‘କାର୍‌ ବୟ’ ଏକାକ୍ଷର

ଭୁବନେଶ୍ୱର,୩୦।୫(ବ୍ୟୁରୋ): ବୟସ ମାତ୍ର ୧୦ ବର୍ଷ, କିନ୍ତୁ ପ୍ରତିଭା ଅନେକ। ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ ମଧ୍ୟ ବହୁ ପୁରସ୍କାରର ଅଧିକାରୀ। ଜଣେ ଅଭିନେତା, ସାମାଜିକ କର୍ମୀ ବ୍ୟତୀତ ତାଙ୍କର ଆଉଏକ ନୂଆ ପରିଚୟକୁ ନେଇ ଏବେ ସବୁଠି ଚର୍ଚ୍ଚା। ନାଁ ତା’ର ଏକାକ୍ଷର ପଟ୍ଟନାୟକ। ହେଲେ ବନ୍ଧୁ, ସମ୍ପର୍କୀୟ ଓ ସୋସିଆଲ ମିଡିଆରେ ସେ ଏବେ ‘କାର୍‌ ବୟ’ ଭାବେ ପରିଚିତ। କାରଣ ଏତେ ଛୋଟ ବୟସରୁ କାର୍‌କୁ ନେଇ ତାଙ୍କ ଜ୍ଞାନ, ନିଶା ଓ ସ୍ବପ୍ନ ତାଙ୍କୁ ଏପରି ପରିଚୟ ଦେଇଛି। ଏକାକ୍ଷରଙ୍କ ଘର ଜଟଣୀରେ ହୋଇଥିବାବେଳେ ସେ ପରିବାର ସହ ଭୁବନେଶ୍ୱର ସୁନ୍ଦରପଦାରେ ରହୁଛନ୍ତି। ମାତ୍ର ଦେଢ଼ ବର୍ଷ ବୟସରୁ କାର୍‌ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଦେଖିବାକୁ ମିଳିଥିଲା। ସେ ସମସ୍ତ ଅଗ୍ରଣୀ କାର ଉତ୍ପାଦନକାରୀ କମ୍ପାନୀ, ଲୋକପ୍ରିୟ ମଡେଲଗୁଡିକର ଇତିହାସ, ତିଆରି, ବିକ୍ରୟ, ଭବିଷ୍ୟତର ମଡେଲ, ରୂପାନ୍ତର, ଉତ୍ପାଦନ ସୁବିଧା ଓ ବିକ୍ରୀ ଆଦି ବିଷୟରେ ଚଟାପଟ ଉତ୍ତର ଦେଇପାରନ୍ତି। ଏବେ ସୁଦ୍ଧା ୧୫ହଜାରରୁ ଅଧିକ ଖେଳନା କାର୍‌ ମଡେଲ୍‌କୁ ନେଇ ସେ ଏକ ସଂଗ୍ରହାଳୟ କରିଛନ୍ତି। ଏଥିରେ ସବୁ ନାମୀ କମ୍ପାନୀର ବିଭିନ୍ନ ମଡେଲର କାର୍‌ ରହିଛି। ଏହି କୁନି ବାଳକ ଅବସର ସମୟରେ ଭୁବନେଶ୍ୱର, କଟକ, ପୁରୀ ସହରରେ ଥିବା ସୋରୁମ ଗୁଡିକୁ ପରିଦର୍ଶନ କରି କର୍ମଚାରୀ ଓ ମାଲିକଙ୍କୁ କାର୍‌ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରି ଚକିତ କରିଥାନ୍ତି। କାର୍‌ ପ୍ରତି ତାଙ୍କର ଏତେ ଦୁର୍ବଳତା ଯେ, ତାଙ୍କ କୋଠରିର ସମସ୍ତ ଆସବାବ ପତ୍ର ମଧ୍ୟ କାର୍‌ ଆକୃତିର। ସୁଯୋଗ ମିଳିଲେ ବଡ ହୋଇ ଦିନେ ନିଜର କାର ଡିଜାଇନ କରିବେ ବୋଲି ଏକାକ୍ଷର କହିଛନ୍ତି। ତେବେ ସେ ଏପରି ଏକ କାର୍‌ ଉଦ୍ଭାବନ କରିବା ପାଇଁ ଆଶା ରଖିଛନ୍ତି, ଯେଉଁ କାର୍‌ ବିନା ଚାଳକରେ ତାଙ୍କ ବାପାଙ୍କୁ ତାଙ୍କ ମନପସନ୍ଦର ସ୍ଥାନକୁ ନେଇ ଯାଇପାରିବ। ବିଭିନ୍ନ କାର ସମ୍ପର୍କରେ ତାଙ୍କର ଏହି ଜ୍ଞାନ ତାଙ୍କୁ ଘରେ ଘରେ ପରିଚିତ କରାଇ ପାରିଛି। ରାଜଧାନୀରେ କୌଣସି କାର୍‌ ଶୋ’ରୁମ୍‌ର ଉଦ୍‌ଘାଟନ୍‌ କରାଗଲେ ଏକାକ୍ଷରଙ୍କୁ ଖୋଜାପଡୁଛି। ମନ୍ତ୍ରୀ, ବିଧାୟକ, ଅଭିନେତା, ବିଶିଷ୍ଟ ବ୍ୟକ୍ତଙ୍କ ସହିତ ଅତିଥି ଭାବରେ ଯୋଗଦେଇ କାର ସମ୍ପର୍କରେ ବହୁ ଅଜଣା କଥା ଲୋକଙ୍କୁ କହୁଛନ୍ତି। ଏହା ସମସ୍ତଙ୍କୁ ବିସ୍ମିତ କରୁଛି। ପୁଅର ଏଭଳି ପ୍ରତିଭା ସମ୍ପର୍କରେ ପିତା ଅଭିନେତା ରୁଷି ପଟ୍ଟନାୟକ କୁହନ୍ତି, ଏକାକ୍ଷର ତାଙ୍କ ସହ ବାହାରକୁ ଗଲେ ରାସ୍ତା ସାରା କେବଳ କାର ବିଷୟରେ ହିଁ କଥା ହୁଏ। ଏପରିକି ଅଧ କିଲୋମିଟର ଦୂରରେ ଯାଉଥିବା କାର୍‌କୁ ଦେଖି ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥାଏ। କୌଣସି ସମ୍ପର୍କୀୟ କାର କିଣିବା ପୂର୍ବରୁ ତା’ର ମତାମତ ନିଅନ୍ତି। ବଡ ହୋଇ ଅଟୋମୋବାଇଲ ଇଞ୍ଜିନିୟରିଂ କିମ୍ବା କାର୍‌ ଡିଜାଇନ କରିବା ତାର ସ୍ବପ୍ନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri