ରେକର୍ଡ ସ୍ତରରେ ପୁଞ୍ଜିବଜାର

ମୁମ୍ବାଇ,୧୪।୧୦:  ଲଗାତାର ତୃତୀୟ ଦିନ ଲାଗି ଭାରତୀୟ ପୁଞ୍ଜି ବଜାରର କାରବାର ଉର୍ଦ୍ଧ୍ୱଗାମୀ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୪୫୨ ପଏଣ୍ଟ ଉର୍ଦ୍ଧ୍ୱରେ ରହି ୬୦,୭୩୭ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି) ୧୭୦ ପଏଣ୍ଟ ଉର୍ଦ୍ଧ୍ୱରେ ରହି ୧୮,୧୬୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସୂଚୀଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜୀକରଣ ୨୭୧ ଲକ୍ଷ କୋଟି ଟଙ୍କା ଛୁଇଁଛି। ବୁଧବାର ସେନ୍‌ସେକ୍ସ ୬୦,୮୩୬ ପଏଣ୍ଟ ସ୍ତର ଛୁଇଁଥିବା ବେଳେ ନିଫ୍ଟି ୧୮,୨୩୭ ପଏଣ୍ଟ ସ୍ତର ଛୁଇଁବାକୁ ସକ୍ଷମ ହୋଇଥିଲା। ଲଗାତାର ୫ ଦିନ ହେବ ପୁଞ୍ଜି ବଜାର ଉଚ୍ଚରେ ରହୁଛି। ଏହା ପୂର୍ବରୁ ସେନ୍‌ସେକ୍ସ ୬୦,୬୧୯ ପଏଣ୍ଟ ଏବଂ ନିଫ୍ଟି ୧୮,୦୯୭ ପଏଣ୍ଟରେ ବନ୍ଦ ହୋଇଥିଲା।
ଶେୟାର ସୂଚକାଙ୍କ ବିଶିଷ୍ଟ ସେନ୍‌ସେକ୍ସରେ ୨୨ଟି ଶେୟାର ଭଲ କାରବାର ହାସଲ କରିଥିବା ବେଳେ ୮ଟି ଶେୟାରର କାରବାର ପ୍ରଭାବିତ ହୋଇଛି। ରିୟଲ ଇଷ୍ଟେଟ ସୁଚକାଙ୍କ ଶେୟାର କାରବାର ପ୍ରଭାବିତ ସ୍ତରରେ ରହି ବନ୍ଦ ହୋଇଛି।
ବଜାର ଉର୍ଦ୍ଧ୍ୱଗାମୀ ହେବା ଲାଗି କେତେକ ବିଶେଷ କାରଣ ଦାୟୀ ରହିଛି। ଏହା ମଧ୍ୟରେ ଆଗାମୀ ଆର୍ଥତ୍କ ବର୍ଷରେ ମଧ୍ୟ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ମାନ୍ୟତା ବଜାୟ ରଖିବା ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) କହିଛି। ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ସର୍ବନିମ୍ନ ସ୍ତର, କମ୍ପାନୀଗୁଡ଼ିକର ତ୍ରୈମାସିକ ଫଳାଫଳରେ ଉନ୍ନତି ଆଶା, ଟିକାକରଣରେ ଉନ୍ନତି ଏବଂ ଶିଳ୍ପ ଜଗତକୁ ସହାୟତା ଦେବା ଲାଗି ସରକାରଙ୍କ ନିରନ୍ତର ଚେଷ୍ଟା ଭଳି କାରକ ବଜାରକୁ ଉର୍ଦ୍ଧ୍ୱଗାମୀ କରିବା ସହ ନିବେଶକଙ୍କ ମନୋବଳ ବଢ଼ାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri