କୃଷ୍ଣ ଆରାଧନାରେ ବିଭୋର ରାଜଧାନୀବାସୀ

ଭୁବନେଶ୍ୱର,୭।୯(ଅନୁରାଧା ମହାରଣା)ଚଳିତବର୍ଷ କେତେକ ସ୍ଥାନରେ ଗୁରୁବାର ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଥିବାବେଳେ ଅଧିକାଂଶ ରାଜଧାନୀବାସୀ ବୁଧବାର ଏହି ପର୍ବ ପାଳନ କରିଛନ୍ତି। ତେଣୁ ରାଜଧାନୀର ବିଭିନ୍ନ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆୟୋଜନ କରାଯିବା ସହ ଶ୍ରଦ୍ଧାଳୁ କୃଷ୍ଣ ଆରାଧନାରେ ବିଭୋର ହୋଇପଡ଼ିଛନ୍ତି। ବିଭିନ୍ନ ମନ୍ଦିରରେ ଭଗବାନ ଗୋପାଳଙ୍କ ଅଭିଷେକ କରାଯିବା ପୂର୍ବକ ସୁଗନ୍ଧିତ ତେଲରେ ପଞ୍ଚାମୃତ ସ୍ନାନ କରାଯାଇଥିଲା। ପରେ ଫଳୋଦକ ସ୍ନାନ ଏବଂ ପବିତ୍ର ନଦୀରୁ ଆସିଥିବା ଜଳରେ ସ୍ନାନ ବିଧି କରାଯାଇଛି। ଭଗବାନଙ୍କର ମହା ମଙ୍ଗଳ ଆରତୀ ଠାରୁ ଆରମ୍ଭ କରି ଛପନ ଭୋଗ ଅର୍ପଣ ଆଦି ନୀତି ବିଧିମୁତାବକ କରାଯାଇଛି। ଶ୍ରୀକୃଷ୍ଣ ଜନ୍ମନୀତି ପାଳନ କରିବା ପାଇଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସହର ଚଳଚଞ୍ଚଳ ହୋଇପଡ଼ିଥିଲା। ଇସ୍କନ ଏବଂ ରାମମନ୍ଦିର ସହିତ ପ୍ରାୟ ୧୦ରୁ ଅଧିକ ସ୍ଥାନରେ ଜନ୍ମାଷ୍ଟମୀ ପାଳନ ହୋଇଥିଲା। ଏହି ଅବସରରେ ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇସ୍କନ ମନ୍ଦିରରେ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରରେ ରୀତିନୀତି ଅନୁସାରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା। ଗୁରୁବାର ବୈଷ୍ଣବ ମତରେ ଜନ୍ମାଷ୍ଟମୀ ପାଳନ କରାଯବ। ୮ ତାରିଖରେ ନନ୍ଦ ଉତ୍ସବ ସହିତ ପ୍ରଭୁପାଦଙ୍କ ୧୨୭ତମ ଶୁଭ ଆର୍ବିଭାବ ଦିବସ ପାଳନ କରାଯିବ। ସକାଳୁ ଗୁରୁପୂଜା ସହିତ ତାଙ୍କର ଗୁଣକୀର୍ତ୍ତନ କରାଯିବ। ଏହାବ୍ୟତୀତ ୫ ଲୋକଙ୍କୁ ନିମନ୍ତେ ପ୍ରସାଦ ବ୍ୟବସ୍ଥା କରାଯିବ। ସେହିପରି ଆଜି ଜନ୍ମାଷ୍ଟମୀରେ ରାଜଧାନୀରେ ହଜାର ହଜାର ଶ୍ରଦ୍ଧାଳୁ ଇସ୍କନରେ ଦର୍ଶନ କରିଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ମଧ୍ୟ ଭକ୍ତଙ୍କ ଭିଡ କମିନଥିଲା। ଭିଡ଼କୁ ଦୃଷ୍ଟିରେ ରଖି ବିଏମସି ୱାଟକୋ, ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମହିଳା ପୁଲିସ ମୁତୟନ କରାଯାଇଥିଲା ବୋଲି ଇସ୍କନ ରାଜ୍ୟ ପ୍ରସାର ଅଧିକାରୀ ରାଧାକାନ୍ତ ଦାସ ସୂଚନା ଦେଇଛନ୍ତି। ସେହିପରି ରାମମନ୍ଦିରରେ ମଧ୍ୟ ରୀତିନୀତି ଆଧାରରେ ଜନାଷ୍ଟମୀ ପାଳନ କରାଯାଇଥିଲା। ଶୃଙ୍ଖଳିତଭାବେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ସେହିପରି କୋଳଥିଆସ୍ଥିତ ଜଗନ୍ନାଥ ମନ୍ଦିର ସମେତ ସହରର ଅନ୍ୟ ଜଗନ୍ନାଥ ଓ ରାମମନ୍ଦିରରେ ଧୁମଧାମରେ ଏହି ପର୍ବ ପାଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri