ଓଡ଼ିଶାରୁ ଗୁଜରାଟକୁ ହେଉଥିଲା ଚାଲାଣ, ଧରିଲା ପୋଲିସ

କୋରାପୁଟ,୨/୫(ସ୍ବ.ପ୍ର.): ମାଛକୁଣ୍ଡ ପୋଲିସ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇ ୫୦୨ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି। ଏନେଇ ମାଛକୁଣ୍ଡ ଥାନାରେ ୫୯/୨୦୨୩ରେ ଏକ ଏନଡିପିଏସ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛିା ଏହି ଚଢାଉବେଳେ ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୁଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମାଛକୁଣ୍ଡ ଥାନା ଅନ୍ତର୍ଗତ ନୁଆପୁଟ ନଦୀଘାଟଠାରୁ ଜିଜେ-୧୯ଏକ୍ସ ୪୬୧୦ ନାମକ ଏକ ସିମେଣ୍ଟ ଟ୍ରକରେ ଗଞ୍ଜେଇ ଗୁଜୁରାଟ ଚୋରା ଚାଲାଣ ହେଉଥିଲା। ଖବରପାଇ ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ରଙ୍କ ନେତୃତ୍ୱରେ ମାଛକୁଣ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଯାଞ୍ଚ କରାଯିବା ପରେ ସିମେଣ୍ଟ ବସ୍ତା ତଳେ ୨୦ ବସ୍ତା ଗଞ୍ଜେଇ ମିଳିଥିଲା। ପରେ ଏହାକୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ା ଏହାର ଓଜନ ୫୦୨କେଜି ହୋଇଥିବାବେଳେ ଏହାର ଆନୁମାନିକ ମୁଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ଜଣାଯାଇଛି ା ଏହି ଚଢାଉରେ ନନ୍ଦପୁର ଏସଡିପିଓ ମହାପାତ୍ରଙ୍କ ସମେତ ମାଛକୁଣ୍ଡ ଥାନାଧିକାରୀ ଡମ୍ବରୁଧର ବାଗୋଡିଆ , ଲମତାପୁଟ ସବ ଇନିସପେକ୍ଟର ଚିତରଞ୍ଜନ ପ୍ରଧାନୀ ଓ ମାଛକୁଣ୍ଡ ଥାନା ପୋଲିସମାନେ ସାମିଲ ଥିଲୋ