Posted inଫୁରସତ

ଗବେଷଣାକୁ ପ୍ରୋତ୍ସାହନରେ ଦକ୍ଷତାର ବିକାଶ

ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ଭାବରେ ପାଳନ କରାଯାଇଥାଏ। ହୋମିଓପ୍ୟାଥି ଚିକିତ୍ସାର ଜନକ ଡା. ସାମୁଏଲ ହ୍ୟାନିମାନଙ୍କ ଜନ୍ମଦିନକୁ ଏଭଳି ଦିନ ଭାବରେ ପାଳନ କରାଯାଉଛି। ଚଳିତବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-
‘ଗବେଷଣାକୁ ପ୍ରୋତ୍ସାହନ ଦେଇ ଦକ୍ଷତାର ବିକାଶ’। ବର୍ତ୍ତମାନ ବିଭିନ୍ନ ରୋଗର ଚିକିତ୍ସା କ୍ଷେତ୍ରରେ ହୋମିଓପ୍ୟାଥି ଚିକିତ୍ସାର ମଧ୍ୟ ଭୂମିକା ରହିଛି। ”ହୋମିଓପ୍ୟାଥି ଚିକିତ୍ସା କ୍ଷେତ୍ରରେ ସାମୁଏଲ ହ୍ୟାନିମାନଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଏହି ବୈଜ୍ଞାନିକ ଚିକିତ୍ସା ପଦ୍ଧତି ୧୭୯୬ରେ ଜନ୍ମ ନେଇଥିଲା। ଦୀର୍ଘ ବର୍ଷ ଧରି ଏହି ଚିକିତ୍ସା ସମଗ୍ର ବିଶ୍ୱରେ ଜନାଦୃତ ହେବାରେ ସକ୍ଷମ ହୋଇଛି। ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ଦେଶରେ ଏହି ଚିକିତ୍ସା ପ୍ରଣାଳୀ ପ୍ରଚଳିତ। ଏହାକୁ ଆହୁରି ଲୋକାଭିମୁଖୀ କରାଇବା ସହ ଏହି ଚିକିତ୍ସା ବିଜ୍ଞାନରେ ଗବେଷଣା ଏବଂ ଗ୍ରହଣୀୟତା ବଢ଼ାଇବା ଲାଗି ସମସ୍ତେ ଚେଷ୍ଟା କଲେ ଏହି ଚିକିତ୍ସା ପ୍ରଣାଳୀ ଆହୁରି ଲୋକପ୍ରିୟ ହୋଇପାରିବ। ହୋମିଓପ୍ୟାଥିକ ଚିକିତ୍ସା ମାଧ୍ୟମରେ ସାଧାରଣ ରୋଗ-ଥଣ୍ଡା, କାଶ, ଜ୍ୱର ବ୍ୟତୀତ ଜଟିଳ ତଥା ପୁରାତନ ରୋଗ ଯଥା-ଶ୍ୱାସ (ଆଜ୍‌ମା), ଆଣ୍ଠୁଗଣ୍ଠି ସମସ୍ୟା, ଗ୍ୟାଷ୍ଟ୍ରିକ୍‌, ସ୍ନାୟୁ ରୋଗ, ସ୍ପଣ୍ଡିଲୋସିସ, ପକ୍ଷାଘାତ (ପାରାଲିସିସ), ମାନସିକ ରୋଗ ଏବଂ ଜୀବନଶୈଳୀ ସହ ଜଡ଼ିତ ଉଚ୍ଚ ରକ୍ତଚାପ, ମଧୁମେହ (ଡାଇବେଟିସ୍‌)ର ସଫଳ ଚିକିତ୍ସା କରାଯାଇପାରୁଛି। ସବୁଠାରୁ ଖାସ୍‌ କଥା ହେଲା, ଏହି ଚିକିତ୍ସା ହେଉଛି ପାର୍ଶ୍ୱ ପ୍ରତିକ୍ରିୟା ବିହୀନ। ହୋମିଓପ୍ୟାଥିକ ଡାକ୍ତରଙ୍କର ପରାମର୍ଶ ଅନୁସାରେ ଠିକ୍‌ ଭାବରେ ଚିକିତ୍ସିତ ହେଲେ ଚିକିତ୍ସା କରାଯାଉଥିବା ରୋଗର ମୂଳୋତ୍ପାଟନ ସମ୍ଭବ ହୋଇଥାଏ। ତେଣୁ ଦିନକୁ ଦିନ ହୋମିଓପ୍ୟାଥି ଚିକିତ୍ସା ଜାନଦୃତ ହେବାରେ ଲାଗିଛି। ଏହି ଚିକିତ୍ସାରେ ରୋଗୀର ରୋଗକୁ ନୁହେଁ, ବରଂ ରୋଗୀର ଶାରୀରିକ ଏବଂ ମାନସିକ ସ୍ତରର ଅବସ୍ଥାକୁ ଲକ୍ଷଣ ରୂପେ ବିଚାରକୁ ନେଇ ଚିକିତ୍ସା କରାଯାଏ। ସରକାରଙ୍କ ସହାୟତା ଯୋଗୁ ଆମ ଦେଶ ଏବଂ ରାଜ୍ୟରେ ଏହି ଚିକିତ୍ସା ଉତ୍ତମ ବିକଳ୍ପ ଏବଂ ସାହାଯ୍ୟକାରୀ ଚିକିତ୍ସା ପଦ୍ଧତି ଭାବେ ସୁନାମ ପାଇପାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଚିକିତ୍ସାକୁ ମାନ୍ୟତା ଦେବା ଏହି ଚିକିତ୍ସାର ଗୁଣବତ୍ତାକୁ ଦର୍ଶାଉଛି। ତେଣୁ ପ୍ରତିଟି ସ୍ତରରେ ହେଉଥିବା ଗବେଷଣା ଏବଂ ଏହାର ନିର୍ଯାସର ଠିକ୍‌ ବିନିଯୋଗ ହୋଇପାରିଲେ ଏହି ଚିକିତ୍ସାର ପ୍ରଚାର ପ୍ରସାର ଅଧିକ ହୋଇପାରିବ-ଏହା ନିଃସନ୍ଦେହରେ କୁହାଯାଇପାରେ।“
-ଡା. ସୁକାନ୍ତି ସୁଚରିତା ଷଢ଼ଙ୍ଗୀ, ଅଧ୍ୟାପିକା, ବିଜୁ ପଟ୍ଟନାୟକ ହୋମିଓପ୍ୟାଥି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri