ପ୍ରାଚୀନ ଭାରତରେ ପରିଚର୍ଯ୍ୟା

ନଗେନ୍ଦ୍ର ନାଥ ପଟ୍ଟନାୟକ

 

ଚିକିତ୍ସା କ୍ଷେତ୍ରରେ ରୋଗୀଙ୍କ ପରିଚର୍ଯ୍ୟା ଅତ୍ୟନ୍ତ ଆବଶ୍ୟକ ତଥା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ଏଥିରେ ରୋଗୀ ତଥା ଅସୁସ୍ଥ ମନୁଷ୍ୟର ଫଳପ୍ରଦ ସେବା-ଶୁଶ୍ରୂଷା ଏଭଳି ଭାବରେ ସମ୍ପନ୍ନ କରାଯାଏ, ଯାହାକି ସାଧାରଣ ଚିକିତ୍ସକଙ୍କ ଦ୍ୱାରା କରାଯାଉଥିବା ଉପଚାର ଅପେକ୍ଷା ତାକୁ ଅଧିକ ଫାଇଦା ମିଳିଥାଏ। ପରିଚର୍ଯ୍ୟା ବହୁସ୍ତରୀୟ, ଯଥା- ରୋଗୀଙ୍କ ଦେଖାରଖା, ଔଷଧ ପଥିର ସୁବନ୍ଦୋବସ୍ତ, ଠିକଣା ସମୟରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ଔଷଧ ସେବନ କରାଇବା ଏବଂ ଅନ୍ୟ ସବୁପ୍ରକାର ଚିକିତ୍ସା ସମ୍ବନ୍ଧୀୟ ସାହାଯ୍ୟ ଓ ସହଯୋଗ ଉପଲବ୍ଧ କରାଇବା ଇତ୍ୟାଦି ।
ଏହି ପରିପ୍ରେକ୍ଷୀରେ ଆଦିକାବ୍ୟ ରାମାୟଣ ପ୍ରସଙ୍ଗକୁ ବିଚାରକୁ ନିଆଯାଇପାରେ। ସାୟଂକାଳରେ ଯୁଦ୍ଧ ବିରାମ ପରେ ପରେ ପବନତନୟ ହନୁମାନ ଓ ରାକ୍ଷାସରାଜ ବିଭୀଷଣ ହସ୍ତରେ ମଶାଲ ଧରି ରଣଭୂମିରେ ବୁଲିବାରେ ଲାଗିଲେ। ଯାହାଫଳରେ ସେ ଦୁହେଁଯାକ ଯୋଉଯୋଉ ବାନର ସବୁ ଜୀବିତ ଥିଲେ ସେମାନଙ୍କର ସେବାଯତ୍ନ କରି ତାଙ୍କ ଭିତରେ ଧୈର୍ଯ୍ୟର ସେତୁବନ୍ଧକୁ ସଶକ୍ତ କରିବାରେ ସମର୍ଥ ହୋଇଥିଲେ। ତଦନନ୍ତର ବାନରମାନଙ୍କୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଜାମ୍ବବାନ ହନୁମାନଙ୍କୁ ପର୍ବତରାଜ ହିମାଳୟରୁ ଚାରିପ୍ରକାର ଔଷଧ ଯଥା- ମୃତସଂଜୀବନୀ ବା ବିଶଲ୍ୟକରଣୀ (ମୃତକକୁ ବଞ୍ଚାଇ ପାରୁଥିବା ପଥି), କ୍ଷତସ୍ଥାନ ଓ ଘା’କୁ ଶୁଖାଇ ଭଲକରି ପାରୁଥିବା ସାବର୍ଣ୍ଣକରଣୀ (ଘା’ର ରଙ୍ଗ ବଦଳାଇ ପୂର୍ବାବସ୍ଥାକୁ ଫେରାଇ ଆଣିବାର ଔଷଧ), ସଂଧାନକରଣୀ (ଘା’କୁ ଭରିବା ପରେ ଖାଲକୁ ଯୋଡି ସମାନ କରିପାରୁଥିବା ଔଷଧ) ଆଣିବାକୁ କହିଲେ। ତତ୍‌ପଶ୍ଚାତ ହନୁମାନ ଔଷଧ ପର୍ବତକୁ ସମୂଳେ ଲଙ୍କାକୁ ବୋହି ଆଣିଥିଲେ। ଏହା ହେଉଛି ପରିଚର୍ଯ୍ୟାର ସର୍ବୋତ୍କୃଷ୍ଟ ଉଦାହରଣ।
ସେହିପରି ମହାତ୍ମା ବୁଦ୍ଧଙ୍କ ଛଅଗୋଟି ସର୍ବଶ୍ରେଷ୍ଠ କଥା ଭିତରୁ ପରିଚର୍ଯ୍ୟା ଅନ୍ୟତମ ବୋଲି କୁହାଯାଏ। ଏକ ପ୍ରସିଦ୍ଧ କଥାନୁସାରେ ଜଣେ ଭିକ୍ଷୁଙ୍କ ଶରୀର ଏତେ ରୁଗ୍‌ଣ ହୋଇଗଲା ଯେ ନିଜ ଆସନରୁ ଉଠିବାରେ ଅକ୍ଷମ ହେଲେ। ଯେତେବେଳେ ଅନ୍ୟ ଜଣେ ଭିକ୍ଷୁ ସାଧୁ ତାଙ୍କୁ କୌଣସି ସାହାଯ୍ୟ କଲେ ନାହିଁ, ୍‌ ସେତିକିବେଳେ ଭଗବାନ ବୁଦ୍ଧ ତାଙ୍କ ସେବା ଶୁଶ୍ରୂଷା କରିବା ଲାଗି ଆଗେଇ ଆସିଲେ । ସେ ରୁଗ୍‌ଣ ଭିକ୍ଷୁଙ୍କୁ ଯଥା ସମୟରେ ସ୍ନାନଶୌଚ ଆଦି ନିତ୍ୟକର୍ମ କରାଇବା ସହ ପରିଷ୍କାର ଭାବେ ପୋଛାପୋଛି କରିଦେଲେ। ଅନନ୍ୟ ସେବାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରି ତଥାଗତ ବୁଦ୍ଧ ଦର୍ଶାଇଛନ୍ତି ଯେ କେବଳ ମନୁଷ୍ୟ ପରିଚର୍ଯ୍ୟା ହିଁ ସର୍ବଶ୍ରେଷ୍ଠ ସେବା।
ଅନୁରୂପ ଭାବରେ ବୈଦିକ କାଳରେ ରୁଗ୍‌ଣ ବ୍ୟକ୍ତିର ସେବା ଶୁଶ୍ରୂଷା କରିବା ମହତ କାର୍ଯ୍ୟକୁ ଖୁବ୍‌ ସମ୍ମାନ ଆଦର ଦୃଷ୍ଟିରେ ବିବେଚନା କରୁଥିଲେ। ଋଗ୍‌ବେଦରେ ବୈଦ୍ୟଙ୍କ କାର୍ଯ୍ୟ ଓ ଗୁଣଗୁଡ଼ିକ ସମ୍ପର୍କରେ ସବିଶେଷ ଉଲ୍ଲେଖ ରହିଛି। ଯାହାଙ୍କ ପାଖରେ ସବୁ ପ୍ରକାର ଔଷଧ ପଥି ମହଜୁଦ ଥାଏ ସେହି ବିଦ୍ୱାନଙ୍କ ନାମ ବୈଦ୍ୟ। ବୈଦ୍ୟରାଜ ରୋଗଗୁଡିକୁ ଦେହରୁ ହଟେଇ ଦିଅନ୍ତି। ସୁତରାଂ ରୋଗନିରୋଧ ପଥିଗୁଡ଼ିକ ସଂଗ୍ରହ କରିବା ତଥା ସେଗୁଡ଼ିକର ଫଳପ୍ରସୂ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବା ବୈଦ୍ୟଙ୍କ ପ୍ରମୁଖ କାର୍ଯ୍ୟ। ଚରକ ସଂହିତାରେ ମହର୍ଷି ଚରକ ରୋଗୀର ପରିଚର୍ଯ୍ୟା ଓ ଶୁଶ୍ରୂଷା ସଂକ୍ରାନ୍ତରେ ଆହାର ବ୍ୟବହାର ନିୟମାବଳୀ ପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଚିକିତ୍ସକ ବିଶୁଦ୍ଧ ଆଚରଣ ପ୍ରଦର୍ଶନ, ପବିତ୍ର, ଚତୁର ଓ କୁଶଳ ଦୟାବାନ ହେବା ସାଙ୍ଗକୁ ରୋଗୀଙ୍କ ପାଇଁ ସବୁପ୍ରକାର ସେବା ଯତ୍ନ କରିବାରେ ସୁଦକ୍ଷ, ପାକଶାସ୍ତ୍ରରେ ପାରଙ୍ଗମ, ରୋଗୀକୁ ଉଠେଇ ବୁଲେଇବାରେ ନିପୁଣ, ବିଛଣା ବିଛେଇ ସଫାସୁତରା କରିବାରେ ପ୍ରବୀଣ, ତପତ୍ର ଧୈର୍ଯ୍ୟଶୀଳ ଓ ରୋଗ ପୀଡ଼ିତଙ୍କ ପରିଚର୍ଯ୍ୟାରେ କୁଶଳ ଓ ଆଜ୍ଞାକାରୀ ହେବା ଉଚିତ।
ସପ୍ତମ ଶତାବ୍ଦୀରେ ଚାଇନାର ପିରବ୍ରାଜକ ହୁଏନ୍‌ସାଂ ତଥାଗତଙ୍କ ପବିତ୍ର ଭୂମିରେ ଆଗମନ କରିଥିଲେ ବିଦ୍ୟା ଅଧ୍ୟୟନ ନିମନ୍ତେ। ହୁଏନ୍‌ସାଂଙ୍କ ବିବରଣୀ ଅନୁସାରେ ବିଦ୍ୟାର୍ଥୀ ଆଚାର୍ଯ୍ୟଙ୍କ ନିକଟକୁ ଯାଇ ତାଙ୍କର ସେବା କାର୍ଯ୍ୟରେ ନିଜକୁ ନିମଗ୍ନ ରଖୁଥିଲେ। ଗୁରୁଙ୍କ ପ୍ରତିଟି ଆଦେଶକୁ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ। ଅପରପଟେ ଯଦି କୌଣସି ଶିଷ୍ୟ ରୋଗାକ୍ରାନ୍ତ ଓ ଅସୁସ୍ଥ ହୋଇଯାଏ ଆଚାର୍ଯ୍ୟଙ୍କ ପରମ କର୍ତ୍ତବ୍ୟ ଥିଲା ଭଲହେବା ଯାଏ ସିଏ ତା’ର ଉପଯୁକ୍ତ ସେବା-ଶୁଶ୍ରୂଷା କରିବେ ଓ ତାକୁ ଆବଶ୍ୟକ ମୁତାବକ ଔଷଧ ପଥି ପାନ ଦେବେ ସେବନ କରିବାକୁ।
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri