କାର୍ଗୋ ପ୍ୟାଣ୍ଟ ଫ୍ୟାଶନ

କାର୍ଗୋ ପ୍ୟାଣ୍ଟ ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ଦେଖିବାକୁ ସେମିତି ଆକର୍ଷଣୀୟ ହୋଇଥାଏ। ତା’ଛଡ଼ା ଏହା ଟାଇଟ୍‌ ଫିଟିଙ୍ଗ୍‌ ନ ହୋଇଥିବାରୁ ଖରାଦିନେ ବି ଏହାକୁ ଆରାମରେ ପିନ୍ଧିହୁଏ। କୁଲ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଉଥିବା ଏହି କାର୍ଗୋ ପ୍ୟାଣ୍ଟର ଫ୍ୟାଶନ କେବେ ଆଉଟ୍‌ଡେଟେଡ୍‌ ହୁଏ ନାହିଁ। ସବୁଠୁ ବଡ଼ କଥା ହେଉଛି, ଏହି ପ୍ୟାଣ୍ଟକୁ ଉଭୟ ପୁରୁଷ ଓ ମହିଳା ବେଶ୍‌ ଆରାମରେ ପିନ୍ଧିପାରିବେ। ଜାଣନ୍ତୁ କାର୍ଗୋ ପ୍ୟାଣ୍ଟର କେତୋଟି ଲାଟେଷ୍ଟ ଡିଜାଇନ୍‌ ସମ୍ପର୍କରେ…

* ତିନି ପ୍ରକାରର କାର୍ଗୋ ପ୍ୟାଣ୍ଟ: କ୍ଲାସିକ୍‌ ୟୁଟିଲିଟି ପ୍ୟାଣ୍ଟ, କାର୍ଗୋ ଜୋଗର୍ସ, ସ୍କିନି କମ୍‌ବାଟ୍‌ ଟ୍ରାଉଜର୍ସ ହେଉଛି କାର୍ଗୋ ପ୍ୟାଣ୍ଟର ତିନୋଟି ମୁଖ୍ୟ ଭେରାଇଟି। ବର୍ତ୍ତମାନ ଯୁବପିଢିଙ୍କ ଭିତରେ ଏହି ଟାଇପ୍ସର କାର୍ଗୋ ପ୍ୟାଣ୍ଟକୁ ନେଇ ବେଶ୍‌ ଡିମାଣ୍ଡ ରହିଛି।
* ସ୍ଲିମ୍‌ ଓ ଷ୍ଟ୍ରେଟ୍‌ କଟ୍‌: କାର୍ଗୋ ପ୍ୟାଣ୍ଟଗୁଡ଼ିକ ସାଧାରଣତଃ ଢିଲା ପାର୍ଟନରେ ଆସିଥାଏ। ତଥାପି ସ୍ଲିମ୍‌ ଓ ଷ୍ଟ୍ରେଟ୍‌ କଟ୍‌ ଡିଜାଇନ୍‌ରେ ଆସୁଥିବା କାର୍ଗୋ ପ୍ୟାଣ୍ଟଗୁଡ଼ିକ ପିନ୍ଧିବାକୁ ବେଶ୍‌ କମ୍ପର୍ଟେବଲ୍‌ ଲାଗିଥାଏ। କେହି କେହି ତ ଓଭର୍‌ ସାଇଜ୍‌ କାର୍ଗୋ ପ୍ୟାଣ୍ଟ ପିନ୍ଧିବାକୁ ବି ପସନ୍ଦ କରିଥାନ୍ତି। ତେବେ ଯାହାବି ପିନ୍ଧନ୍ତୁ, ତାହା ଯେମିତି ଆପଣଙ୍କ ହାଇଟ୍‌ ଓ ପର୍ସନାଲିଟିକୁ ସୁଟ୍‌ କରୁଥିବ, ସେଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।
*ଫ୍ୟାବ୍ରିକ୍‌ କେମିତି ହେବା ଦରକାର: ଅନ୍ୟସବୁ ଫ୍ୟାବ୍ରିକ୍‌ ତୁଳନାରେ କଟନ୍‌ କପଡ଼ାରେ ତିଆରି କାର୍ଗୋ ପ୍ୟାଣ୍ଟ ଦେଖିବାକୁ ଯେମିତି ସୁନ୍ଦର ଲାଗେ ପିନ୍ଧିବାକୁ ସେମିତି କମ୍ଫର୍ଟେବଲ୍‌ ହୋଇଥାଏ।
* ଟି-ଶାର୍ଟ ସହିତ ମ୍ୟାଚିଂ: ଏହି ପ୍ୟାଣ୍ଟ ସାଙ୍ଗକୁ ଶାର୍ଟ ତୁଳନାରେ ଟି-ଶାର୍ଟ ବହୁତ ଭଲ ମାନିଥାଏ। ବିଶେଷକରି ଟର୍ଟଲ୍‌ ନେକ୍‌ ତଥା ଚଙ୍କି କ୍ରିଉ ନେକ୍‌ ବାଲା ଟି-ଶାର୍ଟ ଅଧିକ ଫ୍ୟାଶନେବଲ୍‌ ଲାଗିଥାଏ।
* ପ୍ରିଣ୍ଟେଡ୍‌ କାର୍ଗୋ ପ୍ୟାଣ୍ଟ: ଯୁବପିଢିଙ୍କ ଗହଣରେ ଏହି ପ୍ୟାଣ୍ଟର ବି ଭଲ ଚାହିଦା ରହିଥାଏ। ସବୁଠୁ ବଡ଼ କଥା ହେଉଛି ପ୍ରିଣ୍ଟେଡ୍‌ କାର୍ଗୋ ପ୍ୟାଣ୍ଟ ସହିତ ଯେ କୌଣସି ରଙ୍ଗ ହେଉ ଅବା ପାର୍ଟନର ଶାର୍ଟ ଆରାମରେ ପିନ୍ଧିହୁଏ।
* ଫର୍ମାଲ୍‌ ଲୁକ୍‌ ବି ଦିଏ: ସାଙ୍ଗସାଥୀଙ୍କ ସହ ଗେଟ୍‌ ଟୁଗେଦର୍‌ ହେଉ ଅବା ଆଉଟିଂରେ ଗଲାବେଳେ ଅନେକେ କାର୍ଗୋ ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ତେବେ କାର୍ଗୋ ପ୍ୟାଣ୍ଟ ଯେ କେବଳ କାଜୁଆଲ୍‌ ଲୁକ୍‌ ପାଇଁ ଫିଟ୍‌ ତାହା ନୁହେଁ ଏହାକୁ ଅଫିସିଆଲି ମଧ୍ୟ କ୍ୟାରି କରିହେବ। ଏଥିପାଇଁ କେବଳ ଖାକି ରଙ୍ଗର କାର୍ଗୋ ପ୍ୟାଣ୍ଟଟିଏ ଦରକାର। ଏହି ପ୍ୟାଣ୍ଟ ସାଙ୍ଗକୁ ଧଳା ରଙ୍ଗର ଶାର୍ଟ ଓ କୋଟ୍‌, ତା’ସାଙ୍ଗକୁ ଘଣ୍ଟା ଓ ବେଲ୍ଟ ପିନ୍ଧିଦେଲେ ଆରାମରେ ଫର୍ମାଲ୍‌ ଲୁକ୍‌ ମିଳିଯିବ।
* ସ୍ନିକର୍ସ: କାଜୁଆଲ୍‌ ଲୁକ୍‌ ପାଇଁ କାର୍ଗୋ ପ୍ୟାଣ୍ଟ ସହିତ ସ୍ନିକର୍ସ ବହୁତ ଭଲ ଲାଗିଥାଏ। ତେବେ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ କେହି କେହି ଏହା ସହିତ ସୁଜ୍‌ ହେଉ ଅବା ହିଲ୍‌ ବି ପିନ୍ଧିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?