ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ

କେନ୍ଦୁଝର, ୧୩।୩(ଡିଏନ୍‌ଏ): ରାଜ୍ୟର ବିଭିନ୍ନ ପୌରପାଳିକା ଓ ଅଧିସ୍ବୀକୃତି କ୍ଷେତ୍ର ବା ଏନ୍‌ଏସିରେ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାବେଳେ ରାଜ୍ୟର ଅନ୍ୟତମ ପୁରାତନ ତଥା ୭୦ବର୍ଷର ପୌରପାଳିକା କେନ୍ଦୁଝରଗଡ ପୌର ପରିଷଦରେ ନିର୍ବାଚନରେ ଚଳିତ ଥର ସିଧାସଳଖ ଅଧ୍ୟକ୍ଷା ନିର୍ବାଚନ ଏବେ ଜୋର ଧରିଛି ା ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବାବେଳେ ୧୪ ତାରିଖ ପ୍ରତ୍ୟାହାରର ଶେଷ ଦିବସ ରହିଛି। ହାତଗଣତିରେ ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ଏବେ ଘରକୁ ଘର ବୁଲି ଅଧ୍ୟକ୍ଷା ପ୍ରାର୍ଥତ୍ନୀମାନେ ଲୋକଙ୍କୁ ଭେଟୁଥିବା ଜଣାପଡିଛି।
ପୌରପାଳିକାରେ ମୋଟ ୨୧ଟି ୱାର୍ଡ ଥିବାବେଳେ ଭୋଟରଙ୍କ ସଂଖ୍ୟା ୪୪,୧୮୬ ରହିଛି। ପ୍ରତିଦ୍ୱନ୍ଦ୍ୱିତାରେ ମୋଟ ୫ଜଣ ପ୍ରାର୍ଥତ୍ନୀ ଥିବାବେଳେ ମୁଖ୍ୟତଃ ବିଜେଡି-ଭାଜପା ଓ କଂଗ୍ରେସ ପ୍ରାର୍ଥତ୍ନୀଙ୍କ ସଂପର୍କରେ ଭୋଟର ବିଶେଷ ଆଲୋଚନା କରୁଥିବା ଜଣାପଡିଛି। ଏକ ରାଜନୈତିକ ପରିବାରର ଝିଅ ଓ ବୋହୂ ହେଉଛନ୍ତି ବିଜେଡିର ପ୍ରାର୍ଥୀ ଅର୍ଚ୍ଚନା ରାଉତ। ସ୍ବାମୀ କୃଷ୍ଣଚନ୍ଦ୍ର ରାଉତ କେନ୍ଦୁଝରଗଡ ପୌରପାଳିକାର ଚାରିଥରର କାଉନସିଲର ଓ ଜଣେ ନିଃସ୍ବାର୍ଥପର ସମାଜସେବୀ ଭାବେ ସୁନାମ ଅର୍ଜନ କରିଛନ୍ତି ସେ। ବାପା ବ୍ୟାସନଗର ପୌର ପରିଷଦର ଉପାଧ୍ୟକ୍ଷ ରହି କାର୍ଯ୍ୟ କରିଛନ୍ତି ା ଜଣେ ସରଳ ମହିଳା ଓ ଗୃହିଣୀ ଭାବେ ସେ ଦାୟିତ୍ୱ ସମ୍ପାଦନ କରି ପରିବାର ଓ ନିଜ ସମର୍ଥକମାନଙ୍କୁ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ନିକୁ ସାହୁ ଏବେ ପ୍ରତିଦ୍ୱନ୍ଦ୍ୱିତାର ଦୌଡରେ ରହିଥିବାବେଳେ ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରର ସେ ବୋହୁ ା ଭାଜପାର ସମର୍ଥକ, ନିଜ ଶୁଭେଚ୍ଛୁ ଓ ସାଧାରଣ ଲୋକଙ୍କ ସହ ସେ ବିଭିନ୍ନ ୱାର୍ଡକୁ ଯାଇ ଭୋଟରଙ୍କୁ ଭେଟୁଛନ୍ତି ା କଂଗ୍ରେସ ଦଳର ପ୍ରାର୍ଥତ୍ନୀ ପ୍ରାଚୀବାଳା ସାହୁ ଶେଷ ସମୟରେ କଂଗ୍ରେସ ଦଳରୁ ଟିକେଟ ପାଇ ପ୍ରଚାରକୁ ଓହ୍ଲାଇ ଥିବାବେଳେ ତାଙ୍କ ଶ୍ୱଶୁର ଡାକ୍ତର ଉଦୟନାଥ ସାହୁ କେନ୍ଦୁଝରଗଡ ପୌରପାଳିକାର ସିଧାସଳଖ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri