ଓଡ଼ିଆ ଥାଳିକୁ କ’ଣ ବାହାରକୁ ନେଇପାରିବାନି

ଡ. ପ୍ରମୋଦ କୁମାର ପଣ୍ଡା

 

ବାସ୍ତବରେ ଓଡ଼ିଆ ଥାଳି ଏ ପର୍ଯ୍ୟନ୍ତ ଓଡ଼ିଶା ବାହାରକୁ ଯାଇପାରି ନାହିଁ, ଯଦିଓ ଓଡ଼ିଆ ଥାଳିରେ ସବୁପ୍ରକାର ଉପାଦାନ ଭରପୂର ଅଛି। ଯଦି ବୈଜ୍ଞାନିକ ଓ ସ୍ବାସ୍ଥ୍ୟଗତ କାରଣରୁ ବିଚାର କରାଯାଏ, ତା’ ହେଲେ ଦେଖାଯିବ ଯେ, ଆମ ଥାଳିର ଓଜନ ପାଖରେ କେହି ପାସଙ୍ଗରେ ଆସିବେ ନାହିଁ। ମାତ୍ର ଦୁଃଖ ଲାଗେ ଓଡ଼ିଆର ଜିନିଷ ବିଶ୍ୱ ଦରବାର କ’ଣ ଭାରତର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଏ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ଏକ ଛୋଟ ପ୍ରଦେଶ ପଞ୍ଜାବ କଥା ଦେଖନ୍ତୁ, ଲୋକ ସଂଖ୍ୟା ମାତ୍ର ୨.୮ କୋଟି। ପଞ୍ଜାବ ତଡକା, ତନ୍ଦୁରି ରୋଟି, ନାନ ଆଦି ଜିନିଷ ସମଗ୍ର ବିଶ୍ୱରେ ବିଖ୍ୟାତ ହେଲା। ଆମ ଦେଶରେ ମଧ୍ୟ ପ୍ରତି ଛୋଟ ବଡ ସହରରେ ସବୁଠାରେ ଉପଲବ୍ଧ। ତାଙ୍କ ତୁଳନାରେ ଓଡ଼ିଶାରେ ୪.୫ କୋଟି ଲୋକ ବାସ କରନ୍ତି କିନ୍ତୁ ଆମ ଖାଦ୍ୟ ପଦାର୍ଥ ବାହାରକୁ ଯାଇପାରିଲା ନାହିଁ। ଆସନ୍ତୁ ଦେଖିବା ଆଉ କାହାର ଖାଦ୍ୟ ଭରତ ଓ ବିଶ୍ୱରେ ବିଖ୍ୟାତ ହୋଇଛି। ଦକ୍ଷିଣ ଭାରତର ଦୋସା, ଦକ୍ଷିଣ ଭାରତୀୟ ଥାଳି, ଇଡିଲ, ବରା ଇତ୍ୟାଦି ଆମ ଦେଶ ଓ ବିଦେଶରେ ଆଦୃତି ଲାଭ କରିଛି। ଉତ୍ତର ଭାରତର ଆଳୁ ପରଟା,କଚୋଡି, ଗୁଜରାଟର ଡୋକଲା ମଧ୍ୟ ବିଭିନ୍ନ ପ୍ରଦେଶରେ ଦେଖିବାକୁ ମିଳେ। ଏପରି କି ସିକିମ୍‌ ଭଳି ଛୋଟ ରାଜ୍ୟ ତା’ର ଖାଦ୍ୟ ମୋମୋକୁ ମଧ୍ୟ ସମଗ୍ର ଭାରତରେ ପ୍ରସାରିତ କରିପାରିଛି। ଆମ ପଡୋଶୀ ପଶ୍ଚିମ ବଙ୍ଗ ମଧ୍ୟ ସନ୍ଦେଶ, ରସଗୋଲା, ମାଛ ଝୋଳ ପାଇଁ ସମଗ୍ର ଭାରତରେ ଜଣାଶୁଣା। ସବୁଠୁ ଦୁଃଖର କଥା ଏହି ଯେ, ଆମଠୁ ରସଗୋଲାର ଜ୍ଞାନ କୌଶଳ ଶିଖି ସମଗ୍ର ଭାରତ ଓ ବାହାରେ ରସଗୋଲା ପଶ୍ଚିମ ବଙ୍ଗର ମିଠାଇ ବୋଲି ପ୍ରଚାର ପ୍ରସାର କରିଦେଲେ। ଅବଶ୍ୟ ରସଗୋଲାର ଭୌଗୋଳିକ ସୂଚାକାଙ୍କ ଯୁଦ୍ଧ ନ ହୋଇଥିଲେ ସମଗ୍ର ବିଶ୍ୱ ରସଗୋଲାକୁ ଓଡ଼ିଶାର ବୋଲି ଜାଣିପାରି ନ ଥାନ୍ତା। ପ୍ରଶ୍ନ ଉଠେ ସେମାନେ ଆମଠୁ ଶିଖି ସମଗ୍ର ଦେଶ ଓ ବିଦେଶକୁ ରସଗୋଲା ନେଇଗଲେ କିନ୍ତୁ ଆମକୁ କିଏ ମନାକରିଥିଲା ଓଡ଼ିଶା ବାହାରକୁ ରସଗୋଳା ନେବାକୁ ?
ଆମ ପାଖରେ ରସଗୋଲା, ଛେନା ପୋଡ଼, ଛେନା ଝିଲ୍ଲି, ଛେନା ମୁଡୁକି, ରସାବଳି ଓ ପାଳୁଅ ଲଡୁ ଭଳି ସୁସ୍ବାଦୁ ମିଠା ମହଜୁଦ ଥିବାବେଳେ ଓଡ଼ିଶା ବାହାରେ କୌଣସି ବଡ଼ ବ୍ରାଣ୍ଡ୍‌ର ମିଠା ଦୋକାନରେ ସେସବୁ ମିଠାର ଅନୁପସ୍ଥିତି ସ୍ବାଭିମାନୀ ଓଡ଼ିଆ ମନରେ ଗଭୀର ଦୁଃଖ ସଞ୍ଚାର କରେ। ଅବଶ୍ୟ ଆଜି କାଲି ଛୋଟ ମୋଟ ଦୋକାନ ହିସାବରେ କାଭାଁ କିଏ କେମିତି କେଉଁଠି ବିକ୍ରିବଟା କରୁଥିବେ, ମାତ୍ର ଅନ୍ୟମାନଙ୍କ ପାଖରେ ତା’ର ପ୍ରଚାର ପ୍ରସାର କରିପାରି ନାହାନ୍ତି।
ସବୁବେଳେ ସରକାରଙ୍କୁ ଦୋଷ ଦେଲେ ହେବ ନାହିଁ। ପଞ୍ଜାବ ସରକାର ହୁଅନ୍ତୁ କିମ୍ବା ଦାକ୍ଷିଣାତ୍ୟ ରାଜ୍ୟର ସରକାର କିମ୍ବା ପଶ୍ଚିମବଙ୍ଗ ସରକାର କେବେ ବି ସେମାନଙ୍କ ଜିନିଷକୁ ନେଇ ବିଭିନ୍ନ ଆଡ଼େ ପ୍ରଚାର ପ୍ରସାର କରିନାହାନ୍ତି। ସେମାନଙ୍କ ନାଗରିକ ଦେଶ ଓ ବିଦେଶକୁ ନିଜେ ନିଜେ ନେଇ ସେସବୁର ଆଦୃତି ବଢାଇଛନ୍ତି ବ୍ୟକ୍ତିଗତ ଉଦ୍ୟମରେ। ମାତ୍ର ଆମେ ଓଡ଼ିଆ ସେ ବିଷୟରେ କେବେ ଚିନ୍ତା କରିନୁ କି ଆମ ଜିନିଷକୁ ବାହାରେ ବିକ୍ରି କରି ଲାଭବାନ ହବାର ସ୍ବପ୍ନ ବି ଦେଖିନୁ ।
ଆମ ଓଡିଆ ଥାଳି ଦେଶର ସର୍ବଶ୍ରେଷ୍ଠ ଥାଳି। ଓଡ଼ିଆମାନଙ୍କର ପାରମ୍ପରିକ କାର୍ଯ୍ୟ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ରନ୍ଧନ କରିବା। କାରଣ ହିନ୍ଦୁ ଧର୍ମ ଅନୁସାରେ ଭଗବାନ ବିଷ୍ଣୁ ଶଯ୍ୟା ତ୍ୟାଗ କରନ୍ତି ବଦ୍ରିକା ଧାମରେ, ସ୍ନାନ କରନ୍ତି ଦ୍ୱାରିକା ଧାମରେ, ଭୋଜନ କରନ୍ତି ଜଗନ୍ନାଥ ଧାମ ପୁରୀରେ ଓ ଶୟନ କରନ୍ତି ରାମେଶ୍ୱର ଧାମରେ। ସେଥିପାଇଁ ସମଗ୍ର ଭାରତବର୍ଷରେ ଶ୍ରୀକ୍ଷେତ୍ର ପୁରୀରେ କେବଳ ଭଗବାନଙ୍କୁ ପ୍ରତିଦିନ ଛପନ ଭୋଗ ଅର୍ପଣର ପରମ୍ପରା ରହିଛି। ଓଡ଼ିଆମାନେ ସୁସ୍ବାଦୁ ଖାଦ୍ୟ ରନ୍ଧନରେ ଧୁରନ୍ଧର ଥିଲେ ବୋଲି ବ୍ରିଟିଶ ସମୟରେ ହିଁ କଲିକତାରେ ସେମାନଙ୍କୁ ବିଭିନ୍ନ ହୋଟେଲ, ଅଫିସ ଓ ବଡବଡିଆଙ୍କ ଘରେ ରୋଷେଇ କାର୍ଯ୍ୟ କରିବା ପାଇଁ ନିୟୋଜିତ କରାଯାଉଥିଲା।
ବର୍ତ୍ତମାନ ଆଲୋଚନା କରିବା ଯେ ଆମ ଥାଳିରେ କ’ଣ ଅଛି, ଯାହା ଅନ୍ୟମାନଙ୍କ ଥାଳିରେ ନାହିଁ। ଦକ୍ଷିଣ ଭାରତୀୟ ଥାଳିରେ ସାଧାରଣତଃ ପରିବା କମ ଥାଏ, ଖଟା ଅଧିକ ଥାଏ ଓ ଖାଦ୍ୟ ନଡିଆ ତେଲରେ ତିଆରି ହୋଇଥାଏ। ତେଣୁ ସମସ୍ତଙ୍କର ରୁଚି ବୋଧକ ହୋଇପାରେ ନାହିଁ। ତଥାପି ଦକ୍ଷିଣ ଭାରତୀୟ ଥାଳିର ଚାହିଦା ବହୁତ ଅଛି। ଉତ୍ତର ଭାରତର ଥାଳି ସିଷ୍ଟମ ନାହିଁ, ମାତ୍ର ପଞ୍ଜାବୀମାନଙ୍କର ତରକାରିରେ ପରିବା କମ ଓ ଅତ୍ୟଧିକ ତେଲ ମସଲା ଯୋଗୁ ପେଟ ଗୋଳମାଳ ଦେଖା ଦେବାର ସମ୍ଭାବନା ଥାଏ। କିନ୍ତୁ ଓଡ଼ିଆ ଥାଳିରେ ସବୁକିଛି ସନ୍ତୁଳିତ ମାତ୍ରାରେ ଥାଏ। ଯଥା ଆମ ସୁଷମ ଖାଦ୍ୟ ପାଇଁ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ତିନୋଟି ଉପାଦାନ ସହିତ ଖଣିଜ ଲବଣ, ଭିଟାମିନ ଓ ପ୍ରଚୁର ମାତ୍ରାରେ ତନ୍ତୁ (ଫାଇବର) ମହଜୁଦ ଥାଏ। ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ସର୍ବ ଗ୍ରହଣୀୟ ହୋଇଥାଏ। ଗୁଣ୍ଡ ମସଲା ବ୍ୟବହାର ନ କରି ଅଦା, ଜିରା, ରସୁଣ, ପିଆଜରେ ବଟା ମସଲା ପ୍ରସ୍ତୁତି ହୁଏ ଓ ଅଳ୍ପ ବ୍ୟବହାର କରାଯାଏ ଏବଂ ମସଲା କଷିବାର ଉପାୟ ଦ୍ୱାରା ତରକାରି ସୁସ୍ବାଦୁ ହୁଏ। ଭାତ, ଡାଲି, ଭଜା, ଶାଗ, ଝୋଳ ତରକାରି, ଖଟା (ଟମାଟୋ- ଖଜୁରି, ଓଉ-ନଡିଆ, ଆମ୍ବୁଲ- ନଡିଆ), ଦହିମିଶା ସାଲଡ, ପାମ୍ପଡ, ବଡିଚୂରା, ଧଣିଆ ଚଟଣି, ଆଚାର ପ୍ରଭୃତି ଦ୍ୱାରା ଆମର ଥାଳି ପ୍ରସ୍ତୁତ ହୋଇଥାଏ। ସବୁ ପ୍ରକାର ପୋଷାକ ତତ୍ତ୍ୱ ସହିତ ଭିଟାମିନ, ଧାତବ, ତନ୍ତୁ ଇତ୍ୟାଦି ପ୍ରଚୁର ପରିମାଣର ଥାଏ। ଉତ୍ତର ଭାରତୀୟଙ୍କ ପାଇଁ ଆମେ ଭାତ ସହିତ ରୋଟିର ବ୍ୟବସ୍ଥା କରି ତାହାକୁ ଆହୁରି ଆଦୃତମୟ କରିପାରିବା ।
ଆମ ଚାଉଳ ଖିରି ସମଗ୍ର ବିଶ୍ୱରେ ନିଆରା କାରଣ ଏହା ଓଡ଼ିଶାର ଉଦ୍ଭାବନ। ମାତ୍ର ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ଆମେ ଓଡ଼ିଆ ଥାଳି ଭାବରେ ବ୍ରାଣ୍ଡିଂ କରି ପାରି ନାହୁଁ କିମ୍ବା ତାକୁ ଓଡ଼ିଶା ବାହାରକୁ ନେବାକୁ ଚେଷ୍ଟା କରିନାହୁଁ। ବ୍ରହ୍ମପୁରରେ ଯେତେ ପ୍ରକାର ଓଡ଼ିଆ ଆଚାର ପ୍ରସ୍ତୁତ ହୁଏ, ସମଗ୍ର ବିଶ୍ୱରେ ହେଉ ନ ଥିବ। ମାତ୍ର ଆମେ ଓଡ଼ିଶାର ଦାୟାଦ ହିସାବରେ ଆମ ପୂର୍ବସୂରୀଙ୍କ ଦାନକୁ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇ ପାରିନାହଁୁ। ଆସନ୍ତୁ ଖାଦ୍ୟ ଶ୍ରେଣୀରେ ଆମ ପାଖରେ ଉପଲବ୍ଧ ଅମୃତ ତୁଲ୍ୟ ଓଡ଼ିଆ ଥାଳିକୁ ନେଇ ଓଡ଼ିଶା ବାହାରକୁ ଯିବା ଓ ବିଶ୍ୱରେ ପ୍ରଚାର ପ୍ରସାର କରିବା। ଓଡ଼ିଆ ଥାଳି କିପରି ଦେଶର ଅନ୍ୟାନ୍ୟ ଭାଗରେ ଏବଂ ବିଦେଶରେ ପ୍ରସାରିତ ହେବ, ସେଥିପାଇଁ ଚେଷ୍ଟା କରନ୍ତୁ।
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, (ଭାରତ ସରକାର), ଭୁବନେଶ୍ୱର, ମୋ:୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri