ପିଏମ୍‌ଓଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଏଆଇ

ନୂଆଦିଲ୍ଲୀ,୨୪।୩: ଦେଶର ଶିଳ୍ପଗୁଡ଼ିକର ସୁରକ୍ଷା ଓ ଏହାର ସମାଧାନ ଲାଗି ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପକ୍ଷରୁ ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସମେତ କେନ୍ଦ୍ର କୋଇଲା ମନ୍ତ୍ରୀ ଏବଂ କ୍ୟାବିନେଟ୍‌ ସଚିବଙ୍କୁ ମଧ୍ୟ ଚିଠି ଲେଖି ସେମାନଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ାଯାଇଛି। କୌଣସି ଅଗ୍ରିମ ନୋଟିସ ନ ଦେଇ ଅଣବିଦ୍ୟୁତ୍‌ କ୍ଷେତ୍ରକୁ କୋଇଲା ପାଇଁ ସଡ଼କ ଓ ରେକ୍‌ ଯୋଗାଣକୁ ଆହୁରି ହ୍ରାସ କରିବା ଲାଗି କୋଲ୍‌ ଇଣ୍ଡିଆ ନିକଟରେ ଗ୍ରହଣ କରିଥିବା ଏକ ନିଷ୍ପତ୍ତି ଯୋଗୁ ସଂଘ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଗତ ୭ ମାସ ଧରି ଦେଶରେ ଲାଗି ରହିଥିବା କୋଇଲା ସଙ୍କଟରେ କିଛିଟା ସୁଧାରର ସଙ୍କେତ ମିଳିଥିବା ବେଳେ ଅତିକମ୍‌ରେ ଶକ୍ତିକ୍ଷେତ୍ର ଯାହାର କୋଇଲା ଷ୍ଟକ୍‌ ୨୦୨୧ର ଅଗଷ୍ଟ-ସେପ୍ଟେମ୍ବରରେ ୩-୪ ଦିନ ଭଳି ନିମ୍ନସ୍ତରକୁ ହ୍ରାସ ପାଇଥିଲା ତାହା ୯-୧୦ ଦିନର ଷ୍ଟକ୍‌ ପର୍ଯ୍ୟନ୍ତ ଉଲ୍ଲେଖନୀୟ ଭାବେ ଉନ୍ନତ ହୋଇପାରିଛି। ଅଣବିଦ୍ୟୁତ୍‌ କ୍ଷେତ୍ର ଲାଗି କୋଇଲା ଯୋଗାଣ ଏବେ ୩.୬ ଏଲ୍‌ଟିପିଡି (ଦୈନିକ ଲକ୍ଷ ଟନ୍‌)ରୁ ୨.୭୫ ଏଲ୍‌ଟିପିଡିକୁ ହ୍ରାସ ପାଇଛି ଯାହା ଚାହିଦା-ଯୋଗାଣ ଅନ୍ତରକୁ ଆହୁରି ଖରାପ କରିଛି ଏବଂ ଶିଳ୍ପରେ ବଡ଼ ଧରଣର ଅଭାବ ସୃଷ୍ଟି କରିଛି। ଏହି ଚିନ୍ତାଜନକ ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ଅଣ-ବିଦ୍ୟୁତ୍‌ କ୍ଷେତ୍ର ଲାଗି କୋଇଲା ଯୋଗାଣ ୨୦୨୨ ଆର୍ଥିକ ବର୍ଷର ସେପ୍ଟେମ୍ବର-ଫେବୃୟାରୀ ମଧ୍ୟରେ ୧୨% (୬୧ ଏମ୍‌ଏମ୍‌ଟିରୁ ୫୮ ଏମ୍‌ଏମ୍‌ଟି)କୁ ହ୍ରାସ ପାଇଥିବାବେଳେ ବିଦ୍ୟୁତ୍‌ କ୍ଷେତ୍ରକୁ ଯୋଗାଣରେ ୧୧% (୨୪୮ ଏମ୍‌ଏମ୍‌ଟିରୁ ୩୦୫ ଏମ୍‌ଏମ୍‌ଟି) କୁ ବୃଦ୍ଧି ପାଇଛି। ଫଳରେ ଅଣ ବିଦ୍ୟୁତ୍‌ କ୍ଷେତ୍ର ଲାଗି ୪୮୦୦ ରେକ୍‌ର ଯୋଗାଣକୁ ନେଇ ଏକ ବିଶାଳ ବକେୟା ସୃଷ୍ଟିକରିଛି। ଏହି ସ୍ଥିତି ଦ୍ୱାରା ସବୁଠୁ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ବିଦ୍ୟୁତ୍‌ ଉପରେ ଅତ୍ୟଧିକ ନିର୍ଭରଶୀଳ ଆଲୁମିନିୟମ୍‌ କ୍ଷେତ୍ରର କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ୍‌ (ସିପିପି)। ଯଦିଓ ଏହି ଶିଳ୍ପ ଲାଗି ପ୍ରସ୍ତାବିତ କୋଇଲା ଷ୍ଟକର ସ୍ତର ହେଉଛି ଅତିକମ୍‌ରେ ୧୫ ଦିନ, କିନ୍ତୁ ଏବେ ତାହା ୪ ଦିନ ଭଳି ବିପଦପୂର୍ଣ୍ଣ ନିମ୍ନ ଷ୍ଟକ୍‌ ସ୍ତରକୁ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୨୭। ୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ଏବେ ସାରା ଦେଶରେ କଟକଣା ଲାଗୁ କରୁଛନ୍ତି। ଏହି ସମୟରେ କିଛି ବଛାବଛା ବ୍ୟାଙ୍କ...

ସ୍ବଳ୍ପ ସଞ୍ଚୟ ଯୋଜନା ସୁଧହାର ହ୍ରାସ;ସଂସଦରେ ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,୩୦-୬: କେନ୍ଦ୍ରର ମୋଦି ସରକାର ଏକ ବଡ଼ ନିଷ୍ପତ୍ତି କ୍ରମେ ସୁକନ୍ୟା ଯୋଜନା, ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଭଳି ସ୍ବଳ୍ପ...

କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍‌ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍‌ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ହାଇଡ୍ରୋଜେନ୍‌ ଇନ୍ଧନ ବ୍ୟବହାରକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୨୭।୪: ହାଇଡ୍ରୋଜେନ୍‌ ଇନ୍ଧନ ବ୍ୟବହାରକରି ଇସ୍ପାତ ତିଆରି କରିବା ସହ ଇସ୍ପାତ ଶିଳ୍ପର ବିକାଶ କରାଯାଇପାରିବ। ଏପରିକି ଭବିଷ୍ୟତରେ ମଧ୍ୟ ଏହାର ବ୍ୟବହାରକୁ ଗୁରୁତ୍ୱ ଦିଆଯିବା...

ଯୋଜନା ବିଗାଡ଼ୁଛି ରାଜ୍ୟର ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ, ୨୩ା୬:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଭାରତର ଗରିବ ରାଜ୍ୟ ସମ୍ପର୍କରେ ଏକ ତଥ୍ୟ ପ୍ରକାଶ କରାଯାଇଛି। ଆର୍‌ବିଆଇ ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟ...

ବନ୍ଦ ରହିବ ବ୍ୟବସାୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ, ଭୁବନେଶ୍ୱର,୨୧-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ଗୁରୁବାର ଦେଶବାସୀଙ୍କୁ ଆହ୍ବାନ...

ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତିଙ୍କ ଆହ୍ବାନ

ମୁମ୍ବାଇ,୬-୧୦: ଘରୋଇ ବଜାରରେ ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆହ୍ବାନ ଜଣାଇଛନ୍ତି। ଭାରତକୁ ନିବେଶର ଏକ ଗନ୍ତବ୍ୟସ୍ଥଳ ଭାବେ ଗଢି ତୋଳିବା...

୨ ଲକ୍ଷ କୋଟି ଟଙ୍କା ବଢ଼ିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୫।୮: ଗତ ୪ ସେସନରେ କ୍ଷତି ସହିବା ପରେ ମଙ୍ଗଳବାର ଦେଶର ପୁଞ୍ଜି ବଜାରରେ କାରବାର ବେଶ୍‌ ଉନ୍ନତ ରହିଛି। ଏହି ସମୟରେ ନିବେଶକଙ୍କ ସମ୍ପତ୍ତି...

Advertisement
Archives

Model This Week