ବିଏମ୍‌ସି ପାଇଁ ଚୂଡ଼ାନ୍ତ ହୋଇନି ୩ ଦଳର ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୬।୩: ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ଶନିବାର ସୁଦ୍ଧା ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ। ତେଣୁ ଆଶାୟୀମାନେ ନିରାଶ ହୋଇଛନ୍ତି ଏବଂ ମୁଖ୍ୟତଃ ବିଜେଡି ଟିକେଟ ଲାଗି ଆବେଦନ କରିଥିବା କର୍ମୀମାନେ ଦଳର ଜିଲା କାର୍ଯ୍ୟାଳୟରେ ଗହଳି କରୁଛନ୍ତି। ଭାଜପାର କାହାକୁ ଟିକେଟ ଦିଆଯିବ ସେଥିନିମନ୍ତେ ଶନିବାର ସନ୍ଧ୍ୟାରେ କାହ୍ନୁ ଚରଣ ପତିଙ୍କ ବାସଭବନରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଗଞ୍ଜାମ ଜିଲା ପ୍ରଭାରୀ ଅଶୋକ ମିଶ୍ର ଯୋଗ ଦେଇଛନ୍ତି। ବୈଠକ ଶେଷରେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବାର ପତି ସୂଚନା ଦେଇଛନ୍ତି। ତେବେ କଂଗ୍ରେସର ପ୍ରାକ୍‌ ପ୍ରସ୍ତୁତି ହୋଇ ନ ଥିବା ଦଳର ଦୁର୍ବଳତାକୁ ପଦାରେ ପକାଇଛି।
ଗଞ୍ଜାମ ଜିଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଆସିଥିଲେ। ଦଳର ଜିଲା କାର୍ଯ୍ୟାଳୟକୁ ବିଧାୟିକା ଓ ବିଧାୟକମାନଙ୍କୁ ଡ଼କାଇଥିଲେ। ହିଞ୍ଜିଳି ମ୍ୟୁନିସିପାଲିଟି ଓ ଆଉ ୧୬ ଏନ୍‌ଏସି ପାଇଁ ନଗରପାଳ ଏବଂ କାଉନ୍‌ସିଲର ପ୍ରାର୍ଥୀ ନିମନ୍ତେ ବିଜେଡି ଟିକେଟ ଲୋକ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ। ଜିଲାର ମୁଖ୍ୟ ସ୍ଥାନ ବ୍ରହ୍ମପୁର ମହାନଗର ନିଗମ ନିମନ୍ତେ କର୍ପୋରେଟର ତାଲିକା ପ୍ରକାଶ ନ କରି ଭୁବନେଶ୍ୱର ଫେରିଥିଲେ।
୪୨ କର୍ପୋରେଟର ପ୍ରାର୍ଥୀ ପାଇଁ ଦୁଇ ଶତାଧିକ ଆଶାୟୀ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ତାଲିକା ଘୋଷଣା ପରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବ ଏବଂ ସେମାନେ ଅନ୍ୟ ଦଳକୁ ଡ଼େଇଁବାର ସୁଯୋଗ ମିଳିବ। ତେଣୁ ନାମାଙ୍କନର ଶେଷ ଦିବସରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବାର ମସୁଧା ଚାଲିଛି।
ବିଜେଡିର ଜଣେ ଦାୟିତ୍ୱସମ୍ପନ୍ନ ନେତାଙ୍କ ସୂଚନାନୁସାରେ ଗୋଟିଏ ଫର୍ମରେ ୪୨ ଜଣଙ୍କ ନଁା ଲେଖାଥିବା ଦଳୀୟ ଟିକେଟ ତାଲିକା ସିଧା ରିଟର୍ନିଂ ଅଫିସରଙ୍କଠାରେ ଦାଖଲ କରାଯିବ। ଶେଷ ଦିବସ ସୋମବାର ଘୋଷଣା ଦ୍ୱାରା ଅସନ୍ତୁଷ୍ଟଙ୍କ ଦଳ ଡ଼ଇଁା ରୋକାଯାଇ ପାରିବ। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ନାମ ଗୋପନ ରଖି ନେତା ଜଣକ କହିଛନ୍ତି। ତେଣୁ ତିନି ଦଳରେ ଅସନ୍ତୋଷର ନିଅଁା ଜଳୁଛି। ବ୍ରହ୍ମପୁର ପୌର ଇତିହାସରେ ଏଭଳି ସମସ୍ୟା ପ୍ରଥମ ହୋଇଥିବା ସଚେତନ ମହଲ କହୁଛନ୍ତି।
ଅପରପକ୍ଷରେ ନାମାଙ୍କନର ଶନିବାର ୪ର୍ଥ ଦିବସରେ ମେୟର ପାଇଁ ୨ ଓ କର୍ପୋରେଟର ନିମନ୍ତେ ୪୪ ଫର୍ମ ବିକ୍ରି ହୋଇଛି। ମେୟର ପଦ ନିମନ୍ତେ ସି. ପ୍ରିୟଙ୍କା ରିଟର୍ନିଂ ଅଫିସରଙ୍କ ଦପ୍ତରରେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କର୍ପୋରେଟର ଲାଗି ୨ନଂ. ଜୋନରୁ ଆରତୀ କୁମାରୀ ଦେବୀ, ୧୮ନଂ. ୱାର୍ଡରୁ ଶ୍ରୀତମ ବିଶୋୟୀ, ୨୧ନଂ. ୱାର୍ଡରୁ ଅଭିମନ୍ୟୁ ଦଳାଇ, ୨୭ନଂ.ରୁ ବିଷ୍ଣୁ ଚରଣ ରଣା, ୨୮ନଂ.ରୁ ଶାନ୍ତି ରଣା, ୨୯ନଂ.ରୁ ମାମାଲି ବେହେରା, ୩୯ନଂ.ରୁ ସାବିତ୍ରୀ ନାୟକ, ୪୦ନଂ.ରୁ ଅରବିନ୍ଦ ମଣ୍ଡଳ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ମନୋନୟନ ପତ୍ର ଯାଞ୍ଚ ଦିନ ସେମାନେ କେଉଁ ଦଳର ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୮୦ ମାମଲାର ଫୈସଲା

ଦିଗପହଣ୍ଡି,୧୩।୧୨,(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ...

ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୧୨ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା...

ଜାତୀୟ ଲୋକ ଅଦାଲତ: ୫୮ଟି ବିଭିନ୍ନ ମାମଲାର ଫଇସଲା

ପୁରୁଷୋତ୍ତମପୁର,୧୩।୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାରବିଭାଗିୟ ଅଦାଲତ ପରିଷରରେ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଟିତ ହୋଇଯାଇଛି...

ଜୟଶ୍ରୀ- ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣଦାବି ଜୋର ଧରିଲା, ପ୍ରଶାସନ ନ ଶୁଣିଲେ…

ଗଞ୍ଜାମ,୧୩।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ରାଜପଥ ଜୟଶ୍ରୀ ଛକ ଏବଂ ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣ ଦାବି...

ସ୍କୁଲ ଯାଉଥିବାବେଳେ ଅଧାରାସ୍ତାରେ ଟଳିପଡ଼ିଲେ ଛାତ୍ର: ବାହୁନି ବାହୁନି କାନ୍ଦୁଛନ୍ତି ପରିବାର

ଦିଗପହଣ୍ଡି,୧୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମସ୍ଥିତ ରାଧାମୋହନ ନୋଡାଲ ବିଦ୍ୟାପୀଠର ୭ମ ଶ୍ରେଣୀ ଛାତ୍ର ଆକାଶ କୁମାର ଗୌଡ଼(୧୨) ସ୍କୁଲ...

ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri