ଅକ୍ଟୋବରରେ ୪୮% ବୃଦ୍ଧି ପାଇଛି ଗାଡ଼ି ବିକ୍ରି

ନୂଆଦିଲ୍ଲୀ, ୮।୧୧: ଚଳିତ ବର୍ଷର ପାର୍ବଣ ଅବସରରେ ଗାଡିର ଖୁଚୁରା ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଶେଷକରି ଚଳିତ ବର୍ଷ ଅକ୍ଟୋବରରେ ଗାଡି ବିକ୍ରି ୪୮% ବୃଦ୍ଧି ପାଇଥିବା ଫେଡେରେଶନ୍‌ ଅଫ୍‌ ଅଟୋ ମୋବାଇଲ୍‌ ଡିଲର୍ସ ଆସୋସିଏଶନ୍‌ (ଫାଡା) ପକ୍ଷରୁ ସୋମବାର ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରେ ୨୦,୯୪,୩୭୮ ୟୁନିଟ୍‌ ଯାନବାହନ ବିକ୍ରି ହୋଇଥିଲା। ହେଲେ ଗତବର୍ଷ ଏହି ଅବଧି ମଧ୍ୟରେ ୧୪,୧୮,୭୨୬ ୟୁନିଟ୍‌ ଥିଲା। ଗତ ବର୍ଷର ବିକ୍ରି ତୁଳନାରେ ଚଳିତ ବର୍ଷର ବିକ୍ରି ପରିମାଣ ୪୮% ଅଭିବୃଦ୍ଧି କରିଛି। ସେହିପରି ୨୦୧୯ରେ ମଧ୍ୟ ୧୯,୩୩,୪୮୪ ୟୁନିଟ୍‌ ଗାଡି ବିକ୍ରି ହୋଇଥିଲା। ୨୦୧୯ର ବିକ୍ରି ତୁଳନାରେ ୨୦୨୨ ଅକ୍ଟୋବରର ବିକ୍ରି ୮% ଅଧିକ ରହିଛି। ସେହିଭଳି ୨୦୧୯ ପ୍ରି-କୋଭିଡ଼୍‌ ମାସ ସହ ତୁଳନା କଲେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଯାନବାହନ ବିକ୍ରି ୮% ବୃଦ୍ଧି ପାଇଛି ବୋଲି ଫାଡାର ସଭାପତି ମନୀଷ ରାଜ ସିଘାଂନିଆ ମତ ପ୍ରକାଶ କରିଛନ୍ତି। ଅପରପକ୍ଷରେ ୨୦୨୨ ଅକ୍ଟୋବରରେ ୨ ଚକିଆ ଯାନ ବିକ୍ରି ୫୧% ହୋଇଥିବା ବେଳେ ୩ ଚାକିଆ ଯାନ ବିକ୍ରି ୬୬%, ଯାତ୍ରୀବାହୀ ଯାନ ୪୧%, ଟ୍ରାକ୍ଟର ୧୭ % ଏବଂ ବାଣିଜ୍ୟଭିତ୍ତିକ ଯାନ ୨୫% ବୃଦ୍ଧି ପାଇଥିବା ଜଣାପଡିଛି।
ଏ ସମ୍ପର୍କରେ ଫାଡାର ସଭାପତି କହିଛନ୍ତି, ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ଅଟୋ ଶିଳ୍ପ ପୂର୍ବ ବର୍ଷ ଅପେକ୍ଷା ଭଲ ବ୍ୟବସାୟ କରିଛି। ପ୍ରଥମ ଥର ପାଇଁ ପ୍ରତ୍ୟେକ ବର୍ଗର ଗ୍ରାହକମାନେ ବହୁଳ ସଂଖ୍ୟାରେ ବଜାରକୁ ଆସି ଯାନବାହନ କିଣିଥିଲେ। ତେଣୁ ବିଗତ ୪ବର୍ଷ (୨୦୧୯-୨୨) ମଧ୍ୟରେ ଯାନବାହନ ବିକ୍ରି ସର୍ବୋତ୍ତମ ହୋଇପାରିଥିଲା ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଅକ୍ଟୋବରରେ ଟ୍ରାକ୍ଟର ବିକ୍ର ୪୫,୪୪୫ ୟୁନିଟ ହୋଇଥିବା ବେଳେ ୨୦୨୨ ଅକ୍ଟୋବରରେ ଏହା ୫୩,୩୬୨ ୟୁନିଟକୁ ବୃଦ୍ଧି ସହ ୧୭% ଅଭିବୃଦ୍ଧି କରିଛି। ଏହି ସମୟ ମଧ୍ୟରେ ୨ଚକିଆ ଯାନ ବିକ୍ରି ୧୦,୩୯,୮୪୫ ୟୁନିଟରୁ ୧୫,୭୧,୧୬୫ ୟୁନିଟ୍‌କୁ ବୃଦ୍ଧି ପାଇ ୫୧% ଅଭିବୃଦ୍ଧି ଘଟିଛି। ସେହିପରି ୩ ଚକିଆ ଯାନ ବିକ୍ରି ଗତ ବର୍ଷ ତୁଳନାରେ ୬୬%କୁ ବୃଦ୍ଧି ହୋଇ ୬୬,୭୬୩ ୟୁନିଟ୍‌ରେ ପହଞ୍ଚତ୍ଛି। ସୂଚନାଯୋଗ୍ୟ ଯେ ସାରା ଦେଶରେ ୪୨ ଦିନର ଉତ୍ସବ ହେଉଥିବା ସମୟରେ ଯାନବାହନ ବିକ୍ରି ୨୯%ବୃଦ୍ଧି ପାଇ ୨୮,୮୮,୧୩୧ ୟୁନିଟରେ ପହଞ୍ଚତ୍ଛି, ଯାହାକି ଗତବର୍ଷ ୨୨,୪୨,୧୩୯ ୟୁନିଟ୍‌ ରହିଥିଲା। ଏହି ପରିପ୍ରେକ୍ଷୀରେ ୨ ଚକିଆ ଯାନ ୨୬%, ୩ ଚିକିଆ ଯାନ ୬୮%, ସିଭି ସେଗମେଣ୍ଟ ୨୯%, ଯାତ୍ରୀବାହୀ ଯାନ ୩୪% ଏବଂ ଟ୍ରାକ୍ଟର ୩୦% ବିକ୍ରି ହୋଇଛି ବୋଲି ଫାଡା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri