Categories: ଖେଳ

ରିକି ପଣ୍ଟିଂଙ୍କ ରେକର୍ଡ ପଛରେ ପଡ଼ିଛନ୍ତି କୋହଲି

ନୂଆଦିଲ୍ଲୀ, ୫ା୨- ଅଷ୍ଟ୍ରେଲିଆର ମହାନ କ୍ୟାପଟେନ ରିକି ପଣ୍ଟିଂଙ୍କ ଏକ ବିଶ୍ୱ ରେକର୍ଡ ଏବେ ସଙ୍କଟରେ। କାରଣ ତାଙ୍କ ରେକର୍ଡ ପଛରେ ପଡ଼ିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କ୍ରିକେଟର ସମସ୍ତ (ଟି୨୦, ଦିନିକିଆ ଓ ଟେଷ୍ଟ) ଫର୍ମାଟରେ ଜଣେ ଅଧିନାୟକ ଭାବେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ବର୍ତ୍ତମାନ କୋହଲି ଓ ପଣ୍ଟିଂଙ୍କ ନାମରେ ରହିଛି। ପଣ୍ଟିଂ ଅଧିନାୟକ ଭାବେ ହାସଲ କରିଥିଲେ ୪୧ ଅନ୍ତର୍ଜାତୀୟ ଶତକ। ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲିଙ୍କ ନାମରେ ରହିଛି ସମାନ ସଂଖ୍ୟକ ଶତକ। ନିକଟ ଭବିଷ୍ୟତରେ କୋହଲି ଏହି ରେକର୍ଡ ନିଜ ନାମରେ କରିପାରନ୍ତି।

ଅଧିନାୟକ ଭାବେ ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ କୋହଲି ଓ ପଣ୍ଟିଂଙ୍କ ପଛକୁ ରହିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥ। ସେ ଅଧିନାୟକ ଭାବେ ହାସଲ କରିଥିଲେ ୩୩ ଶତକ। ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆ ଦଳର ପୂର୍ବତନ କ୍ୟାପଟେନ ଷ୍ଟିଭ ସ୍ମିଥ (୨୦), ମାଇକେଲ କ୍ଲାର୍କ (୧୯) ଓ ଓ୍ବେଷ୍ଟଇଣ୍ଡିଜର ବ୍ରାଏନ ଲାରା (୧୯)।

Share