ରେକର୍ଡ ସ୍ତରରେ ପୁଞ୍ଜିବଜାର

ମୁମ୍ବାଇ,୧୪।୧୦:  ଲଗାତାର ତୃତୀୟ ଦିନ ଲାଗି ଭାରତୀୟ ପୁଞ୍ଜି ବଜାରର କାରବାର ଉର୍ଦ୍ଧ୍ୱଗାମୀ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୪୫୨ ପଏଣ୍ଟ ଉର୍ଦ୍ଧ୍ୱରେ ରହି ୬୦,୭୩୭ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି) ୧୭୦ ପଏଣ୍ଟ ଉର୍ଦ୍ଧ୍ୱରେ ରହି ୧୮,୧୬୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସୂଚୀଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜୀକରଣ ୨୭୧ ଲକ୍ଷ କୋଟି ଟଙ୍କା ଛୁଇଁଛି। ବୁଧବାର ସେନ୍‌ସେକ୍ସ ୬୦,୮୩୬ ପଏଣ୍ଟ ସ୍ତର ଛୁଇଁଥିବା ବେଳେ ନିଫ୍ଟି ୧୮,୨୩୭ ପଏଣ୍ଟ ସ୍ତର ଛୁଇଁବାକୁ ସକ୍ଷମ ହୋଇଥିଲା। ଲଗାତାର ୫ ଦିନ ହେବ ପୁଞ୍ଜି ବଜାର ଉଚ୍ଚରେ ରହୁଛି। ଏହା ପୂର୍ବରୁ ସେନ୍‌ସେକ୍ସ ୬୦,୬୧୯ ପଏଣ୍ଟ ଏବଂ ନିଫ୍ଟି ୧୮,୦୯୭ ପଏଣ୍ଟରେ ବନ୍ଦ ହୋଇଥିଲା।
ଶେୟାର ସୂଚକାଙ୍କ ବିଶିଷ୍ଟ ସେନ୍‌ସେକ୍ସରେ ୨୨ଟି ଶେୟାର ଭଲ କାରବାର ହାସଲ କରିଥିବା ବେଳେ ୮ଟି ଶେୟାରର କାରବାର ପ୍ରଭାବିତ ହୋଇଛି। ରିୟଲ ଇଷ୍ଟେଟ ସୁଚକାଙ୍କ ଶେୟାର କାରବାର ପ୍ରଭାବିତ ସ୍ତରରେ ରହି ବନ୍ଦ ହୋଇଛି।
ବଜାର ଉର୍ଦ୍ଧ୍ୱଗାମୀ ହେବା ଲାଗି କେତେକ ବିଶେଷ କାରଣ ଦାୟୀ ରହିଛି। ଏହା ମଧ୍ୟରେ ଆଗାମୀ ଆର୍ଥତ୍କ ବର୍ଷରେ ମଧ୍ୟ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ମାନ୍ୟତା ବଜାୟ ରଖିବା ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) କହିଛି। ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ସର୍ବନିମ୍ନ ସ୍ତର, କମ୍ପାନୀଗୁଡ଼ିକର ତ୍ରୈମାସିକ ଫଳାଫଳରେ ଉନ୍ନତି ଆଶା, ଟିକାକରଣରେ ଉନ୍ନତି ଏବଂ ଶିଳ୍ପ ଜଗତକୁ ସହାୟତା ଦେବା ଲାଗି ସରକାରଙ୍କ ନିରନ୍ତର ଚେଷ୍ଟା ଭଳି କାରକ ବଜାରକୁ ଉର୍ଦ୍ଧ୍ୱଗାମୀ କରିବା ସହ ନିବେଶକଙ୍କ ମନୋବଳ ବଢ଼ାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri