ପରାଜୟ ପରେ ବୁଲିବୁଲି ଟଙ୍କା ମାଗୁଛନ୍ତି

ଦେଓଗାଁ,୪ା୩(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ଜଣେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀ ଲୋକଙ୍କୁ ଦେଇଥିବା ଟଙ୍କା ମାଗିବାର ଭିଡିଓ ଭାଇରାଲ ହୋଇଛି। ସ୍ତ୍ରୀ ପରାଜିତ ହେବା ପରେ ସ୍ବାମୀ କିଛି ସମର୍ଥକଙ୍କୁ ଧରି ପଞ୍ଚାୟତ ଅଧୀନ ନୁଆପାଲି ଗାଁକୁ ଯାଇଥିଲେ। ସେଠାରେ ଘର ଘର ବୁଲି ଲୋକଙ୍କୁ ଟଙ୍କା ମାଗିଥିଲେ। ଏହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି।

ଏପରିକି ଭିଡିଓରୁ ଏକ କ୍ରିକେଟ ଟୁର୍ନାମେଣ୍ଟକୁ ମୁଖ୍ୟ ଅତିଥି ହୋଇ ଯାଇଥିବା ସମୟରେ ଦେଇଥିବା ୫ ହଜାର ଟଙ୍କା ଫେରସ୍ତ ମାଗିଥିଲେ। ଉକ୍ତ ଟିମ୍‌ର ସଦସ୍ୟମାନେ ୫ ହଜାର ସହ ତେଲ ଖର୍ଚ୍ଚ ବାବଦକୁ ୫ ହଜାର ଏକ ଶହ ଟଙ୍କା ପ୍ରାର୍ଥିନୀଙ୍କ ସ୍ବାମୀଙ୍କୁ ଫେରାଇଥିବା ଭିଡିଓରୁ ଜଣାପଡୁଛି। ଅନୁରୂପ ଭାବେ ବଡବାହାଲ ପଞ୍ଚାୟତରେ ମଧ୍ୟ ଜନୈକ ପରାଜିତ ସମିତି ସଭ୍ୟ ପ୍ରାର୍ଥୀ ସମର୍ଥକଙ୍କ ସହ ଟଙ୍କା ମାଗିିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରତ୍ନ ସିଂହାସନକୁ ବିଜେ କରିବେ ଚତୂର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧୨।୭: ଆଜି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ । ଚତୂର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିବେ। ତିନି ଠାକୁରଙ୍କ ଗୋଟି ପହଣ୍ଡି ସନ୍ଧ୍ୟାରେ ଅନୁଷ୍ଠିତ...

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ହଡ଼ପ ଅଭିଯୋଗ

ସୋନପୁର,୬।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ଥିବା ପିଇଜି(ପ୍ରାଇଭେଟ ଏଣ୍ଟରପ୍ରେନ୍ୟୁୟର ଗୋଡାଉନ୍‌) ଅରିଗାଁରେ ଅନିୟମିତତା ହୋଇଛି। ଗୋଦାମରେ ଥିବା ସରକାରଙ୍କ ପ୍ରାୟ ୧୦ହଜାର...

ଦୂର ହେଉନି ଦମକଳ ଦ୍ୱନ୍ଦ୍ୱ

ବଇଣ୍ଡା,୭।୯: ନିଆଁ ଗିଳୁଛି ଘର। ଆଖି ଆଗରେ ଜଳିଯାଉଛି ବର୍ଷ ବର୍ଷର ସମ୍ପତ୍ତି। ପ୍ରତିବର୍ଷ ସର୍ବସ୍ବାନ୍ତ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ପରିବାର। ନିକଟରେ ଅଗ୍ନିଶମ କେନ୍ଦ୍ରଟିଏ...

ଆଜି ପୂର୍ବାହ୍ନ ୧୧ଟାରେ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର,୨୨।୬: ଚଳିତବର୍ଷ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ଗତ ୧୮ତାରିଖରେ ଦେଇଥିବା ରାୟର ପୁନର୍ବିଚାର କରିବା ପାଇଁ ଏକାଧିକ ଆବେଦନ...

ମଙ୍ଗଳରେ ଜୀବନ ସନ୍ଧାନ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦-୧୧:ମଙ୍ଗଳରେ ଜୀବନ ସନ୍ଧାନକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ ବ୍ରହ୍ମପୁରର...

ବୁର୍ଲା ଭୀମସାର ମେଡିକାଲରୁ ୫ ଦଲାଲ ଗିରଫ: ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ନେଉଥିଲେ ଟଙ୍କା

ସମ୍ବଲପୁର, ୨୬।୯ (ବ୍ୟୁରୋ)- ଦଲାଲଙ୍କ କବଳରେ ରାଜ୍ୟର ବିଭିନ୍ନ ମେଡିକାଲ। ଗୁରୁବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିସରରୁ ପୋଲିସ ୫ଜଣ ଦଲାଲଙ୍କୁ ଗିରଫ କରିଛି...

ସହାୟତା ଦାବି କଲା କଳାକାର ସଂଘ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜ ଏନଏସି ସହରାଞ୍ଚଳରେ ଥିବା କଳାକାରଙ୍କୁ ଚିହ୍ନଟ କରାଯାଇ ନାହିଁ। ଏଥିଯୋଗୁ ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି।...

୧ରୁ ଚାଲିଛି ଠିକାଦାର ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ଅଧାପନ୍ତରିଆ ହୋଇ ପଡ଼ିଛି କାର୍ଯ୍ୟ

ନୟାଗଡ଼ ଅଫିସ,୨୦।୧୧-ନୟାଗଡ଼ ସହରରେ ନିର୍ମାଣାଧୀନ ଅତ୍ୟାଧୁନିକ ବଲାଙ୍ଗୀ ପାର୍କର କାର୍ଯ୍ୟ ୧୮ ଦିନ ହେଲାଣି ବନ୍ଦ ରହିଛି। ସେହିଭଳି ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ମଧ୍ୟ ବନ୍ଦ...

Advertisement
Archives

Model This Week