ପୁଣି ବନ୍ଦ ହେଲା ‘କାର୍‌ ଖାନା’

ଭୁବନେଶ୍ୱର, ୨୦।୨ (ବନ୍ଦନା ସେଠୀ):ପୁଣି ଥରେ ବନ୍ଦ ହେଲା ‘କାର୍‌ଖାନା’। ଆଇଜି ପାର୍କ ରାସ୍ତାକଡ଼ରେ କାର୍‌ରେ ଖାଦ୍ୟ ଆଣି ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ ଦୁଇ ଯାଆ ରଶ୍ମିତା ଓ ନେହା ପାଣିଗ୍ରାହୀ। କମ୍‌ ଦାମ୍‌ରେ ଘରୋଇ ତଥା ଭଲ ଖାଦ୍ୟ ହୋଇଥିବାରୁ ଲୋକେ ଏହାକୁ ପସନ୍ଦ କରୁଥିଲେ। କାର୍‌ ଯୋଗେ ଖାଦ୍ୟ ଆଣି ପାର୍କ କଡ଼ରେ ବିକ୍ରି କରିବାରୁ ଏହାର ନାଁ ‘କାର୍‌ଖାନା’ ରଖାଯାଇଥିଲା। ତେବେ ବିନା ଟ୍ରେଡ୍‌ ଲାଇସେନ୍ସରେ ବେପାର କରୁଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ସେମାନଙ୍କୁ ୫ ହଜାର ଫାଇନ କାଟି ବେପାର ବନ୍ଦ କରାଇଥିଲା। ତେବେ କିଛିଦିନ ତଳେ ସ୍ମାର୍ଟ ଜନପଥ କଡ଼ରେ ଥିବା ଭେଣ୍ଡିଂ ଜୋନ୍‌ ନଂ. ୮୯ ଓ ୯୦କୁ ଭଡ଼ାରେ ନେଇ ବେପାର ଆରମ୍ଭ କରିଥିଲେ ଦୁଇ ଯାଆ। ମାତ୍ର ପୁଣିଥରେ ବିଏମସି ଉକ୍ତ ‘କାର୍‌ଖାନା’ ପୋଷ୍ଟର ଲାଗିଥିବା ୨ ଭେଣ୍ଡିଂଜୋନ୍‌କୁ ସିଲ୍‌ କରିଛି। କାର୍‌ଖାନା ନାଁରେ ୨ ଯାଆ ଚଳାଉଥିବା ଦୋକାନକୁ ବନ୍ଦ କରାଯିବା ସହ ଏହି ୨ ଭେଣ୍ଡିଂ ଜୋନର ମୂଳ ମାଲିକଙ୍କୁ ନୋଟିସ ଜାରି ହୋଇଥିବା ବିଏମ୍‌ସି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଜନପଥ କଡ଼ରେ ଥିବା ଭେଣ୍ଡିଂ ଜୋନ୍‌ ପଲିସି ଅନୁଯାୟୀ, ବିଏମସି ଦ୍ବାରା ହସ୍ତଗତ ଭେଣ୍ଡିଂ ଜୋନକୁ ବିନା ଅନୁମତିରେ କେହି ଭଡ଼ାରେ ଲଗାଇପାରିବେ ନାହିଁ। ପୂର୍ବରୁ ବହୁ ଲୋକ ଜନପଥ କଡ଼ରେ ଥିବା ଭେଣ୍ଡିଂଜୋନ ହାତେଇବା ସହ ଭଡ଼ା ସୂତ୍ରରେ ନେବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିୟମ ନ ଥିବାରୁ ତାଙ୍କୁ ଏନେଇ ଅନୁମତି ମିଳୁନାହିଁ। ଏଭଳି କ୍ଷେତ୍ରରେ ବିଏମସି ପକ୍ଷରୁ କାରଖାନାକୁ କୌଣସି ଭେଣ୍ଡିଂଜୋନ ଆବଣ୍ଟନ କରାଯାଇ ନଥିବାବେଳେ ଏହାକୁ ବେଆଇନ ଭାବେ ଭଡ଼ା ସୂତ୍ରରେ ନେଇ ବ୍ୟବସାୟ କରୁଥିଲେ। ଅଭିଯୋଗ ପାଇବା ପରେ ଉକ୍ତ ୨ଭେଣ୍ଡିଂ ଜୋନକୁ ସିଲ୍‌ କରାଯାଇଛି। ଏଥିସହ ଭେଣ୍ଡିଂଜୋନ୍‌ର ମୂଳ ମାଲିକ ଯଥାକ୍ରମେ ଧଳରେନ୍ଦ୍ର ଓଝା ଓ ଅଜୟ ଦାସଙ୍କୁ ବିଏମସି ସୋ-କଜ୍‌ ନୋଟିସ ଜାରି କରିଥିବା ବିଏମସି ମାର୍କେଟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଉଭୟ ଭେଣ୍ଡିଂଜୋନ ମାଲିକ ବିଏମସି ପକ୍ଷରୁ ରଖାଯାଇଥିବା ସର୍ତ୍ତ ଖିଲାପ କରିଛନ୍ତି। ତେଣୁ ବିଏମସି କାହିଁକି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ଉତ୍ତର ରଖିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ରଖିଲେ ଉକ୍ତ ଭେଣ୍ଡିଂଜୋନ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ, ସମ୍ପୃକ୍ତ ଭେଣ୍ଡିଂଜୋନ୍‌କୁ ବିଏମସି ପୁନର୍ବାର ନିଜ ଅଧୀନକୁ ଆଣିବ। ଏଥିସହ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଏଠାରେ ଥଇଥାନ କରାଯିବ। ତେବେ ଶନିବାରଠାରୁ କାର୍‌ ଖାନାକୁ ସିଲ୍‌ କରାଯାଇଥିବାବେଳେ ଏଯାବତ୍‌ ଏନେଇ କୌଣସି ଉତ୍ତର ହସ୍ତଗତ ହୋଇ ନ ଥିବା ସୂଚନା ମିଳିଛି। ସେହିପରି ଘଟଣା ନେଇ ସମ୍ପୃକ୍ତ ୨ଯାଆଙ୍କର ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri