‘କାର୍‌ ବୟ’ ଏକାକ୍ଷର

ଭୁବନେଶ୍ୱର,୩୦।୫(ବ୍ୟୁରୋ): ବୟସ ମାତ୍ର ୧୦ ବର୍ଷ, କିନ୍ତୁ ପ୍ରତିଭା ଅନେକ। ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ ମଧ୍ୟ ବହୁ ପୁରସ୍କାରର ଅଧିକାରୀ। ଜଣେ ଅଭିନେତା, ସାମାଜିକ କର୍ମୀ ବ୍ୟତୀତ ତାଙ୍କର ଆଉଏକ ନୂଆ ପରିଚୟକୁ ନେଇ ଏବେ ସବୁଠି ଚର୍ଚ୍ଚା। ନାଁ ତା’ର ଏକାକ୍ଷର ପଟ୍ଟନାୟକ। ହେଲେ ବନ୍ଧୁ, ସମ୍ପର୍କୀୟ ଓ ସୋସିଆଲ ମିଡିଆରେ ସେ ଏବେ ‘କାର୍‌ ବୟ’ ଭାବେ ପରିଚିତ। କାରଣ ଏତେ ଛୋଟ ବୟସରୁ କାର୍‌କୁ ନେଇ ତାଙ୍କ ଜ୍ଞାନ, ନିଶା ଓ ସ୍ବପ୍ନ ତାଙ୍କୁ ଏପରି ପରିଚୟ ଦେଇଛି। ଏକାକ୍ଷରଙ୍କ ଘର ଜଟଣୀରେ ହୋଇଥିବାବେଳେ ସେ ପରିବାର ସହ ଭୁବନେଶ୍ୱର ସୁନ୍ଦରପଦାରେ ରହୁଛନ୍ତି। ମାତ୍ର ଦେଢ଼ ବର୍ଷ ବୟସରୁ କାର୍‌ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଦେଖିବାକୁ ମିଳିଥିଲା। ସେ ସମସ୍ତ ଅଗ୍ରଣୀ କାର ଉତ୍ପାଦନକାରୀ କମ୍ପାନୀ, ଲୋକପ୍ରିୟ ମଡେଲଗୁଡିକର ଇତିହାସ, ତିଆରି, ବିକ୍ରୟ, ଭବିଷ୍ୟତର ମଡେଲ, ରୂପାନ୍ତର, ଉତ୍ପାଦନ ସୁବିଧା ଓ ବିକ୍ରୀ ଆଦି ବିଷୟରେ ଚଟାପଟ ଉତ୍ତର ଦେଇପାରନ୍ତି। ଏବେ ସୁଦ୍ଧା ୧୫ହଜାରରୁ ଅଧିକ ଖେଳନା କାର୍‌ ମଡେଲ୍‌କୁ ନେଇ ସେ ଏକ ସଂଗ୍ରହାଳୟ କରିଛନ୍ତି। ଏଥିରେ ସବୁ ନାମୀ କମ୍ପାନୀର ବିଭିନ୍ନ ମଡେଲର କାର୍‌ ରହିଛି। ଏହି କୁନି ବାଳକ ଅବସର ସମୟରେ ଭୁବନେଶ୍ୱର, କଟକ, ପୁରୀ ସହରରେ ଥିବା ସୋରୁମ ଗୁଡିକୁ ପରିଦର୍ଶନ କରି କର୍ମଚାରୀ ଓ ମାଲିକଙ୍କୁ କାର୍‌ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରି ଚକିତ କରିଥାନ୍ତି। କାର୍‌ ପ୍ରତି ତାଙ୍କର ଏତେ ଦୁର୍ବଳତା ଯେ, ତାଙ୍କ କୋଠରିର ସମସ୍ତ ଆସବାବ ପତ୍ର ମଧ୍ୟ କାର୍‌ ଆକୃତିର। ସୁଯୋଗ ମିଳିଲେ ବଡ ହୋଇ ଦିନେ ନିଜର କାର ଡିଜାଇନ କରିବେ ବୋଲି ଏକାକ୍ଷର କହିଛନ୍ତି। ତେବେ ସେ ଏପରି ଏକ କାର୍‌ ଉଦ୍ଭାବନ କରିବା ପାଇଁ ଆଶା ରଖିଛନ୍ତି, ଯେଉଁ କାର୍‌ ବିନା ଚାଳକରେ ତାଙ୍କ ବାପାଙ୍କୁ ତାଙ୍କ ମନପସନ୍ଦର ସ୍ଥାନକୁ ନେଇ ଯାଇପାରିବ। ବିଭିନ୍ନ କାର ସମ୍ପର୍କରେ ତାଙ୍କର ଏହି ଜ୍ଞାନ ତାଙ୍କୁ ଘରେ ଘରେ ପରିଚିତ କରାଇ ପାରିଛି। ରାଜଧାନୀରେ କୌଣସି କାର୍‌ ଶୋ’ରୁମ୍‌ର ଉଦ୍‌ଘାଟନ୍‌ କରାଗଲେ ଏକାକ୍ଷରଙ୍କୁ ଖୋଜାପଡୁଛି। ମନ୍ତ୍ରୀ, ବିଧାୟକ, ଅଭିନେତା, ବିଶିଷ୍ଟ ବ୍ୟକ୍ତଙ୍କ ସହିତ ଅତିଥି ଭାବରେ ଯୋଗଦେଇ କାର ସମ୍ପର୍କରେ ବହୁ ଅଜଣା କଥା ଲୋକଙ୍କୁ କହୁଛନ୍ତି। ଏହା ସମସ୍ତଙ୍କୁ ବିସ୍ମିତ କରୁଛି। ପୁଅର ଏଭଳି ପ୍ରତିଭା ସମ୍ପର୍କରେ ପିତା ଅଭିନେତା ରୁଷି ପଟ୍ଟନାୟକ କୁହନ୍ତି, ଏକାକ୍ଷର ତାଙ୍କ ସହ ବାହାରକୁ ଗଲେ ରାସ୍ତା ସାରା କେବଳ କାର ବିଷୟରେ ହିଁ କଥା ହୁଏ। ଏପରିକି ଅଧ କିଲୋମିଟର ଦୂରରେ ଯାଉଥିବା କାର୍‌କୁ ଦେଖି ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥାଏ। କୌଣସି ସମ୍ପର୍କୀୟ କାର କିଣିବା ପୂର୍ବରୁ ତା’ର ମତାମତ ନିଅନ୍ତି। ବଡ ହୋଇ ଅଟୋମୋବାଇଲ ଇଞ୍ଜିନିୟରିଂ କିମ୍ବା କାର୍‌ ଡିଜାଇନ କରିବା ତାର ସ୍ବପ୍ନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri