ପିଏମ୍‌ଓଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଏଆଇ

ନୂଆଦିଲ୍ଲୀ,୨୪।୩: ଦେଶର ଶିଳ୍ପଗୁଡ଼ିକର ସୁରକ୍ଷା ଓ ଏହାର ସମାଧାନ ଲାଗି ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପକ୍ଷରୁ ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସମେତ କେନ୍ଦ୍ର କୋଇଲା ମନ୍ତ୍ରୀ ଏବଂ କ୍ୟାବିନେଟ୍‌ ସଚିବଙ୍କୁ ମଧ୍ୟ ଚିଠି ଲେଖି ସେମାନଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ାଯାଇଛି। କୌଣସି ଅଗ୍ରିମ ନୋଟିସ ନ ଦେଇ ଅଣବିଦ୍ୟୁତ୍‌ କ୍ଷେତ୍ରକୁ କୋଇଲା ପାଇଁ ସଡ଼କ ଓ ରେକ୍‌ ଯୋଗାଣକୁ ଆହୁରି ହ୍ରାସ କରିବା ଲାଗି କୋଲ୍‌ ଇଣ୍ଡିଆ ନିକଟରେ ଗ୍ରହଣ କରିଥିବା ଏକ ନିଷ୍ପତ୍ତି ଯୋଗୁ ସଂଘ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଗତ ୭ ମାସ ଧରି ଦେଶରେ ଲାଗି ରହିଥିବା କୋଇଲା ସଙ୍କଟରେ କିଛିଟା ସୁଧାରର ସଙ୍କେତ ମିଳିଥିବା ବେଳେ ଅତିକମ୍‌ରେ ଶକ୍ତିକ୍ଷେତ୍ର ଯାହାର କୋଇଲା ଷ୍ଟକ୍‌ ୨୦୨୧ର ଅଗଷ୍ଟ-ସେପ୍ଟେମ୍ବରରେ ୩-୪ ଦିନ ଭଳି ନିମ୍ନସ୍ତରକୁ ହ୍ରାସ ପାଇଥିଲା ତାହା ୯-୧୦ ଦିନର ଷ୍ଟକ୍‌ ପର୍ଯ୍ୟନ୍ତ ଉଲ୍ଲେଖନୀୟ ଭାବେ ଉନ୍ନତ ହୋଇପାରିଛି। ଅଣବିଦ୍ୟୁତ୍‌ କ୍ଷେତ୍ର ଲାଗି କୋଇଲା ଯୋଗାଣ ଏବେ ୩.୬ ଏଲ୍‌ଟିପିଡି (ଦୈନିକ ଲକ୍ଷ ଟନ୍‌)ରୁ ୨.୭୫ ଏଲ୍‌ଟିପିଡିକୁ ହ୍ରାସ ପାଇଛି ଯାହା ଚାହିଦା-ଯୋଗାଣ ଅନ୍ତରକୁ ଆହୁରି ଖରାପ କରିଛି ଏବଂ ଶିଳ୍ପରେ ବଡ଼ ଧରଣର ଅଭାବ ସୃଷ୍ଟି କରିଛି। ଏହି ଚିନ୍ତାଜନକ ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ଅଣ-ବିଦ୍ୟୁତ୍‌ କ୍ଷେତ୍ର ଲାଗି କୋଇଲା ଯୋଗାଣ ୨୦୨୨ ଆର୍ଥିକ ବର୍ଷର ସେପ୍ଟେମ୍ବର-ଫେବୃୟାରୀ ମଧ୍ୟରେ ୧୨% (୬୧ ଏମ୍‌ଏମ୍‌ଟିରୁ ୫୮ ଏମ୍‌ଏମ୍‌ଟି)କୁ ହ୍ରାସ ପାଇଥିବାବେଳେ ବିଦ୍ୟୁତ୍‌ କ୍ଷେତ୍ରକୁ ଯୋଗାଣରେ ୧୧% (୨୪୮ ଏମ୍‌ଏମ୍‌ଟିରୁ ୩୦୫ ଏମ୍‌ଏମ୍‌ଟି) କୁ ବୃଦ୍ଧି ପାଇଛି। ଫଳରେ ଅଣ ବିଦ୍ୟୁତ୍‌ କ୍ଷେତ୍ର ଲାଗି ୪୮୦୦ ରେକ୍‌ର ଯୋଗାଣକୁ ନେଇ ଏକ ବିଶାଳ ବକେୟା ସୃଷ୍ଟିକରିଛି। ଏହି ସ୍ଥିତି ଦ୍ୱାରା ସବୁଠୁ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ବିଦ୍ୟୁତ୍‌ ଉପରେ ଅତ୍ୟଧିକ ନିର୍ଭରଶୀଳ ଆଲୁମିନିୟମ୍‌ କ୍ଷେତ୍ରର କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ୍‌ (ସିପିପି)। ଯଦିଓ ଏହି ଶିଳ୍ପ ଲାଗି ପ୍ରସ୍ତାବିତ କୋଇଲା ଷ୍ଟକର ସ୍ତର ହେଉଛି ଅତିକମ୍‌ରେ ୧୫ ଦିନ, କିନ୍ତୁ ଏବେ ତାହା ୪ ଦିନ ଭଳି ବିପଦପୂର୍ଣ୍ଣ ନିମ୍ନ ଷ୍ଟକ୍‌ ସ୍ତରକୁ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri