ହ୍ରାସ ପାଇଛି ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୬।୧: ଗତ ବର୍ଷର ଶେଷ ମାସରେ ଭାରତୀୟ ଅଟୋ ବଜାରରେ ଗାଡ଼ି ବିକ୍ରି ମାନ୍ଦା ରହିଥିବା ସୂଚନା ମିଳିଛି। ଏପରିକି ୨୦୨୨ ଅକ୍ଟୋବର ଏବଂ ନଭେମ୍ବର ମାସରେ ଗାଡ଼ି ବିକ୍ରିରେ ସକାରାତ୍ମକ ପ୍ରଭାବ ପଡ଼ିଥିବା ବେଳେ, ଡିସେମ୍ବରରେ ଏହାର ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି। ବିଶେଷ କରି ରିଟେଲ୍‌ ଅଟୋମୋବାଇଲ୍‌ ବିକ୍ରିରେ ୫% ହ୍ରାସ ଘଟିଥିବା ଫେଡେରେସନ ଅଫ୍‌ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ୍‌ (ଫାଡା) ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ୨୦୨୨ ଡିସେମ୍ବରରେ ୧୧,୩୩,୧୩୮ ୟୁନିଟ୍‌ ୨ ଚକିଆ ଗାଡ଼ି ବିକ୍ରି ହୋଇଥିବା ବେଳେ ଏହି ସମୟରେ ୩ ଚକିଆ ୬୩,୬୫୫ ୟୁନିଟ୍‌ ଗାଡି ବିକ୍ରି ହୋଇଛି। ଏପରିକି ବାଣିଜ୍ୟଭିତ୍ତିକ ଗାଡ଼ି ୬୬,୯୪୫ ୟୁନିଟ୍‌ ବିକ୍ରି ହୋଇଥିବା ବେଳେ ପାସେଞ୍ଜର ଗାଡ଼ି ୨,୮୦,୦୧୬ ୟୁନିଟ୍‌ ବିକ୍ରି ରେକର୍ଡ କରିଛି। ସେହିପରି ଏହି ଅବଧି ମଧ୍ୟରେ ଟ୍ରାକ୍ଟର ୭୮,୫୬୩ ୟୁନିଟ୍‌ ଗାଡ଼ି ବିକ୍ରି ରେକର୍ଡ କରିଥିବା ଫାଡା ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଫାଡା ସଭାପତି ରାଜ ସିଙ୍ଗାନିଆ କହିଛନ୍ତି, ଗତ ୨ ମାସର ଭଲ ବିକ୍ରି ପରେ ଡିସେମ୍ବରରେ କୋଭିଡ୍‌ ଆଶଙ୍କାରୁ ବିକ୍ରି କମିଥିବାବେଳେ ୨୦୨୨ରେ ଦେଶରେ ମୋଟ ଖୁଚୁରା ଗାଡ଼ି ବିକ୍ରି ବୃଦ୍ଧି ପାଇଛି। ଏପରିକି ପାସେଞ୍ଜର ଗାଡ଼ି ସର୍ବାଧିକ ୩.୪୩ ନିୟୁତ ୟୁନିଟ୍‌ ଗାଡ଼ି ବିକ୍ରି ହୋଇଥିବା ଜଣାପଡ଼ିଛି। ସେହିପରି ପାସେଞ୍ଜର ଗାଡ଼ି ବ୍ୟତୀତ ଟ୍ରାକ୍ଟର ସେଗମେଣ୍ଟ ହେଉଛି ଅନ୍ୟ ଏକ ବିଭାଗ ଯେଉଁଥିରେ ୨୦୨୧, ୨୦୨୦ ଏବଂ ୨୦୧୯ ଠାରୁ ଅଧିକ ବିକ୍ରି ହୋଇଛି ବୋଲି ସେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ୨୦୨୨ ଡିସେମ୍ବର ମାସରେ ଓଭରଅଲ୍‌ କ୍ଷେତ୍ରରେ ୫% ଗାଡ଼ି ବିକ୍ରି ହ୍ରାସ ଘଟିଥିବାବେଳେ ୨ଚକିଆ କ୍ଷେତ୍ରରେ ୧୧% କମିଥିବା ସୂଚନା ମିଳିଛି। ସେହିଭଳି ୩ ଚକିଆ କ୍ଷେତ୍ରରେ ୪୨%, ପିଭି କ୍ଷେତ୍ରରେ ୮%, ଟ୍ରାକ୍ଟର ୫% ଏବଂ ସିଭି କ୍ଷେତ୍ରରେ ୧୧% ବୃଦ୍ଧି ଘଟିଥିବା ରେର୍କଟ କରାଯାଇଛି। ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବରରେ ୧୬ ଲକ୍ଷ ୨୨ ହଜାର ୩୧୭ ଗାଡ଼ି ବିକ୍ରି ହୋଇଥିଲାବେଳେ ୨୦୨୧ ଡିସେମ୍ବରରେ ୧୭ ଲକ୍ଷ ୧୪ ହଜାର ୯୪୨ ଗାଡି ବିକ୍ରି ରେକର୍ଡ କରାଯାଇଛି ବୋଲି ଫାଡା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri