ଟ୍ରକ ତଳେ ପଶିଗଲା କାର, ଜଣେ ମୃତ, ୪ ଗୁରୁତର

ଭଦ୍ରକ ଅଫିସ,୨୯।୪: ପଶ୍ଚିମବଙ୍ଗରୁ ଏକ କାର ପୁରୀ ଯାଉଥିବା ବେଳେ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଗୁରୁତରମାନଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ କାରରେ ୬ଜଣ ଯାତ୍ରୀଥିବା ସୂଚନା ମିଳିଛି। ଚାଳକଙ୍କ ସମେତ ୬ଜଣ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ସୂଚନା ମିଳିଛି। ହେଲେ ବାଟରେ ଏହି ଦୁର୍ଘଟଣା ଘଟିଛି।