ନିର୍ବାଚନ ପରିବର୍ତ୍ତେ ସହମତିରେ ପ୍ରାର୍ଥୀ ଚୟନ: ସୁମିତ ସଭାପତି, ସ୍ନେହଲତା ହେଲେ ସାଧାରଣ ସମ୍ପାଦିକା

ରାଇକିଆ,୧୬ା୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ନିର୍ବାଚନ ପରିବର୍ତ୍ତେ ସହମତି ଭିତ୍ତିରେ ମନୋନୟନ ପ୍ରକ୍ରିୟାରେ ସଭାପତି ଭାବେ ସୁମିତ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ସ୍ନେହଲତା ପ୍ରଧାନ, ଉପସଭାପତି ଭାବେ ଜଗ ମୋହିନୀ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ବାଦଲ ଦିଗାଲ, କ୍ରୀଡା ସମ୍ପାଦକ ଭାବେ ସଜନା ବେହେରା, ନାଟ୍ୟ ଓ ସଂସ୍କୃତି ବିଭାଗ ସମ୍ପାଦକ ଭାବେ ଶାମୁକା ପ୍ରଧାନଙ୍କୁ ମନୋନୀତ କରଯାଇଛି। ଏ ନେଇ ମହାବିଦ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଫଳାଫଳ ପ୍ରକାଶ କରାଯାଇଛି। ଫଳାଫଳ ପ୍ରକାଶ ପରେ ନିଜ ପ୍ରତିକ୍ରିୟାରେ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକୀୟ ଅନୁଯାୟୀ ପ୍ରାଥମିକତା ଭିିତ୍ତିରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସଭାପତି ସୁମିତ୍‌ ପ୍ରକାଶ କରିବା ସହ ଏବିଭିପିକୁ ସମର୍ଥନ ଜଣାଇଥିବା କହିଛନ୍ତି। ଏହି ପରିପ୍ରେକ୍ଷୀରେ ରାଇକିଆ ଭାଜପା ତରଫରୁ ମଧ୍ୟ ନୂତନ ପ୍ରତିନିଧିଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି।

Dharitri – Odisha’s No.1 Odia Daily

Share