Posted inଖେଳ

ହରମନପ୍ରୀତ୍‌ଙ୍କୁ ଜରିମାନା, ଜାଣନ୍ତୁ କାହିଁକି…

ଲକ୍ଷ୍ନୌ,୭ା୩: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହରମନପ୍ରୀତ୍‌ କୌରଙ୍କୁ ଶୁକ୍ରବାର ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି। ଗୁରୁବାର ସ୍ଥାନୀୟ ଏକ୍‌ନା କ୍ରିକେଟ ଷ୍ଟାଡିୟମରେ ୟୁପି ଓ୍ବାରିଅର୍ଜ ବିପକ୍ଷ ଓମେନ୍ସ ପ୍ରମିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ମ୍ୟାଚରେ ସେ ଅମ୍ପାୟରଙ୍କ ନିଷ୍ପତ୍ତିର ଅସହମତି ପ୍ରକାଶ କରିଥିଲେ। ଏହାଦ୍ୱାରା ସେ ଆଚରଣ ସଂହିତାର ଉଲ୍ଲଂଘନ କରିଥିଲେ। ଉତ୍ତରପ୍ରଦେଶ ଓ୍ବାରିୟର୍ଜ ଇନିଂସର ୧୯ତମ ଓଭର ଶେଷରେ ଏହି ଘଟଣା ଘଟିଥିଲା। ଏକ ସ୍ଲୋ ଓଭର ରେଟ୍‌ ପାଇଁ ଫାଇନାଲ ଓଭରରେ ସର୍କଲ ବାହାରେ କେବଳ ୩ଜଣ ଫିଲ୍ଡରଙ୍କୁ ମୁତୟନ କରିବା ଲାଗି ହରମନପ୍ରୀତ୍‌ଙ୍କୁ ଅମ୍ପାୟର ଅଜିତେଶ ଅର୍ଗାଲ କହିଥିଲେ। ମାତ୍ର ଅମ୍ପାୟରଙ୍କ ଏହି ରୁଲିଂରେ ହରମନପ୍ରୀତ ଖୁସି ନ ଥିବା ଦେଖିବାକୁ ମିଳିଥିଲା।

ସେ ଏହି ବିଷୟ ନେଇ ଅମ୍ପାୟରଙ୍କ ସହିତ କିଛି ସମୟ ଯୁକ୍ତିତର୍କ କରିଥିଲେ। ସାଥୀ ଖେଳାଳି ଆମେଲିଆ କେର୍‌ ଆସି ତାଙ୍କ ସହିତ ଆଲୋଚନାରେ ଯୋଗ ଦେଇଥିଲେ। ହରମନପ୍ରୀତ୍‌ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଆଚରଣବିଧି ଅନୁଚ୍ଛେଦ-୧ର ଧାରା ୨.୮ର ଉଲ୍ଲଂଘନ କରିଥିବା ସ୍ବୀକାର କରିଥିଲେ। ଅନୁଚ୍ଛେଦ-୧ର ଉଲ୍ଲଂଘନ କଲେ ମ୍ୟାଚ ରେଫରିଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ। ମ୍ୟାଚ ବେଳେ ହରମନପ୍ରୀତ୍‌ଙ୍କ ଆହୁରି ମଧ୍ୟ ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌ରେ ଛିଡ଼ା ହୋଇଥିବା ଉତ୍ତର ପ୍ରଦେଶ ଓ୍ବାରିଅର୍ଜର ସୋଫି ଏକ୍ଲେଷ୍ଟୋନ୍‌ଙ୍କ ସହିତ ଏକ ବଚସା ହୋଇଥିଲା। ଏହି ପ୍ରସଙ୍ଗରେ ଇଂଲିଶ କ୍ରିକେଟର ଅମ୍ପାୟରଙ୍କ ନିକଟକୁ ଯାଇ କିଛି କହୁଥିବା ଲକ୍ଷ୍ୟ କରାଯାଇଥିଲା।

ଜବାବରେ ହରମନପ୍ରୀତ ପ୍ରତିକ୍ରିୟାଶୀଳ ହୋଇ ଏକ୍ଲେଷ୍ଟୋନ୍‌ଙ୍କ ନିକଟକୁ ଯାଇ ତାଙ୍କୁ ବିରତ ରହିବା ଲାଗି କହୁଥିବା ଦେଖିବାକୁ ମିଳିଥିଲା। ଫଳତଃ ସ୍କ୍ବୋୟାର ଲେଗ୍‌ ଅମ୍ପାୟର ଏନ୍‌ ଜନନୀ ଓ ଉତ୍ତର ପ୍ରଦେଶ ଓ୍ବାରିଅର୍ଜ ଅଧିନାୟିକା ଦୀପ୍ତି ଶର୍ମା ସେଠାରେ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ଶାନ୍ତ କରାଇଥିଲେ। ମ୍ୟାଚରେ ଓ୍ବାରିଅର୍ଜ ୧୫୦/୯ ସ୍କୋର କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ୧୮.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri