କ୍ୟାଣ୍ଡେଲ ହୋଲ୍ଡର୍‌

ଆଲୋକର ପର୍ବ ଦୀପାବଳିରେ ଘରକୁ ସୁନ୍ଦରଭାବେ ସଜାଇବା,
ଦୀପ, କ୍ୟାଣ୍ଡେଲ ଜଳାଇ ଘରକୁ ଆଲୋକମୟ କରିବାକୁ ସମସ୍ତେ ଚାହାନ୍ତି। ତେବେ ଏଥର ଦୀପାବଳିରେ କ୍ୟାଣ୍ଡେଲକୁ ଯଦି କିଛି ଆକର୍ଷଣୀୟ ଡେକୋରେଟିଭ୍‌ କ୍ୟାଣ୍ଡେଲ ହୋଲ୍ଡର ଭିତରେ ଜଳାଇବେ ଦେଖିବେ ଘରର
ସୌନ୍ଦର୍ଯ୍ୟ ନିଶ୍ଚିତଭାବେ ଦ୍ୱିଗୁଣିତ ହୋଇଯିବ।
ଆଉ ଏହାକୁ ନିଜେ ଘରେ ମଧ୍ୟ
ତିଆରି କରିପାରିବେ…

କୁନ୍ଦନ କ୍ୟାଣ୍ଡେଲ ହୋଲ୍ଡର: କାର୍ଡବୋର୍ଡକୁ ଗୋଲାକାରରେ କାଟି ତା’ଉପରେ ରଙ୍ଗବେରଙ୍ଗର କୁନ୍ଦନକୁ ଗୋଲାକାରରେ ସଜାଇ ରଖି ଅବା ନିଜ ଇଚ୍ଛାରେ ସୁନ୍ଦର ଡିଜାଇନ୍‌ରେ ଅଠା ଲଗାନ୍ତୁ। କାର୍ଡ ବୋର୍ଡର ମଝିଭାଗରେ କ୍ୟାଣ୍ଡେଲ ରଖିବା ପାଇଁ ସ୍ଥାନ ଛାଡ଼ିବେ। ଦେଖିବେ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ପ୍ରସ୍ତୁତ ହୋଇଯିବ।
ପ୍ଲାଷ୍ଟିକ ଚାମଚ କ୍ୟାଣ୍ଡେଲ ହୋଲ୍ଡର: ଖୁବ କମ୍‌ ଟଙ୍କା ଖର୍ଚ୍ଚକରି ଆକର୍ଷଣୀୟ କ୍ୟାଣ୍ଡେଲ ହୋଲ୍ଡର ତିଆରି କରିପାରିବେ ପ୍ଲାଷ୍ଟିକ୍‌ ଚାମଚରେ। କିଛି ପ୍ଲାଷ୍ଟିକ ଚାମଚର ହ୍ୟାଣ୍ଡେଲ କାଟି ଦିଅନ୍ତୁ। ତାକୁ ମନପସନ୍ଦର ରଙ୍ଗ ଅବା ଚାହିଁଲେ ଗୋଲ୍ଡେନ୍‌ କଲର୍‌ରେ ପେଣ୍ଟ କରନ୍ତୁ। ଏହାପରେ ଏକ ପ୍ଲାଷ୍ଟିକ ଡବାର ଗୋଲାକାର ଠିପି ଅବା ଗୋଲାକାର କାଠ ଖଣ୍ଡ ଚାରିପଟେ ଏହି ପ୍ଲାଷ୍ଟିକ ଚାମଚକୁ ଅଠାରେ ଲଗାନ୍ତୁ। ପଦ୍ମଫୁଲ ପାଖୁଡ଼ା ପରି ଦୁଇ ତିନୋଟି ଲେୟରରେ ଏହାକୁ ଲଗାନ୍ତୁ। ଦେଖିବେ ଖୁବ୍‌ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ପ୍ରସ୍ତୁତ ହୋଇଯିବ। ଏଥିରେ ଆପଣ ନିଜ ଇଚ୍ଛାନୁସାରେ ଆଉ କିଛି ଡେକୋରେସନ୍‌ ବି କରିପାରିବେ। ଏହି ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ମଝିରେ କ୍ୟାଣ୍ଡେଲ ଜଳାଇଲେ ଘରର ସୌନ୍ଦର୍ଯ୍ୟ ବଢ଼ିଯିବ।
ଶାମୁକା କ୍ୟାଣ୍ଡେଲ ହୋଲ୍ଡର: ଶାମୁକା ସଂଗ୍ରହ କରି ତାକୁ କିଛି ସୁନ୍ଦର ରଙ୍ଗରେ ରଙ୍ଗେଇ ଦିଅନ୍ତୁ। ଏହାପରେ କାର୍ଡବୋର୍ଡକୁ ଗୋଲାକାରରେ କାଟନ୍ତୁ। କାର୍ଡବୋର୍ଡରେ ଅଠା ଲଗାଇ ରଙ୍ଗାଯାଇଥିବା ଶାମୁକାକୁ ପଦ୍ମଫୁଲର ପାଖୁଡ଼ା ପରି ଅନେକ ଲେୟରରେ ଲଗାଇ ଦିଅନ୍ତୁ। ମଝି ଭାଗ ଖାଲି ରଖିବେ ଯେମିତି କି କ୍ୟାଣ୍ଡେଲ ରଖିହେବ।
ସିଡୀ କ୍ୟାଣ୍ଡେଲ ହୋଲ୍ଡର: ଅଦରକାରୀ ସିଡୀକୁ ବ୍ୟବହାର କରି ମଧ୍ୟ ଖୁବ୍‌ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ତିଆରି କରିହେବ। ସିଡୀ ଉପରେ ମାର୍କର ସାହାଯ୍ୟରେ ମନପସନ୍ଦ ଡିଜାଇନ୍‌ର ଆଉଟ ଲାଇନ୍‌ କରନ୍ତୁ। ଏହାପରେ ଅଠାଲଗାଇ ଆଉଟ୍‌ ଲାଇନ୍‌ ଉପରେ ବିଡ୍ସ, କୁନ୍ଦନକୁ ଲଗାଇ ଦିଅନ୍ତୁ। ଚାହିଁଲେ ଗ୍ଲିଟର୍‌ ବି ବ୍ୟବହାର କରିପାରିବେ। କ୍ୟାଣ୍ଡେଲ ରଖିବା ପାଇଁ ମଝିଭାଗ ଖାଲି ରଖିବେ। ଅଠା ଶୁଖିଗଲା ପରେ ଦେଖିବେ କେତେ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ପ୍ରସ୍ତୁତ ହୋଇଛି।
ଚୁଡ଼ି କ୍ୟାଣ୍ଡେଲ ହୋଲ୍ଡର: ସମସ୍ତଙ୍କ ଘରେ ବିଭିନ୍ନ ରଙ୍ଗର ଓ ଡିଜାଇନ୍‌ର ଚୁଡ଼ି ନିଶ୍ଚୟ ଥିବ। ଏଇ ଚୁଡ଼ି ସାହାଯ୍ୟରେ ବି ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ତିଆରି କରିହେବ। ଏଥିପାଇଁ କାଚ ଚୁଡ଼ି ବ୍ୟବହାର କଲେ ଭଲ। ସୁନ୍ଦର ରଙ୍ଗର ପ୍ଲେନ୍‌ ଚୁଡ଼ିକୁ ଗୋଟିକ ଉପରେ ଗୋଟିଏ ଅଠା ସାହାଯ୍ୟରେ ଲଗାନ୍ତୁ। ପ୍ରାୟ ୭-୮ ସେ.ମି. ଉଚ୍ଚତା ପର୍ଯ୍ୟନ୍ତ ଚୁଡ଼ିକୁ ଥାକ କରି ଅଠା ଲଗାଇ ରଖିବେ। ଚାହିଁଲେ ଏହାକୁ ବିଡ୍ସ, ପର୍ଲ ଲଗାଇ ସଜାଇପାରିବେ। ଡିଜାଇନ୍‌ ଚୁଡ଼ି ବି ବ୍ୟବହାର କରିପାରିବେ। ପରେ ଏହା ଭିତରେ କ୍ୟାଣ୍ଡେଲ ରଖି ଜଳାନ୍ତୁ ଦେଖିବେ କେତେ ସୁନ୍ଦର ଦେଖାଯିବ।
ଆର୍ଟିଫିସିଆଲ ଫ୍ଲାଓ୍ବାର ଓ ପର୍ଲ: ସିଡୀ କିମ୍ବା କାର୍ଡବୋର୍ଡକୁ ଗୋଲାକାରରେ କାଟି ତା’ ଉପରେ ସୁନ୍ଦର ସୁନ୍ଦର ଆର୍ଟିିଫିସିଆଲ ଫୁଲ ଓ ପର୍ଲକୁ ଅଠାରେ ଲଗାଇ ମଧ୍ୟ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ତିଆରି କରିହେବ।
ପମ୍‌ ପମ୍‌ କ୍ୟାଣ୍ଡେଲ ହୋଲ୍ଡର: ପମ୍‌ ପମ୍‌ ଦେଖିବାକୁ ବହୁତ କ୍ୟୁଟ୍‌ ଓ ସୁନ୍ଦର। ଗୋଲାକାର କାର୍ଡବୋର୍ଡ ଉପରେ ବିଭିନ୍ନ ରଙ୍ଗର ପମ୍‌ ପମ୍‌କୁ ଗୋଟେ ପରେ ଗୋଟେ ଲେୟାର୍‌ କରି ଅଠାରେ ଲଗାଇ କ୍ୟାଣ୍ଡେଲ ହୋଲ୍ଡର ତିଆରି କରନ୍ତୁ। ଅଧିକ ଡେକୋରେସନ୍‌ ପାଇଁ ପର୍ଲ, ବିଡ୍ସ ବି ବ୍ୟବହାର କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri