ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ହୋଇନି ପ୍ରାର୍ଥୀ ଚୟନ

ବ୍ରହ୍ମପୁର ଅଫିସ,୩ା୩: ବ୍ରହ୍ମପୁର ମହାନଗର ନିଗମ ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ବୁଧବାର ଆରମ୍ଭ ହୋଇଛି। ଉପଜିଲାପାଳଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରଥମ ଦିନ ଜଣେ ବି ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିବା ଜଣାପଡ଼ିଛି। ତେବେ କର୍ପୋରେଟର ନିମନ୍ତେ ୫୮ ଏବଂ ମେୟର ପାଇଁ ୨ଟି ଫର୍ମ ବିକ୍ରି ହୋଇଛି। ଅପରପକ୍ଷରେ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇ ନ ଥିବାରୁ ଉଭୟ ପଦ ଲାଗି ଆଶାୟୀଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଶାସକ ଦଳର ଆଶାୟୀଙ୍କ ସଂଖ୍ୟା ଲମ୍ବିଛି। କାହାକୁ ମନୋନୀତ କରାଯିବ ତାହା ସମସ୍ୟା
ସୃଷ୍ଟି କରିଛି।
ଗଞ୍ଜାମ ଜିଲାରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ସମେତ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଏବଂ ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି ଆଦି ୧୬ ଏନ୍‌ଏସି ରହିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଛି ଓ ଭୋଟ ଫଳାଫଳ ପ୍ରକାଶ ପାଇଛି। ଏବେ ଜିଲାର ୧୮ ସହରାଞ୍ଚଳ ରାଜନୀତି ସରଗରମ ହୋଇଛି। ପଞ୍ଚାୟତ ନିର୍ବାଚନରେ ବିଜେଡିର ସୁନାମି ଦେଖି ବିରୋଧୀ ଦଳ ଛାନିଆ ହୋଇଯାଇଛନ୍ତି ଏବଂ ଉଭୟ କଂଗ୍ରେସ ଓ ଭାଜପାରୁ ପ୍ରାର୍ଥୀ ହେବାକୁ ଅଧିକାଂଶ ପଛଘୁଞ୍ଚା ହେଉଥିବା ବିଭିନ୍ନ ଖଟିରେ ଚର୍ଚ୍ଚା କରାଯାଉଛି।
ମହାନଗରରେ ୨୦୧୩ ପୌର ନିର୍ବାଚନ ବେଳେ ୪୦ ୱାର୍ଡ ଥିଲା। ମେୟର ପଦ ନିମନ୍ତେ ପରୋକ୍ଷ ଭୋଟ ହୋଇଥିଲା। ଚଳିତ ନିର୍ବାଚନରେ ଦୁଇଟି ୱାର୍ଡ ବଢ଼ି ୪୨ ହୋଇଛି। ସହରାଞ୍ଚଳ ଭୋଟରଙ୍କ ସଂଖ୍ୟା ମଧ୍ୟ ୨୦ ହଜାରରୁ ଅଧିକ ବୃଦ୍ଧି ପାଇଛି। ମେୟର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବାରୁ ସବୁ ଦଳର ମହିଳା ପ୍ରାର୍ଥୀଙ୍କ ନିମନ୍ତେ ଚ୍ୟାଲେଞ୍ଜ ହେବାର ସ୍ପଷ୍ଟ ହୋଇଛି।
ବିଜେଡି ନେତାଙ୍କ ସୂଚନାନୁସାରେ କାହାକୁ ମେୟର ପ୍ରାର୍ଥୀ କରାଯିବ ତାହା ରାଜ୍ୟ ସଂଗଠନ ବା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କର୍ପୋରେଟର ପ୍ରାର୍ଥୀ ବିଧାୟକ ବିକ୍ରମ ପଣ୍ଡା ମନୋନୀତ କରିବେ ବୋଲି ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି। ୪୨ ୱାର୍ଡରୁ ଅର୍ଦ୍ଧେକ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାରୁ ଅନେକ ପୂର୍ବତନ ପୁରୁଷ କର୍ପୋରେଟର ଭୋଟ ଲଢ଼େଇରୁ ବଞ୍ଚିତ ହେବେ। କେତେକ ନିଜ ସ୍ତ୍ରୀଙ୍କୁ ପ୍ରୋଜେକ୍ଟ କରୁଥିଲେ ମଧ୍ୟ ଟିକେଟ ମିଳିବାର ଗ୍ୟାରେଣ୍ଟି ନ ଥିବାରୁ ସେମାନେ ବିଦ୍ରୋହୀ ସାଜି ଦଳ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା କରାଯାଉଛି।
ବିଜେଡିର କର୍ପୋରେଟର ତାଲିକା ପ୍ରକାଶ ପରେ ଭାଜପା ପ୍ରାର୍ଥୀ ମନୋନୀତ କରାଯିବ ବୋଲି ବରିଷ୍ଠ ନେତା ତଥା ସାଧାରଣ ନିର୍ବାଚନର ଦଳୀୟ ପ୍ରାର୍ଥୀ କାହ୍ନୁ ଚରଣ ପତି ବୁଧବାର ସୂଚାଇଛନ୍ତି। ୪୨ ୱାର୍ଡ ନିମନ୍ତେ ଭାଜପାରୁ ପ୍ରାର୍ଥୀ ହେବାକୁ ଦେଢ଼ ଶହରୁ ଅଧିକ ଆବେଦନ କରିଥିବା ସେ ଦର୍ଶାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା ନିମନ୍ତେ ସ୍ବତନ୍ତ୍ର ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବା ଜଣେ କର୍ମକର୍ତ୍ତା କହିଛନ୍ତି। ୩ ପ୍ରମୁଖ ଦଳର ମହିଳା ମେୟର ପ୍ରାର୍ଥୀ କେଉଁମାନେ ହେବେ ମହାନଗରରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri