ମହୀଶୂର ଫିଲ୍ମ ନିର୍ମାତାଙ୍କୁ କାନ୍ସ ଲା ସିନେଫ୍‌ ପ୍ରଥମ ପୁରସ୍କାର

କାନ୍ସ,୨୫ା୫(ପି.ଟି.): ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଭାରତକୁ ବଡ଼ ସଫଳତା ମିଳିଛି। ମହୀଶୂରର ଫିଲ୍ମ ନିର୍ମାତା ଚିଦାନନ୍ଦ ଏସ୍‌ ନାଏକଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍‌ଫ୍ଲାଓ୍ବାର୍ସ ଓ୍ବେୟାର ଦି ଫାଷ୍ଟ ଓ୍ବାନ୍ସ ଟୁ ନୋ’ ଗୁରୁବାର ଲା ସିନେଫ ପ୍ରଥମ ପୁରସ୍କାର ପାଇଛି। ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ର ଟେଲିଭିଜନ ବିଭାଗରେ ନିଜର ବର୍ଷିକିଆ ପାଠ୍ୟକ୍ରମ ଶେଷ କରିବା ପରେ ଚିଦାନନ୍ଦ ଉକ୍ତ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। କୁକୁଡ଼ା ଚୋରି କରିଥିବା ଜଣେ ବୃଦ୍ଧାଙ୍କ ଉପରେ ରହିଥିବା କନ୍ନଡ଼ ଲୋକକଥା ଆଧାରରେ ଉକ୍ତ ଫିଲ୍ମ ପ୍ରସ୍ତୁତ ହୋଇଛି। ଲା ସିନେଫ୍‌ ତୃତୀୟ ପୁରସ୍କାର ମାନସୀ ମାହେଶ୍ୱରୀଙ୍କ ଆନିମେଶନ ଫିଲ୍ମ ‘ବୁନିଉଡ୍‌’କୁ ମିଳିଛି। ମିରଟରେ ଜନ୍ମିତ ଏବଂ ଦିଲ୍ଲୀ ଏନ୍‌ଆଇଏଫ୍‌ଟିରେ ପଢ଼ିଥିବା ମାହେଶ୍ୱରୀ ବ୍ରିଟେନ ନ୍ୟାଶନାଲ ଫିଲ୍ମ ଆଣ୍ଡ ଟେଲିଭିଜନ ସ୍କୁଲ୍‌ର ଛାତ୍ରୀ ଭାବେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଦ୍ୱିତୀୟ ପୁରସ୍କାର ଦୁଇଟି ଫିଲ୍ମ ମଧ୍ୟରେ ଭାଗ କରାଯାଇଛି। କଲମ୍ବିଆ ୟୁନିଭର୍ସିଟିର ଅସ୍ୟା ସେଗାଲୋଭିଚ୍‌ଙ୍କ ନିର୍ଦ୍ଦେଶିତ ‘ଆଉଟ୍‌ ଅଫ୍‌ ଦି ଓ୍ବାଡୋ ଥ୍ରୁ ଦି ଓ୍ବାଲ୍‌’ ଏବଂ ଆରିଷ୍ଟଟଲ ୟୁନିଭର୍ସିଟିର ନିକୋସ୍‌ କୋଲିଉକୋସଙ୍କ ’ ଦି ଚାଓସ ଶି ଲେଫ୍ଟ ବିହାଇଣ୍ଡ’ ମିଳିତ ଭାବେ ଏହି ପୁରସ୍କାର ପାଇଛନ୍ତି। ପ୍ରଥମ ପୁରସ୍କାର ବିଜେତାଙ୍କୁ ୧୫,୦୦୦ ୟୁରୋ ମିଳିବାକୁ ଥିବାବେଳେ ଦ୍ୱିତୀୟ ପୁରସ୍କାର ବାବଦରେ ୧୧,୨୫୦ ଏବଂ ତୃତୀୟ ପୁରସ୍କାର ବିଜେତାଙ୍କୁ ୭,୫୦୦ ୟୁରୋ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri