍ରାବାସରେ ରହିବାକୁ ପସନ୍ଦ କରିଛନ୍ତି। ଜିନ୍ଦଲ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ କ୍ୟାମ୍ପସ ବାହାରକୁ ପ୍ରାଣୀମାନଙ୍କୁ ବାହାର କରିଦେବାବେଳେ ୬୦୦ରୁ ଊର୍ଦ୍ଧ୍ୱ ଛାତ୍ର ମୋ ପାଖକୁ ଫୋନ୍‌ କରିବା ସହ ଲେଖି ଜଣାଇଥିଲେ। ଏହି କାର୍ଯ୍ୟ ବନ୍ଦ ନ କରିବା ଯାଏ ସେମାନେ ବିରୋଧ ଜାରି ରଖିଥିତ୍ଲେ। ସବୁଠୁ ଖରାପ ଘଟଣା ଘଟିଥିଲା ଆଇଆଇଟି, ମାଡ୍ରାସରେ। ଏହାର ପ୍ରଶାସନିକ ଦାୟିତ୍ୱରେ ରହିଥିବା ଦୁଇ ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତି ପ୍ରାଣୀମାନଙ୍କ ପ୍ରତି କଠୋର ମନୋଭାବ ପୋଷଣ କଲେ। ସରକାରୀ ନିର୍ଦ୍ଦେଶ ତଥା କ୍ୟାମ୍ପସର କର୍ମଚାରୀ ଏବଂ ଛ୍ରାତ୍ରମାନଙ୍କ ବିରୋଧକୁ ଅଣଦେଖା କରି କୁକୁରଙ୍କ ପାଇଁ ଏକ ଅଡା କରି ସେଠାରେ ସେମାନଙ୍କୁ ଚେନ୍‌ରେ ବାନ୍ଧି ରଖାଗଲା। ଏପରି କି କୁକୁରମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ଘଟିଲା। କ୍ୟାମ୍ପସରେ ଥିବା ହରିଣମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନେ ଏହା କରିଥିଲେ। ଶେଷରେ କୋର୍ଟ ନିର୍ଦ୍ଦେଶ ଦେବା ପରେ ସେମାନେ ଏଭଳି କାର୍ଯ୍ୟରୁ ଓହରିଲେ। ବିଶ୍ୱର ପ୍ରଥମ ପ୍ରାଣୀ ଉପଯୋଗୀ ଶିକ୍ଷାନୁଷ୍ଠାନ ହତା ଭାବେ ଜଣାଶୁଣା ମୋଇନାବାଦସ୍ଥିତ କେ.ଜି ରେଡ୍ଡୀ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍‌ନୋଲୋଜିରୁ ସେମାନେ କିଛି ଶିକ୍ଷା କରିବା ଉଚିତ। ଏହି କ୍ୟାମ୍ପସ ପରିତ୍ୟକ୍ତ ଓ ଯନ୍ତ୍ରଣାର ଶିକାର ହେଉଥିତ୍ବା ପ୍ରାଣୀମାନଙ୍କ ଆଶ୍ରୟସ୍ଥଳୀ ପାଲଟିଯାଇଛି। କୁକୁର, ବିଲେଇ, ପାରା, ବତକ ଏବଂ ଠେକୁଆ ସବୁ ଏହି କଲେଜ ପରିସରରେ ରହିଛନ୍ତି। ‘ଭଲ ଅନୁଭବ କର ଓ ଭଲ କର’ ଏହି ଚିନ୍ତାଧାରାକୁ ଆଧାର କରି ସମସ୍ତ ଛାତ୍ରୀଛାତ୍ର କ୍ୟାମ୍ପସରେ ପ୍ରାଣୀ ଆଶ୍ରୟସ୍ଥଳୀକୁ ଅଣାଯାଇଥିବା ପ୍ରାଣୀମାନଙ୍କର ଯନତ୍ ନେଉଛନ୍ତି ବୋଲି କହନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କେ. କ୍ରିଷ୍ଣା ରେଡ୍ଡୀ। ଛାତ୍ରମାନେ ପାଳି କରି ପ୍ରାଣୀମାନଙ୍କୁ ଖାଇବାକୁ ଦିଅନ୍ତି ଓ ସେମାନଙ୍କ ଯନତ୍ ନେଇଥାଆନ୍ତି। ପ୍ରାଣୀମାନେ ସୁସ୍ଥ ହେବା ପରେ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯାଇଛି।
ମୁମ୍ବାଇର କେ.ଜେ.ସୋମୈୟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ ଆଣ୍ଡ୍‌ ରିସର୍ଚ୍ଚ, ଅହମ୍ମଦାବାଦର ସେଣ୍ଟ୍‌ ଜାଭିୟର୍ସ କଲେଜ ଏବଂ ପୁଣେସ୍ଥିତ ସିମ୍ବାୟୋସିସ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମିଡ଼ିଆ ଆଣ୍ଡ୍‌ କମ୍ୟୁନିକେଶନ ହତାରେ ପ୍ରାଣୀମାନଙ୍କୁ ରଖାଯାଇଛି। ସେମାନଙ୍କୁ କଲେଜ ଛାତ୍ର ଓ କର୍ମଚାରୀମାନେ ଖାଇବାକୁ ଦେଉଛନ୍ତି। ନିର୍ଦ୍ଧାରିତ ସମୟରେ ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ଟିକାକରଣ କରାଯାଉଛି। ପୋଷା ପ୍ରାଣୀମାନେ ହଷ୍ଟେଲ ବିଲ୍ଡିଂ ଏବଂ କ୍ୟାଣ୍ଟିନ୍‌କୁ ଯାଇପାରୁଛନ୍ତି। ସିମ୍ବୋୟସିସ୍‌ରେ ପ୍ରାଣୀମାନେ ଶ୍ରେଣୀଗୃହକୁ ଯିବାରେ କୌଣସି ବାଧା ନାହିଁ। ଏହାଦ୍ୱାରା ଅସୁରକ୍ଷିତ ଭାବନା, ବନ୍ଧୁତ୍ୱରେ ସମସ୍ୟା ଏବଂ ମାନସିକ ଚାପଗ୍ରସ୍ତ ଛାତ୍ରମାନେ ପେଟ୍‌ ଥେରାପିରୁ ଲାଭ ପାଉଛନ୍ତି। ସୋମୈୟାରେ ଛାତ୍ରଗୋଷ୍ଠୀ ଆନିମଲ ଓ୍ବେଲ୍‌ଫେୟାର ଆସୋସିଏଶନ ଅଫ୍‌ ସୋମିୟା (ଏଡବ୍ଲ୍ୟୁଏଏସ୍‌) ଗ୍ରୁପ ଖୋଲି ଏହା ମାଧ୍ୟମରେ ହତାରେ ପ୍ରାଣୀମାନଙ୍କୁ ଖାଇବାକୁ ଦେଉଛନ୍ତି। ପ୍ରାଣୀଚିକିତ୍ସକଙ୍କ ଦ୍ୱାରା ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରିଛନ୍ତି। କୌଣସି ଦିନ ଛୁଟି ନାହିଁ। କେହି ଜଣେ ହତାରେ ଉପସ୍ଥିତ ରହିବା ନିଶ୍ଚିତ । ଏପରକି ଛୁଟି ସମୟରେ ଛାତ୍ରମାନେ ଘରକୁ ଯାଇଥିଲେ ବି ପ୍ରାଣୀମାନଙ୍କ ଯନତ୍ ନେବା ପାଇଁ ସେମାନଙ୍କ ପାଳି ଅନୁଯାୟୀ ଘରୁ ଫେରିଥାଆନ୍ତି।
ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ (ଇନ୍ଦୋର) ତା’ ୧୯୩ ଏକର କ୍ୟାମ୍ପସରେ କୁକୁରଙ୍କ ଯନତ୍ ନେଉଛି। ହେଲପିଂ ହ୍ୟାଣ୍ଡସ ଫର୍‌ ଆନିମଲ୍‌ସ(ଏନ୍‌ଏଚ୍‌ଏଫ୍‌ଏ) ଏନ୍‌ଜିଓ ସହ ମିଳିତ ଭାବେ ଏହା କରାଯାଉଛି। କ୍ୟାମ୍ପସରେ ଥିବା ପାଖାପାଖିତ୍ ୫୦ଟି କୁକୁରଙ୍କୁ ପ୍ରତିଦିନ ଛାତ୍ରମାନେ ଖାଇବାକୁ ଦିଅନ୍ତି। କୁକୁରଙ୍କ ସ୍ବାସ୍ଥ୍ୟର ଯନତ୍ ନେବା ସହ ସେମାନଙ୍କ ସୁରକ୍ଷା ନିଶ୍ଚିତ କରୁଛନ୍ତି। କିଛି କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଇ ସୁରକ୍ଷା ପାଇଁ ମେନ୍‌ ଗେଟରେ ରଖାଯାଉଛି। ସେଣ୍ଟ ଆଲବର୍ଟ କଲେଜ( କୋଚି) ଏହାର ନ୍ୟାଶନାଲ ସର୍ଭିସ ସ୍କିମ୍‌ର ସ୍ବେଚ୍ଛାସେବୀମାନଙ୍କୁ ପ୍ରାଣୀ କଲ୍ୟାଣ ଉପରେ ଶିକ୍ଷା ଦେବା ତଥା ଓ୍ବେବିନାର ଏବଂ ଅଭିଯାନ ଚଳାଇବା ଲାଗି ଏବେ ହ୍ୟୁମାନ ସୋସାଇଟି ଇଣ୍ଟର୍‌ନ୍ୟାଶନାଲ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି। ହତା ମଧ୍ୟରେ ପ୍ରାଣୀମାନଙ୍କ ଯନତ୍ ନେବା ପାଇଁ ଏକ ପ୍ରାଣୀ କଲ୍ୟାଣ ସଂଗଠନ ସହ ସେଣ୍ଟ୍‌ ଆଲବର୍ଟ କଲେଜର ଏନଏସ୍‌ଏସ୍‌ ୟୁନିଟ ରାଜ୍ୟରେ ପ୍ରଥମେ ଚୁକ୍ତିବଦ୍ଧ ହୋଇଛି । ମହାମାରୀ ସମୟରେ ପ୍ରାଣୀମାନଙ୍କ ଯନତ୍ ନେବା ପାଇଁ ଛାତ୍ର ସଂଘର ଅନୁରୋଧ କ୍ରମେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି( ଆଇଆଇଇଏସ୍‌ଟି) ଦ୍ୱାରା ଏକ ପ୍ରାଣୀ କଲ୍ୟାଣ କ୍ଲବ୍‌ ଗଠନ କରାଯାଇଥିଲା। ପିପୁଲ ଫର୍‌ ଆନିମଲ ଓ୍ବେଲଫେୟାର, ଆଇଆଇଇଏସଟି ବ୍ୟାନରରେ ଛାତ୍ରମାନେ ହତା ମଧ୍ୟରେ ବୁଲାପ୍ରାଣୀମାନଙ୍କୁ ଖାଇବାକୁ ଦେବା ଲାଗି ଗତ ବର୍ଷ ଏପ୍ରିଲରୁ ପାଣ୍ଠି ସଂଗ୍ରହ କରୁଛନ୍ତି। କିନ୍ତୁ ଲକ୍‌ଡାଉନ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ତୃତୀୟ ସପ୍ତାହରୁ ଏହି ଅଭିଯାନ ବନ୍ଦ ହୋଇଯାଇଛି। ଆଇଆଇଇଏସ୍‌ଟି ଏହି କ୍ଲବକୁ ଏକ ବୈଧାନିକ ସଂସ୍ଥା କରିଛି ଯାହାଦ୍ୱାରା କଲେଜ କର୍ତ୍ତୃପକ୍ଷ ୨୦୦ କୁକୁର ଏବଂ ୩୦ଟି ବିଲେଇଙ୍କୁ ସାହାଯ୍ୟ କରୁଛନ୍ତି। ଆଇଆଇଇଏସ୍‌ଟିର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂର ଜଣେ ପ୍ରାଧ୍ୟାପକ ଏହି କ୍ଲବର ଦାୟିତ୍ୱରେ ରହିଛନ୍ତି।
ହତାରେ କୁକୁରମାନଙ୍କ ଦେଖାଶୁଣା କରିବା ପାଇଁ ଜଣଙ୍କୁ ନିଯୁକ୍ତି ଦେବାକୁ ନିକଟରେ ଆଇଆଇଟି (ଦିଲ୍ଲୀ ) ଦରଖାସ୍ତ ଆହ୍ବାନ କରିଛି। ଏହି ପଦବୀ ମାସିକ ୪୫,୦୦୦ ଟଙ୍କା ଦରମାରେ ଜଣେ ପ୍ରାଣୀ ବିିଜ୍ଞାନ ଡିଗ୍ରୀଧାରୀଙ୍କ ପାଇଁ ଉଦ୍ଦିଷ୍ଟ। ମହାମାରୀ ସମୟରେ ବର୍ତ୍ତମାନ ଛାତ୍ରମାନେ ହତା ଛାଡ଼ି ଚାଲିଯିବା ପରେ ଜଗୁଆଳୀମାନେ ପ୍ରାଣୀମାନଙ୍କୁ ଖୁଆଇବାର ବ୍ୟବସ୍ଥା କରିଛନ୍ତି। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଦିଲ୍ଲୀ) ହତାରେ ଛାତ୍ରମାନେ ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ କୁକୁର, ନୀଳଗାଈ ଏବଂ ମୟୂରମାନଙ୍କୁ ଖାଇବାକୁ ଦେଉଛନ୍ତି। ବିଶ୍ୱବିଦ୍ୟାଳୟର ଆନିମଲ ସେଲ୍‌ ଏବଂ ଆନିମଲ ଏଥିକ୍ସ କମିଟି ରହିଛି। କିନ୍ତୁ ମହାମାରୀ ଲକ୍‌ଡାଉନରେ ନିର୍ଦ୍ଦିଷ୍ଟ ଭାବେ କୌଣସି ଖାଦ୍ୟ ବ୍ୟବସ୍ଥା ନ କରି ଛାତ୍ରମାନଙ୍କୁ ହତା ଛାଡ଼ିବାକୁ ପଡ଼ିଲା।
କଲେଜ ହେଉ କିମ୍ବା ବିଶ୍ୱବିଦ୍ୟାଳୟ ହତାରେ ଆନିମଲ ଓ୍ବେଲ୍‌ଫେୟାର ଗ୍ରୁପ୍‌ ସଂସ୍ଥାପିତ କରିବା ଗୁରୁତ୍ୱପୂର୍ଣ୍ଣ କହିଁକି? ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁମାନେ ପ୍ରାଣୀମାନଙ୍କ ପ୍ରତି ହିଂସକ କାର୍ଯ୍ୟରେ ଲିପ୍ତ ରହନ୍ତି ସେମାନେ ମଧ୍ୟ ମଣିଷଙ୍କ ପ୍ରତି ଅପରାଧୀ ସ୍ବଭାବ ପ୍ରଦର୍ଶନ କରିଥାଆନ୍ତି। ପିଲାବେଳେ ପ୍ରାଣୀମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ନିଷ୍ଠୁର ସ୍ବଭାବ ହିଁ ପରବର୍ତ୍ତୀ ଜୀବନରେ ଅପରାଧ, ହିଂସାମତ୍କ କାର୍ଯ୍ୟର ପ୍ରାଥମିକ ସୂଚନା ବୋଲି ଲଗାତର ଗବେଷଣା ପ୍ରକାଶ କରିଆସୁଛି। ପାଖାପାଖି ସବୁ ହିଂସକ ଅପରାଧୀମାନଙ୍କର ପ୍ରୋଫାଇଲରେ ପ୍ରାଣୀ ନିଷ୍ଠୁରତାର ଇତିହାସ ରହିଛି। ଏଣୁ ଆମକୁ ଆରମ୍ଭରୁ ଆମ ପ୍ରବୃତ୍ତି ପରିବର୍ତ୍ତନ କରିବାକୁ ପଡ଼ିବ। ଆମ ଚାରିପାଖରେ କୁୁକୁର ଓ ବିଲେଇ ରହିଲେ ତାହା ଉଚ୍ଚ ରକ୍ତ ଚାପ କମାଇପାରିବ ବୋଲି ଗବେଷଣାରୁ ଜଣାପଡ଼ିଛି। ଏଣୁ ଏହି ଶାନ୍ତକାରୀ ପ୍ରଭାବ ମୁଖ୍ୟତଃ ଛାତ୍ରମାନଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଜଣେ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଅଫିସିଆଲ କ୍ଳବ୍‌ ‘ପୁପର୍ସ ହେଲପର୍ସ’ରେ ଏବେ ୬୦ ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ଏହା ଶିକ୍ଷାନୁଷ୍ଠାନ ହତାରେ ରହିଥିବା ପ୍ରାଣୀମାନଙ୍କ ପାଇଁ ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରିଛି ଓ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେଉଛି। ଏହାବାଦ୍‌ ଏବେ ପାର୍ଭୋ ଭାଇରସର ଚିକିତ୍ସା କିପରି କରାଯାଇପାରିବ ସେ ବିଷୟରେ ସଚେତନ କରିବାରେ ଲାଗିଛନ୍ତି। ବାସ୍ତବରେ ମୁଁ ସେମାନଙ୍କ ପାଇଁ ଗର୍ବିତ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri