ରିଙ୍ଗ୍‌ ରୋଡ଼ ଘାଇରେ ଭାସିଯାଇଥିଲେ କାର୍‌ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ,୩୦।୭(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍‌ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍‌ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ ମୃତଦେହ ପ୍ରାୟ ୩୦ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳଙ୍କ ଦୀର୍ଘ ସମୟର ଖୋଜାଖୋଜି ପରେ ମୃତଦେହ ଠାବ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଲଗାଣ ବର୍ଷା ଯୋଗୁ ରିଙ୍ଗ୍‌ ରୋଡ଼ରେ ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଏହି ସମୟରେ ଏର୍ଟିଗା କାର୍‌ଟି ପ୍ରବଳ ସ୍ରୋତରେ ଭାସିଯାଇଥିବାବେଳେ ଚାଳକ ସଦାଶିବ ମହାନ୍ତି ନିଖୋଜ ହୋଇଯାଇଥିଲେ। ଘଟଣା ପରଠାରୁ ଅଗ୍ନିଶମ ବିଭାଗ, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଲଗାତାର ଉଦ୍ଧାର କାର୍ଯ୍ୟ ଚାଲିଥିଲା।
ଦୀର୍ଘ ୩୦ ଘଣ୍ଟାର ତଲାସି ପରେ ଆଜି ସଦାଶିବ ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Odisha’s No.1 Odia Daily