ନିରାଶ ହେଲେ ଆଶାୟୀ

ଫୁଲବାଣୀ ଅଫିସ, ୧୪ା୩: କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ କିଏ ହାତେଇବେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ଶେଷରେ ବାଲିଗଡ଼ା ୧୫ ନମ୍ବର ଜୋନ ବିଜେଡି ପ୍ରାର୍ଥୀ ନନ୍ଦିନୀ ମଳିକ ଏହି ପଦବୀ ହାତେଇବାରେ ସକ୍ଷମ ହୋଇଛନ୍ତି। ଆଗରୁ ଏହି ପଦବୀ ଲାଗି ଦାବିଦାର କୁହାଯାଉଥିବା ଜୟଶ୍ରୀ କହଁରଙ୍କୁ ନିରାଶ ହେବାକୁ ପଡିଛି। ଜୟଶ୍ରୀ ଚଳିତ ନିର୍ବାଚନରେ ଦ୍ୱିତୀୟ ଥର ଲାଗି ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ।

ଜିଲା ପଞ୍ଚାୟତ ଭବନଠାରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ହୋଇଥିଲା । ଜିଲାର ମୋଟ ୧୮ ଜିଲା ପରିଷଦ ଜୋନରେ ବିଜେଡି ୧୩ଟି ଜୋନ ଅକ୍ତିଆର କରିଥିଲା। ତେଣୁ ବିଜେଡି ଜିଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଥିଲା। ବିଜେଡି ପକ୍ଷରୁ ନନ୍ଦିନୀ ମଳିକ, କଂଗ୍ରେସ ପକ୍ଷରୁ ଦୀପିକା ମାଝି ଜିଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଦାଖଲ କରିଥିଲେ।

ନନ୍ଦିନୀଙ୍କୁ ୧୩ଟି ଭୋଟ ମିଳିଥିବା ବେଳେ ଦୀପିକା ୪ଟି ଭୋଟ ପାଇଥିଲେ । ଗୋଟିଏ ନାକଚ ହୋଇଥିଲା  । ଶେଷରେ ନନ୍ଦିନୀ ଏହି ପଦବୀ ଲାଗି ନିର୍ବାଚିତ ହୋଇଥିଲେ । ନନ୍ଦିନୀଙ୍କ ଘର ବାଲିଗୁଡା ବ୍ଲକ ରେବିଙ୍ଗିଆରେ  । ପୂର୍ବରୁ ସେ ସମିତି ସଭ୍ୟା, ସରପଞ୍ଚ ଏବଂ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ସୂଚନାଯୋଗ୍ୟ, ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି ୧୮ଟି ଜୋନରୁ ୧୩ଟି ସିଟ ନିଜ ସପକ୍ଷରେ ନେଇଥିବା ବେଳେ କଂଗ୍ରେସ ୩ଟି ଏବଂ ଭାଜପା ୨ଟି ଜୋନରେ ନିର୍ବାଚନ ଜିତିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମିରୁ ଫେରୁଥିବାବେଳେ କାମୁଡିଲା ସାପ, ମେଡିକାଲ ନେବାବେଳେ ଚାଲିଗଲା ଜୀବନ, ପରିବାର ଅସହାୟ

ଥୁଆମୂଳ ରାମପୁର, ୨୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧୀନ ସମାପଲା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସାପ…

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଭୁବନେଶ୍ୱର,୨୩।୫: OERC ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରକି…

ଧନୁଯାତ୍ରା ତୋରଣ ଭାଙ୍ଗିବାକୁ ନେଇ ବଢୁଛି ଅସନ୍ତୋଷ: ଘଟଣା: ଥାନାରେ ଏତଲା ଦେଲେ ପୌରାଧ୍ୟକ୍ଷା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ ଭାଙ୍ଗି…

ସାହୁ ସମାଜର ମୁହୁନି ବଂଶର ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟକ୍ରମ

କେସିଙ୍ଗା,୨୫।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସିସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତୈଲିକ ହଳଦିଆ ସାହୁ ସମାଜର ମୁହୁନି ବଂଶର ଏକତା ପାଇଁ ଏକ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ତଦନ୍ତ ପାଇଁ ଜିଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ…

ଚଳନ୍ତା ଟ୍ରେନରୁ ଖସିପଡିଲେ ବ୍ୟାଙ୍କ କର୍ମଚାରୀ, ଡାକ୍ତରଖାନା ନେବା ରାସ୍ତାରେ…

ଗୁଣପୁର,୨୫।୫( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ ସରକାର କଲେ ବଡ଼ ଘୋଷଣା, ୩ରାଜ୍ୟରେ….

ନୂଆଦିଲ୍ଲୀ,୨୫।୫: ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଅଭାବ ସମ୍ପର୍କରେ ସରକାରଙ୍କ ସୂଚନା ସାମ୍ନାକୁ ଆସିଛି । ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ବର୍ତ୍ତମାନ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ୨ ରିକ୍ସା ଚାଳକ ଗୁରୁତର

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri