ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଫୁ: ପ୍ରାର୍ଥୀପତ୍ର ଦାଖଲ ବେଳେ ଶୋଭାଯାତ୍ରାରେ ଆସୁଛନ୍ତି…

କୁଜଙ୍ଗ,୨୦।୧ (ଡି.ଏନ.ଏ.): କୁଜଙ୍ଗ ବ୍ଲକରେ ସମିତିସଭ୍ୟସଭ୍ୟା ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାକୁ ଆସିବାବେଳେ କୋଭିଡ୍‌ ଗାଇଡଲାଇକୁ ସମ୍ପୂର୍ଣ୍ଣ ଉଲ୍ଲଘଂନ କରିଥିବା ବୁଧବାର ଦେଖିବାକୁ ମିଳିଛି। ଫଳରେ କୁଜଙ୍ଗରେ କୋଭିଡ୍‌ ସଂକ୍ରମଣ ବଢିବା ଆଶଙ୍କା ପ୍ରକାଶ ପାଇଛି। ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ପ୍ରାର୍ଥୀନିମାନେ ୩୦ରୁ ଊର୍ଦ୍ଧ୍ୱ କର୍ମୀ ଓ ଚାରି ଚକିଆ ସହ ଶତାଧିକ ଦୁଇ ଚକିଆ ଗାଡି ଧରି ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ନିକଟକୁ ଆସୁଛନ୍ତି। ବ୍ଲକ କାର୍ଯ୍ୟାଳୟ ପରିସର ଓ ଫାଟକ ସମ୍ମୁଖରେ ହଜାର ହଜାର ଲୋକ ସମବେତ ହେଉଛନ୍ତି। ବୁଧବାର ଏମିତି ଭିଡ ହେଲା ଯେ, ଏକ ନିର୍ଦ୍ଧିଷ୍ଟ ପଞ୍ଚାୟତର ପ୍ରାର୍ଥୀଙ୍କ ଶତାଧିକ ସମର୍ଥକ ଶୋଭାଯାତ୍ରାରେ ଆସି ଭିଡ ଜମାଇବାରୁ ବ୍ଲକ ଓ ତହସିଲ ରାସ୍ତାରେ ଯାତାୟତ ଠପ ହୋଇଯାଇଥିଲା। ଏ ସମ୍ପର୍କରେ ଖବରପାଇ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଘଟଣାସ୍ଥଳରେ ପହଞ୍ଚତ୍ ପୋଲିସ ଡକାଇ ଭିଡ ହଟାଇ ଥିଲେ। ମାତ୍ର ବ୍ଲକ କାର୍ଯ୍ୟାଳୟ ପରିସରରେ କୋଭିଡ ଆଇନକୁ ଉଲ୍ଲଘଂନ କରାଯାଇ ଖଚାଖଚ ଭିଡ ହୋଇଥିଲେ ବି ଉପସ୍ଥିତ ପୋଲିସ ନୀରବ ଦ୍ରଷ୍ଟା ସାଜିଥିଲେ। ଏଥିରୁ ସ୍ପଷ୍ଟ ଅନୁମେୟ ପ୍ରାର୍ଥୀ, ପ୍ରସ୍ଥାବକ, ସମର୍ଥକ ଓ ପ୍ରଶସକ କୋଭିଡ୍‌ ଆଇନକୁ ଫୁ କରି ଛାଲିଛନ୍ତି। ଏ ସମ୍ପର୍କରେ କୁଜଙ୍ଗ ବିଡିଓ ସୌମଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ସେ କହୁଛନ୍ତି, ଯେଉଁଘରେ ପ୍ରାର୍ଥତ୍ପତ୍ର ଦାଖଲ ହେଉଛି ସେ ଘରକୁ କେବଳ ପ୍ରାର୍ଥୀ ଓ ପ୍ରସ୍ତାବକ ସମର୍ଥକଙ୍କୁ ପ୍ରବେଶ ଅନୁମତି ମିଳୁଛି। କାର୍ଯ୍ୟାଳୟ ପରସରରେ ଭିଡ ଏଡାଇବା ଦାୟିତ୍ୱ ତହସିଲଦାରଙ୍କର କହି ନିଜ କାନ୍ଧରୁ ଦାୟିତ୍ୱ ଖସାଇ ଦେଇଥିଲେ।