ମେଣ୍ଟକୁ ନେଇ ଆଶା ଆଶଙ୍କାରେ ପ୍ରାର୍ଥୀ

ଯାଜପୁର,୧୨ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟରେ କ୍ଷମତାସୀନ ବିଜେଡି ଓ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ଏଥର ବୁଝାମଣା ଭିତ୍ତିରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ରାଜ୍ୟସାରା ହୁଲ୍‌ସ୍ଥୂଲ ପଡିଛି। ହେଲେ ଯାଜପୁର ଜିଲାରେ ନିର୍ବାଚନ ଲଢିବାକୁ ଆଶାୟୀ ପ୍ରାର୍ଥୀମାନେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏବେ ଅକଳରେ ପଡିଛନ୍ତି ଦଳ ପରିବର୍ତ୍ତନ କରିଥିବା କେତେଜଣ ଟିକେଟ ଆଶାୟୀ। କାରଣ ଏମାନେ ରାଜନୈତିକ ଦଳ ବଳେଇବାର କେଇ ଦିନ ମଧ୍ୟରେ ରାଜନୀତି ବଦଳିଯିବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ଦଳ ଡିଆଁ ନୁହନ୍ତି, ନୂଆ ସମୀକରଣ ନେଇ ଘର ସଜାଡୁ ଥିବା ନେତାଙ୍କ ମୁଣ୍ଡ ମଧ୍ୟ ଅକଲ ଗୁଡୁମ ହୋଇଥିବା ଚର୍ଚ୍ଚା ହେଉଛି। କେଉଁ ଆଧାରରେ ଆସନ ବୁଝାମଣା ହେବ, ତାହା ସ୍ପଷ୍ଟ ହୋଇ ନ ଥିଲେ ବି କେତେଜଣ ଆଶାୟୀ ଏଥର ନିଶ୍ଚିତ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ କହି ବୁଲୁଛନ୍ତି।
ମେଣ୍ଟ ହେଲେ କେଉଁ ଆସନ କାହା ମୁଣ୍ଡରେ ପଡିବ ତା’ର ପୂର୍ବାନୁମାନ କରି ହେଉନାହିଁ। ତେଣୁ ଆଶାୟୀଙ୍କ ଏଭଳି ଆଶଙ୍କା ହେବା ସ୍ବାଭାବିକ । ଆସନ ବୁଝାମଣାକୁ ଅତୀତ ଘଟଣାକୁ ମନେ ପକାଇଲେ ସୂତ୍ରଟି ହେଉଛି ତେଲିଆ ମୁଣ୍ଡରେ ତେଲ। ପ୍ରାର୍ଥୀଙ୍କ ପତିଆରାକୁ ଦୃଷ୍ଟିରେ ରଖି ଭାଗବଣ୍ଟା ଚୂଡ଼ାନ୍ତ ହୋଇଥାଏ। ଏହାଦ୍ୱାରା ତୃଣମୂଳସ୍ତରର ନେତା ବଳି ପଡନ୍ତି ଏବଂ କେତେଜଣ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ଚମକି ଉଠିଥାଏ। ଏହି କ୍ରମରେ ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଭାଜପାର ପ୍ରଦୀପ ବଳ ସାମନ୍ତ, କୋରେଇ ଭାଜପାରୁ ଆଲେକ୍‌ଜାଣ୍ଡର ଦାସ, ଧର୍ମଶାଳାର ଭାଜପା ନେତା ହିମାଂଶୁ ଶେଖର ସାହୁ, ବିଜେଡିରୁ ନୂତନ କରି ଭାଜପା ଶିବିରକୁ ଯାଇଥିବା ଦେବାଶିଷ ନାୟକ, ବଡ଼ଚଣାରୁ ଭାଜପା ନେତା ଅମର ନାୟକ ପ୍ରମୁଖ ବଳି ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ବିଜେଡିରୁ କୋରେଇ ପୂର୍ବତନ ବିଧାୟକ ଆକାଶ ଦାସନାୟକ ଏଥର ଲୋକଙ୍କ ଅତି ନିକଟତର ହେବାରେ ସକ୍ଷମ ହୋଇ ପାରିଥିବା ମନେ ହେଉଛି। ତେଣୁ ତାଙ୍କ ପାଇଁ ମଧ୍ୟ ଏବେ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ହେଲେ ତାଙ୍କ ସମର୍ଥକମାନେ ଟିକେଟ ମିଳୁ କି ନ ମିଳୁ, ମେଣ୍ଟ ହେଲେ କିଛି ଯାଏ ଆସେ ନୁହେଁ ନିର୍ବାଚନ ମଇଦାନରେ ଠିଆ ହେବା ନିଶ୍ଚିତ ବୋଲି କହି ବୁଲୁଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏନେଇ ଚର୍ଚ୍ଚା ଜୋର ଧରିଛି। ବିଜେିଡିରେ ସେହିପରି ବରୀରୁ ଉଭୟ ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ମଲିକ, ବଡ଼ଚଣାରୁ ଅମର ପ୍ରସାଦ ଶତପଥୀ ଏବଂ କୋରେଇର ବିଧାୟକ ଅଶୋକ ବଳଙ୍କ ମଧ୍ୟରେ ଆଶଙ୍କା ବଢି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri