ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଏକ ନିଆରା ଢଙ୍ଗରେ ଆରମ୍ଭ କରିଛନ୍ତି ପ୍ରଚାର। ଯାହାକୁ ନେଇ ଏବେ ପୂରା ଚର୍ଚ୍ଚାରେ ରହିଛନ୍ତି ସେ । ସାରା ରାଜ୍ୟ ଏବେ ଗରମରେ ଡହଳ ବିକଳ ହେଉଥିବା ବେଳେ ଦୁର୍ଗାଚରଣ ଏହାକୁ ଖାତିର ନ କରି ଖାଲି ପାଦରେ ବୁଲି ବୁଲି ଭୋଟରଙ୍କ ପାଖକୁ ଯାଉଛନ୍ତି। ସେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଉଦଳା ବଜାର ଏବଂ ଏନଏସିର ବିଭିନ୍ନ ଅଞ୍ଚଳରେ ଖାଲି ପାଦରେ ଗରମ ପିଚୁ ରାସ୍ତାରେ ଚାଲି ଚାଲି ଦୋକାନ ବୁଲିବା ସହିତ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟଭିକ୍ଷା କରିଥିଲେ।