ଶବ ବ୍ୟବଚ୍ଛେଦ ରିପୋର୍ଟରେ ହୃଦ୍‌ଘାତଜନିତ ମୃତ୍ୟୁ

ଖଇରା, ୨୪।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ଅଧୀନ ବଡଜୟୀପୁର ପଞ୍ଚାୟତ ସମିତିସଭ୍ୟା ପାର୍ବତୀ ସେଠୀଙ୍କ ଶ୍ୱଶୁର ଉପେନ୍ଦ୍ର ପ୍ରସାଦ ସେଠୀଙ୍କୁ ବିଜେଡି କର୍ମୀ ହତ୍ୟା କରାଯିବା ନେଇ ବିରୋଧୀ ଭାଜପାର ଅଭିଯୋଗ ଭିତ୍ତିହୀନ ସାବ୍ୟସ୍ତ ହୋଇଛି ା ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟରେ ବୃଦ୍ଧ ସେଠୀଙ୍କ ମୃତ୍ୟୁ ହୃଦ୍‌ଘାତଜନିତ ଜଣାପଡିବା ପରେ ଶାସକ ଦଳ କଡା ପ୍ରତିକ୍ରିୟା ରଖିଛନ୍ତି ା ସ୍ବାଭାବିକ ମୃତ୍ୟୁକୁ ନେଇ ଭାଜପା ନେତା ଓ କର୍ମୀମାନେ ବିଜୁ ଜନତା ଦଳ କର୍ମୀ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାମକୁ ଯୋଡି ହତ୍ୟା ଅଭିଯୋଗ ଆଣିବା ହୀନ ମାନସିକତା ଏବଂ ଏହା ସେହି ଭାଜପା ପାଇଁ ଆଗାମୀ ଦିନରେ ବୁମେରାଂ ହେବ ା
ଖଇରା ସିମୁଳିଆବାସୀ ଏହାର ଉଚିତ୍‌ ଜବାବ ଦେବେ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଭଳି ୨୦୨୪ରେ ଭାଜପା ମାଟି କାମୁଡିବ ବୋଲି ବିଜେଡି ନେତ୍ରୀ ତଥା ୬ନଂ. ଜୋନର ଜିଲାପରିଷଦ ସଭ୍ୟ ସୁଷମା ମହାପାତ୍ର କହିଛନ୍ତି।
ଜନତା ଦଳ ତଥା ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବଦ୍‌ନାମ କରିବା ପାଇଁ ଭାଜପା ଏହାକୁ ହତ୍ୟାର ରଙ୍ଗ ଦେଇଥିବା ଡୁଙ୍ଗୁରା ସରପଞ୍ଚ ପ୍ରକାଶ ଲେଙ୍କା କହିଛନ୍ତି। ୧୬ତାରିଖ ରାତିରେ ମିଳନ ପଡିଆରେ କୌଣସି ଗଣ୍ଡଗୋଳ ଘଟି ନ ଥିଲା ବୋଲି ଗ୍ରାମବାସୀ ପୋଲିସକୁ ପୂର୍ବରୁ କହିସାରିଥିଲେ। କେବଳ ଭାଜପାର ଏକ ଷଡଯନ୍ତ୍ର ବୋଲି ବଡଜୟୀପୁର ପଞ୍ଚାୟତର ବିଜେଡି ନେତା ବାବୁ ସେଠୀ କହିଛନ୍ତି ା ୧୬ତାରିଖ ଏହି ଘଟଣାକୁ ଭାଜପା ନେତୃବୃନ୍ଦ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ୧୭ତାରିଖରେ ସିମୁଳିଆ ଥାନା ସମ୍ମୁଖରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା ଏହି ହତ୍ୟାକାଣ୍ଡ ପଛରେ ବିଜେଡି କର୍ମୀ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିବାକୁ ପଛାଇ ନ ଥିଲେ। ଉପେନ୍ଦ୍ରଙ୍କ ପରିବାରଙ୍କ ଅଭିଯୋଗକ୍ରମେ ସିମୁଳିଆ ପୋଲିସ ୬ଜଣଙ୍କ ନାମରେ ଏକ ମାମଲା(ନଂ.୧୦୦/୨୨) ରୁଜୁ କରିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri