ଶିକାର ପ୍ରସ୍ତୁତି ବେଳେ ମାଡ଼ି ବସିଲେ

ବନ୍ତଳା,୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ନିୟମିତ ଚାଲିଛି ଶିକାର। କେତେବେଳେ ହରିଣ ମରାଯାଉଛି ତ କେବେ ପୁଣି ଠେକୁଆ ଓ କୁଟୁରା ମାରି ମାଂସ ବିକ୍ରି କରାଯାଉଛି। ବନ ବିଭାଗ ପାଟ୍ରୋଲିଂ କରୁଥିବା କହୁଥିଲେ ବି ଶିକାରୀଙ୍କ ବନ୍ଧୁକ ମୁହଁରୁ ଜୀବଜନ୍ତୀଙ୍କୁ ସୁରକ୍ଷା ଦେଇପାରୁ ନାହିଁ। ଗୁରୁବାର କମ୍ପାର୍ଟମେଣ୍ଟ ୧୦ରେ ଶିକାର ପ୍ରସ୍ତୁତି ବେଳେ ଏକକାଳୀନ ୮ ଶିକାରୀଙ୍କୁ ଗିରଫ କରାଯିବା ବନ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଭାଗ ସୂତ୍ରରୁ ପ୍ରକାଶ ଯେ, ଟାଇଁସି ରିଜର୍ଭ ଜଙ୍ଗଲ କମ୍ପାର୍ଟମେଣ୍ଟ ୧୦ରେ ଗୁରୁବାର କେତେଜଣ ଶିକାରୀ ବନ୍ଧୁକ ଧରି ଲୁଚିଥିବା ଖବର ମିଳିଥିଲା। ପମ୍ପାସର ଓ ପୁରୁଣାକୋଟ ରେଞ୍ଜରଙ୍କ ସହ ବନ କର୍ମଚାରୀମାନେ ତୁରନ୍ତ ସେଠାରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ଠାକୁରଗଡ଼ ଥାନା ବରହ୍ମ ଗ୍ରାମର ସୁଶାନ୍ତ ଭୋଇ, ସୁଶାନ୍ତ ପ୍ରଧାନ, ପୁରୁଣାକୋଟ ଥାନା ତରଭା ଗ୍ରାମର ଜୟନ୍ତ ଭୋଇ, ଅଜୟ ଭୋଇ, ବଡ଼ଖେତା ଗ୍ରାମର ରଞ୍ଜନ ଭୋଇ, ଯୋଗେଶ୍ୱର ଭୋଇ, ସିଦ୍ଧେଶ୍ୱର ଭୋଇ ଓ ସାଲର ଗ୍ରାମର ନୀଳକଣ୍ଠ ବର୍ଗିଆ। ଚଢ଼ାଉ ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ହେଡ୍‌ଲାଇଟ, ଟାଙ୍ଗିଆ, ଏକ ବାଇକ୍‌ (ନଂ. ଓଡି ୧୯-୧୫୪୫) ଜବତ କରାଯାଇଛି। ସୁଶାନ୍ତ ଭୋଇ ଦେଶୀ ବନ୍ଧୁକ ରଖି ଯୋଗେଶ୍ୱରଙ୍କ ଘରେ ରହି ଶିକାର କରନ୍ତି। ପୂର୍ବରୁ ଛୁଟାମୁଣ୍ଡା ରିଜର୍ଭ ଜଙ୍ଗଲ କମ୍ପାର୍ଟମେଣ୍ଟ ୩ ଓ ୫ରେ କୁଟୁରା, ଠେକୁଆ ଶିକାର କରି ସାଲର ଗ୍ରାମର ନୀଳକଣ୍ଠଙ୍କ ଘରେ ମାଂସ କାଟିଥିଲେ। ଗତ ୧୨ ତାରିଖରେ ମଧ୍ୟ ଏମାନେ କେତେକ ବନ୍ୟପ୍ରାଣୀ ଶିକାର କରିଥିଲେ। କିନ୍ତୁ ଗୁରୁବାର ଶିକାର ପାଇଁ ପ୍ରସ୍ତୁତି ବେଳେ ବିଭାଗ ସମ୍ପୃକ୍ତ ଶିକାରୀମାନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri