୫୦୦୦ ବିଦ୍ୟାର୍ଥଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି

ଭୁବନେଶ୍ୱର, ୭।୯: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ବୋଲି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରାୟ ୫୦୦୦ ଛାତ୍ରୀଛାତ୍ରଙ୍କୁ ଉପରୋକ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ଆଶାୟୀ ଛାତ୍ରୀଛାତ୍ରଙ୍କଠାରୁ ଆବେଦନପତ୍ର ଆହ୍ବାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୧୫ ସୁଦ୍ଧା ସ୍ନାତକ ପ୍ରଥମ ବର୍ଷର ସମସ୍ତ ବିଷୟରେ ପାଠପଢ଼ା ପାଇଁ ନିୟମିତ ଅଣ୍ଡର ଗ୍ରାଜୁଏଟ୍‌ (ୟୁଜି) ଛାତ୍ରୀଛାତ୍ରମାନେ ଉକ୍ତ ଶିକ୍ଷାବୃତ୍ତି ପାଇଁ ଆବେଦନ କରିପାରିବେ।

ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, ବିଶ୍ୱର ସର୍ବାଧିକ ଯୁବବର୍ଗ ଭାରତରେ ରହିଛନ୍ତି ଏବଂ ଦେଶକୁ ନୂତନ ଶିଖରରେ ପହଞ୍ଚାଇବାର ବିପୁଳ ସମ୍ଭାବନା ଯୁବବର୍ଗଙ୍କ ପାଖରେ ରହିଛି। ଏପରିକି ରିଲାଏନ୍ସ ଫାଉଣ୍ଡେଶନ ଜରିଆରେ ଆବଶ୍ୟକ ସୁଯୋଗ ପ୍ରଦାନ କରିବା ଏବଂ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ପାଇଁ ଆମେ କାର୍ଯ୍ୟ କରୁଛୁ। ବିଶେଷକରି ଯୁବବର୍ଗଙ୍କୁ ସେମାନଙ୍କ ସ୍ବପ୍ନ ସାକାର କରାଇବାରେ ଆବଶ୍ୟକ ସହଯୋଗ ପ୍ରଦାନ କରିବା ଏବଂ ଭାରତର ଅଭିବୃଦ୍ଧି ପାଇଁ ଯୋଗଦାନ କରିବା ଦିଗରେ ସେମାନଙ୍କୁ ସକ୍ଷମ କରିବା ପାଇଁ ଆମେ ଦୃଢ଼ ଭାବେ ପ୍ରତିବଦ୍ଧ ରହିଛୁ।

ସେହିଭଳି ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଚୟନ ହେବାକୁ ଥିବା ଛାତ୍ରୀଛାତ୍ରମାନଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ସେମାନଙ୍କ ପାଠ୍ୟକ୍ରମ ଅବଧିରେ ପ୍ରଦାନ କରାଯିବ। ଫଳରେ ସେମାନେ ଏକ ସାମଗ୍ରିକ ବିକାଶ ବ୍ୟବସ୍ଥାରେ ସାମିଲହେବା ସହ ଆଲୁମ୍‌ନି ନେଟ୍‌ୱର୍କ ସହ ଯୋଡ଼ିହେବେ। ଅପରପକ୍ଷରେ ଯୁବପିଢ଼ିଙ୍କ ଶକ୍ତି ଓ ସମ୍ଭାବନାରେ ନିବେଶ କରିବାର ଗୁରୁତ୍ୱ ନେଇ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ଦୃଢ଼ବିଶ୍ୱାସ ଥିଲା। ସେହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି, ମେଧାବୀ ଯୁବବର୍ଗଙ୍କ ପାଖରେ ଉଚ୍ଚଶିକ୍ଷା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

୨୦୨୨ ଡିସେମ୍ବରରେ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନୀ ଆସନ୍ତା ୧୦ ବର୍ଷରେ ୫୦,୦୦୦ ଛାତ୍ରୀଛାତ୍ରଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରିବାର ପ୍ରତିବଦ୍ଧତା ବିଷୟରେ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ୧୯୯୬ ରୁ ଧୀରୁଭାଇ ଅମ୍ବାନୀ ସ୍କଲାରଶିପ ଓ ରିଲାଏନ୍ସ ଫାଉଣ୍ଡେଶନ ସ୍କଲାରଶିପ ଜରିଆରେ ରିଲାଏନ୍ସ ୧୮,୦୦୦ ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ରଙ୍କୁ ୟୁଜି ସ୍କଲାରଶିପ ସହାୟତା ପ୍ରଦାନ କରିଛି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରୀ ହୋଇଥିବା ବେଳେ ପ୍ରାୟ ୨୮୦୦ ଦିବ୍ୟାଙ୍ଗ ମଧ୍ୟ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?