Advertisement

ଦିଗପହଣ୍ଡିରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୮।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଗଞ୍ଜାମ ଜିଲାର ଦିଗପହଣ୍ଡି ସହରରେ ଶୁଭାରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ୫୨୦୦ ବର୍ଗଫୁଟ ପରିମିତ ସ୍ଥାନରେ ନବନିର୍ମିତ ଏହି ଷ୍ଟୋରରେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜ ଅତି ସ୍ବତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣିର ଅନୁଭୂତି ସହିତ ପାଇପାରିବେ। ଏପରିକି ଷ୍ଟୋର୍‌ର ସ୍ବତନ୍ତ୍ର ଉଦଘାଟନୀ ଅଫର ସହ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ମଧ୍ୟ ରହିଛି। ଯେପରିକି ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୧୫୦୦ ଟଙ୍କା ମୂଲ୍ୟର କୁପନ୍‌ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ବିଶେଷ କରି ଦିଗପହଣ୍ଡି ସହରରେ ଏହି ଅତ୍ୟାଧୁନିକ ଷ୍ଟୋରର ମଡର୍ନ ଲୁକ୍‌ ଏବଂ ପରିବେଶ ସହ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ସେହିଭଳି ଦିଗପହଣ୍ଡି ସହର ତଥା ଏହା ନିକଟବର୍ତ୍ତୀ ଅଞ୍ଚଳର ଗ୍ରାହକମାନେ ଏହାର ଫାଇଦା ଉଠାଇପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ସେହିପରି ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖୀ କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତରେ ଗ୍ରାହକଙ୍କ ସମ୍ପର୍କ ସୁଦୃଢ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ନେସ୍‌ଲେ

ନୂଆଦିଲ୍ଲୀ,୨୫।୯: ଦେଶର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱର ଜଣାଶୁଣା ଖାଦ୍ୟ ତଥା ପାନୀୟ କମ୍ପାନୀ ନେସ୍‌ଲେ ଏସ୍‌ଏ ଆସନ୍ତା ସାଢେ ୩ ବର୍ଷ...

ଅକ୍ଷୟ ତୃତୀୟାରେ ଡିଜିଟାଲରେ କିଣି ପାରିବେ ସୁନା

ନୂଆଦିଲ୍ଲୀ,୨୬।୪: ଲକ୍‌ଡାଉନ ଅକ୍ଷୟ ତୃତୀୟାର ହଟଚମକକୁ କମ୍‌ କରି ଦେଇଛି। ଷ୍ଟୋରଗୁଡିକ ବନ୍ଦ ରହିବା ଯୋଗୁ ଲୋକମାନେ ସେଠାକୁ ଯାଇ ସୁନା କିଣିବା ଏବେ ସମ୍ଭବ...

୨୦୨୦ରେ ଆସୁଛି ଫେସ୍‌ବୁକ୍‌ର କ୍ରିପ୍ଟୋକରେନ୍ସି ‘ଲିବ୍ରା’

ନୂଆଦିଲ୍ଲୀ,୧୮-୬: ସୋସିଆଲ ମିଡିଆ ଓ୍ବେବସାଇଟ ଫେସ୍‌ବୁକ୍‌ ୨୦୨୦ରେ ନିଜସ୍ବ କ୍ରିପ୍ଟୋକରେନ୍ସି ‘ଲିବ୍ରା’ ଲଞ୍ଚ କରିବାକୁ ଯାଉଛି ବୋଲି ମଙ୍ଗଳବାର ଘୋଷଣା କରିଛି। ସ୍ମାର୍ଟ ଡିଭାଇସ୍‌ ଜରିଆରେ...

କେରଳ ପର୍ଯ୍ୟଟନ ଶିଳ୍ପରେ ଛାଇଲା ମାନ୍ଦାବସ୍ଥା

ତିରୁଭାନନ୍ତପୁରମ୍‌,୧୮-୯: ନିକଟରେ କେରଳର ସର୍ବବୃହତ ପର୍ବ ଓଣମ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ...

୧.୦୪ ଲକ୍ଷ କୋଟିର ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୧୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ଡିଜିଟାଲ ୟୁନିଟ ଜିଓ ପ୍ଲାଟଫର୍ମ ଲାଗି ମାତ୍ର ୮ ସପ୍ତାହରେ ୧.୦୪ ଲକ୍ଷ କୋଟି ଟଙ୍କାର ନିବେଶ ହାତେଇଛି। ଶନିବାର...

ହେଲ୍‌ଥଭିଲେର ମଧୁମେହ ସଚେତନତା ଶିବିର

ଭୁବନେଶ୍ୱର,୧୮।୧୧:ରାଜ୍ୟର ପ୍ରମୁଖ ଯୋଗ ଏବଂ ନେଚରକେୟାର ସେଣ୍ଟର ହେଲ୍‌ଥଭିଲେ ପକ୍ଷରୁ ନିକଟରେ ବିଶ୍ୱ ମଧୁମେହ ସଚେତନତା ଦିବସ ପାଳିତ ହୋଇଯାଇଛି। ଏପରିକି ସ୍ଥାନୀୟ ଭାଲୁଙ୍କାସ୍ଥିତ ହେଲ୍‌ଥଭିଲେରେ...

ତେଲ ଚାହିଦା ୯.୪% ଖସିଲା

ନୂଆଦିଲ୍ଲୀ:  କୋଭିଡ୍‌ର ଦ୍ୱିତୀୟ ଲହର ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଲକ୍‌ଡାଉନ ଏବଂ ଶଟ୍‌ଡାଉନ କରାଯାଇଛି। ଆର୍ଥତ୍କ କାର୍ଯ୍ୟକଳାପ ଏବଂ ଯାନବାହନ ଚଳାଚଳ ଉପରେ ବର୍ତ୍ତମାନ କଟକଣା...

‘ଚଏସ୍‌’କୁ ସମ୍ମାନ ଦେଉ

ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟସ୍‌ ଓ ଇଲେକ୍ଟ୍ରିକାଲ ଆପ୍ଲିଏନ୍ସେସ୍‌ ବିକ୍ରି କ୍ଷେତ୍ରରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଏକ ବଡ଼ ନାଁ। ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କୁ ଦୃଷ୍ଟାନ୍ତମୂଳକ ସେବା...

Advertisement
Archives

Model This Week