ଘରେ ରଖିଥିଲେ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ, ବାନ୍ଧିଲା ପୋଲିସ

ଚିତ୍ରକୋଣ୍ଡା,୧୭ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଥାନାଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ବୁଧବାର ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆର୍‌ଏସ୍‌ସି ୩ ନମ୍ବର ଗ୍ରାମର ତ୍ରିନାଥ ଖରା(୪୦)ଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତ୍ରିନାଥଙ୍କ ଘରୁ ୩୦୨କେଜି ୪୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ ଜବତ କରିବା ସହିତ ତ୍ରିନାଥଙ୍କୁ ଗିରଫ କରିଛି ପୋଲିସ। ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି l କେସ୍‌ ନଂ ୪୧/୨୨ରେ ଏକ ମାମଲା ରୁଜୁ କରାଯାଇଛି ତ୍ରିନାଥଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଚିତ୍ରକୋଣ୍ଡା ଥାନାଧିକାରୀ ସୂଚନା ଦେଇଛନ୍ତି।