ବିଏମ୍‌ସି ପାଇଁ ଚୂଡ଼ାନ୍ତ ହୋଇନି ୩ ଦଳର ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୬।୩: ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ଶନିବାର ସୁଦ୍ଧା ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ। ତେଣୁ ଆଶାୟୀମାନେ ନିରାଶ ହୋଇଛନ୍ତି ଏବଂ ମୁଖ୍ୟତଃ ବିଜେଡି ଟିକେଟ ଲାଗି ଆବେଦନ କରିଥିବା କର୍ମୀମାନେ ଦଳର ଜିଲା କାର୍ଯ୍ୟାଳୟରେ ଗହଳି କରୁଛନ୍ତି। ଭାଜପାର କାହାକୁ ଟିକେଟ ଦିଆଯିବ ସେଥିନିମନ୍ତେ ଶନିବାର ସନ୍ଧ୍ୟାରେ କାହ୍ନୁ ଚରଣ ପତିଙ୍କ ବାସଭବନରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଗଞ୍ଜାମ ଜିଲା ପ୍ରଭାରୀ ଅଶୋକ ମିଶ୍ର ଯୋଗ ଦେଇଛନ୍ତି। ବୈଠକ ଶେଷରେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବାର ପତି ସୂଚନା ଦେଇଛନ୍ତି। ତେବେ କଂଗ୍ରେସର ପ୍ରାକ୍‌ ପ୍ରସ୍ତୁତି ହୋଇ ନ ଥିବା ଦଳର ଦୁର୍ବଳତାକୁ ପଦାରେ ପକାଇଛି।
ଗଞ୍ଜାମ ଜିଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଆସିଥିଲେ। ଦଳର ଜିଲା କାର୍ଯ୍ୟାଳୟକୁ ବିଧାୟିକା ଓ ବିଧାୟକମାନଙ୍କୁ ଡ଼କାଇଥିଲେ। ହିଞ୍ଜିଳି ମ୍ୟୁନିସିପାଲିଟି ଓ ଆଉ ୧୬ ଏନ୍‌ଏସି ପାଇଁ ନଗରପାଳ ଏବଂ କାଉନ୍‌ସିଲର ପ୍ରାର୍ଥୀ ନିମନ୍ତେ ବିଜେଡି ଟିକେଟ ଲୋକ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ। ଜିଲାର ମୁଖ୍ୟ ସ୍ଥାନ ବ୍ରହ୍ମପୁର ମହାନଗର ନିଗମ ନିମନ୍ତେ କର୍ପୋରେଟର ତାଲିକା ପ୍ରକାଶ ନ କରି ଭୁବନେଶ୍ୱର ଫେରିଥିଲେ।
୪୨ କର୍ପୋରେଟର ପ୍ରାର୍ଥୀ ପାଇଁ ଦୁଇ ଶତାଧିକ ଆଶାୟୀ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ତାଲିକା ଘୋଷଣା ପରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବ ଏବଂ ସେମାନେ ଅନ୍ୟ ଦଳକୁ ଡ଼େଇଁବାର ସୁଯୋଗ ମିଳିବ। ତେଣୁ ନାମାଙ୍କନର ଶେଷ ଦିବସରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବାର ମସୁଧା ଚାଲିଛି।
ବିଜେଡିର ଜଣେ ଦାୟିତ୍ୱସମ୍ପନ୍ନ ନେତାଙ୍କ ସୂଚନାନୁସାରେ ଗୋଟିଏ ଫର୍ମରେ ୪୨ ଜଣଙ୍କ ନଁା ଲେଖାଥିବା ଦଳୀୟ ଟିକେଟ ତାଲିକା ସିଧା ରିଟର୍ନିଂ ଅଫିସରଙ୍କଠାରେ ଦାଖଲ କରାଯିବ। ଶେଷ ଦିବସ ସୋମବାର ଘୋଷଣା ଦ୍ୱାରା ଅସନ୍ତୁଷ୍ଟଙ୍କ ଦଳ ଡ଼ଇଁା ରୋକାଯାଇ ପାରିବ। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ନାମ ଗୋପନ ରଖି ନେତା ଜଣକ କହିଛନ୍ତି। ତେଣୁ ତିନି ଦଳରେ ଅସନ୍ତୋଷର ନିଅଁା ଜଳୁଛି। ବ୍ରହ୍ମପୁର ପୌର ଇତିହାସରେ ଏଭଳି ସମସ୍ୟା ପ୍ରଥମ ହୋଇଥିବା ସଚେତନ ମହଲ କହୁଛନ୍ତି।
ଅପରପକ୍ଷରେ ନାମାଙ୍କନର ଶନିବାର ୪ର୍ଥ ଦିବସରେ ମେୟର ପାଇଁ ୨ ଓ କର୍ପୋରେଟର ନିମନ୍ତେ ୪୪ ଫର୍ମ ବିକ୍ରି ହୋଇଛି। ମେୟର ପଦ ନିମନ୍ତେ ସି. ପ୍ରିୟଙ୍କା ରିଟର୍ନିଂ ଅଫିସରଙ୍କ ଦପ୍ତରରେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କର୍ପୋରେଟର ଲାଗି ୨ନଂ. ଜୋନରୁ ଆରତୀ କୁମାରୀ ଦେବୀ, ୧୮ନଂ. ୱାର୍ଡରୁ ଶ୍ରୀତମ ବିଶୋୟୀ, ୨୧ନଂ. ୱାର୍ଡରୁ ଅଭିମନ୍ୟୁ ଦଳାଇ, ୨୭ନଂ.ରୁ ବିଷ୍ଣୁ ଚରଣ ରଣା, ୨୮ନଂ.ରୁ ଶାନ୍ତି ରଣା, ୨୯ନଂ.ରୁ ମାମାଲି ବେହେରା, ୩୯ନଂ.ରୁ ସାବିତ୍ରୀ ନାୟକ, ୪୦ନଂ.ରୁ ଅରବିନ୍ଦ ମଣ୍ଡଳ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ମନୋନୟନ ପତ୍ର ଯାଞ୍ଚ ଦିନ ସେମାନେ କେଉଁ ଦଳର ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri