ଚିନ୍ତାଧାରାକୁ ପ୍ରଭାବିତ କରେ ଗଞ୍ଜେଇ

କେମ୍ବ୍ରିଜ୍‌, ୧୮ା୪: ମନୁଷ୍ୟ ସମାଜରେ ଗଞ୍ଜେଇ ବ୍ୟବହାର ହଜାର ହଜାର ବର୍ଷ ପୁରୁଣା। ଅନେକେ ଏହାର ସେବନ ଦ୍ୱାରା ଆନନ୍ଦ ଏବଂ ଉତ୍ସାହିତ ଅନୁଭବ କରୁଥିବାବେଳେ କେତେକ ଦେଶରେ ଗଞ୍ଜେଇ ବ୍ୟବହାରକୁ ବୈଧ ମଧ୍ୟ କରାଯାଇଛି। ୨୦୧୮ରେ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ବିଶ୍ୱବ୍ୟାପୀ ୧୫ରୁ ୬୪ ବର୍ଷ ବୟସର ପ୍ରାୟ ୧୯.୨ କୋଟି ଲୋକ ମନୋରଞ୍ଜନ ପାଇଁ ଗଞ୍ଜେଇ ସେବନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ୧୮ରୁ ୨୫ ବର୍ଷ ବୟସର ଯୁବଗୋଷ୍ଠୀଙ୍କ ସଂଖ୍ୟା ପ୍ରାୟ ୩୫ ପ୍ରତିଶତ। କିନ୍ତୁ ୨୬ ବର୍ଷ କିମ୍ବା ଊର୍ଦ୍ଧ୍ୱ ବୟସର ମାତ୍ର ୧୦ ପ୍ରତିଶତ ଏହି ନିଶା ସେବନ କରିଥାନ୍ତି। ଅର୍ଥାତ କିଶୋରମାନେ ଅଧିକ ମାତ୍ରାରେ ଗଞ୍ଜେଇ ବ୍ୟବହାର କରିଥାନ୍ତି। ଏହାର ସେବନ ମସ୍ତିଷ୍କକୁ କିପରି ପ୍ରଭାବିତ କରେ ସେ ନେଇ ଜର୍ନାଲ ଅଫ୍‌ ସାଇକୋଫାର୍ମାକୋଲୋଜି, ନ୍ୟୁରୋସାଇକୋଫାର୍ମାକୋଲୋଜି ଏବଂ ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ନ୍ୟୁରୋସାଇକୋଫାର୍ମାକୋଲୋଜିରେ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।
ଜଣାପଡ଼ିଛି, ଟେଟ୍ରାହାଇଡ୍ରୋକାନାବିନୋଲ (ଟିଏଚ୍‌ସି) ଗଞ୍ଜେଇରେ ଥିବା ମୁଖ୍ୟ ସାଇକୋଆକ୍ଟିଭ୍‌ ପଦାର୍ଥ। ଏହା ମସ୍ତିଷ୍କର ଏଣ୍ଡୋକାନାବିନୋଏଡ୍‌ ସିଷ୍ଟମ (ଗଞ୍ଜେଇରେ ଥିବା ରାସାୟନିକ ପଦାର୍ଥ ସହ ପ୍ରତିକ୍ରିୟା କରୁଥିବା ରିସେପ୍ଟର) ଉପରେ କାର୍ଯ୍ୟ କରିଥାଏ। ମସ୍ତିଷ୍କର ପ୍ରିଫ୍ରୋଣ୍ଟାଲ ଏବଂ ଲିମ୍ବିକ୍‌ ଭାଗରେ ଗଞ୍ଜେଇର ରିସେପ୍ଟର ରହିଥାଏ। ଡୋପାମାଇନ୍‌, ଗାମା-ଆମିନୋବ୍ୟୁଟ୍ରିକ୍‌ ଏସିଡ୍‌ (ଗାବା) ଆଦି କେମିକାଲ ନିର୍ଗତ ହେବା ପାଇଁ ମସ୍ତିଷ୍କକୁ ଯାଉଥିବା ସଙ୍କେତକୁ ତାହା ନିୟନ୍ତ୍ରିତ କରିଥାଏ। ଆମେ ଜାଣୁ ଯେ, ମଣିଷ ଶିଖିବା, ପ୍ରୋତ୍ସାହିତ ହେବା ଆଦି ପାଇଁ ଡୋପାମାଇନ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି ସଜ୍ଞାନାତ୍ମକ ପ୍ରକ୍ରିୟା ଯଥା ଶିଖିଥିବା କଥା ମନେ ରଖିବା, ବୁଝିବା ଆଦି ପ୍ରକ୍ରିୟାରେ ଗାବା ସାମିଲ ହୋଇଥାଏ। ଗଞ୍ଜେଇ ସେବନ ଦ୍ୱାରା ଏହି କେମିକାଲ ଗୁଡ଼ିକ ଅନିୟନ୍ତ୍ରିତ ଭାବେ ମସ୍ତିଷ୍କରେ ନିର୍ଗତ ହେଉଥିବାରୁ ମଣିଷର ଶିଖିବା ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ବୁଝିବା ଶକ୍ତି ବିକଶିତ ହୋଇପାରି ନ ଥାଏ। ବିଶେଷ କରି କିଶୋର ବୟସରେ ପିଲାଙ୍କ ମସ୍ତିଷ୍କରେ ବିକାଶ ପ୍ରକ୍ରିୟା ଜାରିଥିବାବେଳେ ଗଞ୍ଜେଇ ସେବନ ଦ୍ୱାରା ତାହା ବାଧାପ୍ରାପ୍ତ ହୋଇଥାଏ। ଗଞ୍ଜେଇ ବ୍ୟବହାର ଦ୍ୱାରା ତାହା ଅଭ୍ୟାସରେ ପରିଣତ ହେବା ପରେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ସ୍ମୃତି ଶକ୍ତିକୁ କମ୍‌ କରିବା ସହ ଚିନ୍ତାଧାରା ତଥା ଭାବନା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri