ପ୍ରାଚୀନ ଭାରତରେ ପରିଚର୍ଯ୍ୟା

ନଗେନ୍ଦ୍ର ନାଥ ପଟ୍ଟନାୟକ

 

ଚିକିତ୍ସା କ୍ଷେତ୍ରରେ ରୋଗୀଙ୍କ ପରିଚର୍ଯ୍ୟା ଅତ୍ୟନ୍ତ ଆବଶ୍ୟକ ତଥା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ଏଥିରେ ରୋଗୀ ତଥା ଅସୁସ୍ଥ ମନୁଷ୍ୟର ଫଳପ୍ରଦ ସେବା-ଶୁଶ୍ରୂଷା ଏଭଳି ଭାବରେ ସମ୍ପନ୍ନ କରାଯାଏ, ଯାହାକି ସାଧାରଣ ଚିକିତ୍ସକଙ୍କ ଦ୍ୱାରା କରାଯାଉଥିବା ଉପଚାର ଅପେକ୍ଷା ତାକୁ ଅଧିକ ଫାଇଦା ମିଳିଥାଏ। ପରିଚର୍ଯ୍ୟା ବହୁସ୍ତରୀୟ, ଯଥା- ରୋଗୀଙ୍କ ଦେଖାରଖା, ଔଷଧ ପଥିର ସୁବନ୍ଦୋବସ୍ତ, ଠିକଣା ସମୟରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ଔଷଧ ସେବନ କରାଇବା ଏବଂ ଅନ୍ୟ ସବୁପ୍ରକାର ଚିକିତ୍ସା ସମ୍ବନ୍ଧୀୟ ସାହାଯ୍ୟ ଓ ସହଯୋଗ ଉପଲବ୍ଧ କରାଇବା ଇତ୍ୟାଦି ।
ଏହି ପରିପ୍ରେକ୍ଷୀରେ ଆଦିକାବ୍ୟ ରାମାୟଣ ପ୍ରସଙ୍ଗକୁ ବିଚାରକୁ ନିଆଯାଇପାରେ। ସାୟଂକାଳରେ ଯୁଦ୍ଧ ବିରାମ ପରେ ପରେ ପବନତନୟ ହନୁମାନ ଓ ରାକ୍ଷାସରାଜ ବିଭୀଷଣ ହସ୍ତରେ ମଶାଲ ଧରି ରଣଭୂମିରେ ବୁଲିବାରେ ଲାଗିଲେ। ଯାହାଫଳରେ ସେ ଦୁହେଁଯାକ ଯୋଉଯୋଉ ବାନର ସବୁ ଜୀବିତ ଥିଲେ ସେମାନଙ୍କର ସେବାଯତ୍ନ କରି ତାଙ୍କ ଭିତରେ ଧୈର୍ଯ୍ୟର ସେତୁବନ୍ଧକୁ ସଶକ୍ତ କରିବାରେ ସମର୍ଥ ହୋଇଥିଲେ। ତଦନନ୍ତର ବାନରମାନଙ୍କୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଜାମ୍ବବାନ ହନୁମାନଙ୍କୁ ପର୍ବତରାଜ ହିମାଳୟରୁ ଚାରିପ୍ରକାର ଔଷଧ ଯଥା- ମୃତସଂଜୀବନୀ ବା ବିଶଲ୍ୟକରଣୀ (ମୃତକକୁ ବଞ୍ଚାଇ ପାରୁଥିବା ପଥି), କ୍ଷତସ୍ଥାନ ଓ ଘା’କୁ ଶୁଖାଇ ଭଲକରି ପାରୁଥିବା ସାବର୍ଣ୍ଣକରଣୀ (ଘା’ର ରଙ୍ଗ ବଦଳାଇ ପୂର୍ବାବସ୍ଥାକୁ ଫେରାଇ ଆଣିବାର ଔଷଧ), ସଂଧାନକରଣୀ (ଘା’କୁ ଭରିବା ପରେ ଖାଲକୁ ଯୋଡି ସମାନ କରିପାରୁଥିବା ଔଷଧ) ଆଣିବାକୁ କହିଲେ। ତତ୍‌ପଶ୍ଚାତ ହନୁମାନ ଔଷଧ ପର୍ବତକୁ ସମୂଳେ ଲଙ୍କାକୁ ବୋହି ଆଣିଥିଲେ। ଏହା ହେଉଛି ପରିଚର୍ଯ୍ୟାର ସର୍ବୋତ୍କୃଷ୍ଟ ଉଦାହରଣ।
ସେହିପରି ମହାତ୍ମା ବୁଦ୍ଧଙ୍କ ଛଅଗୋଟି ସର୍ବଶ୍ରେଷ୍ଠ କଥା ଭିତରୁ ପରିଚର୍ଯ୍ୟା ଅନ୍ୟତମ ବୋଲି କୁହାଯାଏ। ଏକ ପ୍ରସିଦ୍ଧ କଥାନୁସାରେ ଜଣେ ଭିକ୍ଷୁଙ୍କ ଶରୀର ଏତେ ରୁଗ୍‌ଣ ହୋଇଗଲା ଯେ ନିଜ ଆସନରୁ ଉଠିବାରେ ଅକ୍ଷମ ହେଲେ। ଯେତେବେଳେ ଅନ୍ୟ ଜଣେ ଭିକ୍ଷୁ ସାଧୁ ତାଙ୍କୁ କୌଣସି ସାହାଯ୍ୟ କଲେ ନାହିଁ, ୍‌ ସେତିକିବେଳେ ଭଗବାନ ବୁଦ୍ଧ ତାଙ୍କ ସେବା ଶୁଶ୍ରୂଷା କରିବା ଲାଗି ଆଗେଇ ଆସିଲେ । ସେ ରୁଗ୍‌ଣ ଭିକ୍ଷୁଙ୍କୁ ଯଥା ସମୟରେ ସ୍ନାନଶୌଚ ଆଦି ନିତ୍ୟକର୍ମ କରାଇବା ସହ ପରିଷ୍କାର ଭାବେ ପୋଛାପୋଛି କରିଦେଲେ। ଅନନ୍ୟ ସେବାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରି ତଥାଗତ ବୁଦ୍ଧ ଦର୍ଶାଇଛନ୍ତି ଯେ କେବଳ ମନୁଷ୍ୟ ପରିଚର୍ଯ୍ୟା ହିଁ ସର୍ବଶ୍ରେଷ୍ଠ ସେବା।
ଅନୁରୂପ ଭାବରେ ବୈଦିକ କାଳରେ ରୁଗ୍‌ଣ ବ୍ୟକ୍ତିର ସେବା ଶୁଶ୍ରୂଷା କରିବା ମହତ କାର୍ଯ୍ୟକୁ ଖୁବ୍‌ ସମ୍ମାନ ଆଦର ଦୃଷ୍ଟିରେ ବିବେଚନା କରୁଥିଲେ। ଋଗ୍‌ବେଦରେ ବୈଦ୍ୟଙ୍କ କାର୍ଯ୍ୟ ଓ ଗୁଣଗୁଡ଼ିକ ସମ୍ପର୍କରେ ସବିଶେଷ ଉଲ୍ଲେଖ ରହିଛି। ଯାହାଙ୍କ ପାଖରେ ସବୁ ପ୍ରକାର ଔଷଧ ପଥି ମହଜୁଦ ଥାଏ ସେହି ବିଦ୍ୱାନଙ୍କ ନାମ ବୈଦ୍ୟ। ବୈଦ୍ୟରାଜ ରୋଗଗୁଡିକୁ ଦେହରୁ ହଟେଇ ଦିଅନ୍ତି। ସୁତରାଂ ରୋଗନିରୋଧ ପଥିଗୁଡ଼ିକ ସଂଗ୍ରହ କରିବା ତଥା ସେଗୁଡ଼ିକର ଫଳପ୍ରସୂ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବା ବୈଦ୍ୟଙ୍କ ପ୍ରମୁଖ କାର୍ଯ୍ୟ। ଚରକ ସଂହିତାରେ ମହର୍ଷି ଚରକ ରୋଗୀର ପରିଚର୍ଯ୍ୟା ଓ ଶୁଶ୍ରୂଷା ସଂକ୍ରାନ୍ତରେ ଆହାର ବ୍ୟବହାର ନିୟମାବଳୀ ପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଚିକିତ୍ସକ ବିଶୁଦ୍ଧ ଆଚରଣ ପ୍ରଦର୍ଶନ, ପବିତ୍ର, ଚତୁର ଓ କୁଶଳ ଦୟାବାନ ହେବା ସାଙ୍ଗକୁ ରୋଗୀଙ୍କ ପାଇଁ ସବୁପ୍ରକାର ସେବା ଯତ୍ନ କରିବାରେ ସୁଦକ୍ଷ, ପାକଶାସ୍ତ୍ରରେ ପାରଙ୍ଗମ, ରୋଗୀକୁ ଉଠେଇ ବୁଲେଇବାରେ ନିପୁଣ, ବିଛଣା ବିଛେଇ ସଫାସୁତରା କରିବାରେ ପ୍ରବୀଣ, ତପତ୍ର ଧୈର୍ଯ୍ୟଶୀଳ ଓ ରୋଗ ପୀଡ଼ିତଙ୍କ ପରିଚର୍ଯ୍ୟାରେ କୁଶଳ ଓ ଆଜ୍ଞାକାରୀ ହେବା ଉଚିତ।
ସପ୍ତମ ଶତାବ୍ଦୀରେ ଚାଇନାର ପିରବ୍ରାଜକ ହୁଏନ୍‌ସାଂ ତଥାଗତଙ୍କ ପବିତ୍ର ଭୂମିରେ ଆଗମନ କରିଥିଲେ ବିଦ୍ୟା ଅଧ୍ୟୟନ ନିମନ୍ତେ। ହୁଏନ୍‌ସାଂଙ୍କ ବିବରଣୀ ଅନୁସାରେ ବିଦ୍ୟାର୍ଥୀ ଆଚାର୍ଯ୍ୟଙ୍କ ନିକଟକୁ ଯାଇ ତାଙ୍କର ସେବା କାର୍ଯ୍ୟରେ ନିଜକୁ ନିମଗ୍ନ ରଖୁଥିଲେ। ଗୁରୁଙ୍କ ପ୍ରତିଟି ଆଦେଶକୁ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ। ଅପରପଟେ ଯଦି କୌଣସି ଶିଷ୍ୟ ରୋଗାକ୍ରାନ୍ତ ଓ ଅସୁସ୍ଥ ହୋଇଯାଏ ଆଚାର୍ଯ୍ୟଙ୍କ ପରମ କର୍ତ୍ତବ୍ୟ ଥିଲା ଭଲହେବା ଯାଏ ସିଏ ତା’ର ଉପଯୁକ୍ତ ସେବା-ଶୁଶ୍ରୂଷା କରିବେ ଓ ତାକୁ ଆବଶ୍ୟକ ମୁତାବକ ଔଷଧ ପଥି ପାନ ଦେବେ ସେବନ କରିବାକୁ।
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri