କର୍କଟରୋଗ ଓ ନିରାକରଣ

ଡା. ରଣଜିତ୍‌ କର
ଆମ ଦେଶ ତୁଳନାରେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ରୋଗ ଅଧିକ ଦେଖିବାକୁ ମିଳେ। ଆମ ଦେଶରେ ଜରାୟୁ, ମୁଖ କର୍କଟ ରୋଗ ପଛକୁ ନାରୀମାନଙ୍କର ହେଉଥିତ୍ବା କ୍ୟାନ୍‌ସର ମଧ୍ୟରେ ଏହା ୨ୟ ସ୍ଥାନରେ ଥିଲା କିନ୍ତୁ ଏବେ ଏହାର ଆଶଙ୍କା ପ୍ରଥମ ବୋଲି ଜଣାପଡ଼ିଛି। ପ୍ରତ୍ୟେକ ୩ ମିିନିଟ୍‌ରେ ଜଣେ ନାରୀକୁ ସ୍ତନ କର୍କଟ ରୋଗ ହୋଇଥାଏ।
କାରଣ: ଯେଉଁମାନେ ବିଳମ୍ବରେ ବିବାହ କରନ୍ତି ଏବଂ ଡେରିରେ ଗର୍ଭଧାରଣ କରନ୍ତି, ପିଲାଙ୍କୁ ସ୍ତନ୍ୟପାନ ନ କରାଇ ବୋତଲ କ୍ଷୀର ଦିଅନ୍ତି ସେମାନଙ୍କୁ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ।
ଲକ୍ଷଣ: ସ୍ତନରେ, କାଖରେ, ବେକରେ ଗେଟା ହେବା, ନିପୁଲ୍‌ରୁ ରକ୍ତ ଯିବା ସ୍ତନ କର୍କଟର ଲକ୍ଷଣ। ହେଲେ ପରୀକ୍ଷା ନ କରାଇ ଚିକିତ୍ସା ଆରମ୍ଭ କରିବା ଠିକ୍‌ ନୁହେଁ। ଛୁଞ୍ଚତ୍ ପରୀକ୍ଷା (ଏଫ.ଏନ.ଏ.ସି) ବା ବାୟୋପ୍ସି ଟେଷ୍ଟ ଏବଂ ଅନ୍ୟାନ୍ୟ ପରୀକ୍ଷା କରି ସ୍ତନ କର୍କଟ ହୋଇଛି ବୋଲି ଜାଣିବା ପରେ ଚିକିତ୍ସା ଆରମ୍ଭ କରାଯାଏ। ଏହି କର୍କଟ ସ୍ତନରୁ ଅସ୍ଥି, ଫୁସ୍‌ଫୁସ୍‌, ଯକୃତ ଏବଂ ମସ୍ତିଷ୍କ ଆଦି ଅଙ୍ଗକୁ ଲସିକା ନଳୀ ବା ରକ୍ତ ନଳୀ ଦ୍ୱାରା ବ୍ୟାପେ।
ଚିକିତ୍ସା: ଥରେ କର୍କଟ ରୋଗ ପ୍ରମାଣ ହେଲେ ଆବଶ୍ୟକତା ଅନୁଯାୟୀ ଶଲ୍ୟ ଚିକିତ୍ସା, କେମୋଥେରାପି ଚିକିତ୍ସା ଏବଂ ବିକିରଣ ଚିକିତ୍ସା, ହରମୋନ୍‌ ଥେରାପି ଚିକିତ୍ସା, ବାୟୋଥେରାପି କିମ୍ବା ଟାର୍‌ଗେଟେଡ୍‌ କେମୋଥେରାପି ଚିକିତ୍ସା କରାଯାଇଥାଏ। ଅଧିକ ସୁଫଳ ଯୋଗୁ ଏବେ ବ୍ରେଷ୍ଟ୍‌ କରଭେସନ୍‌ ସର୍ଜରି ବହୁ ଲୋକପ୍ରିୟ ହେଲାଣି। ମାତ୍ର ଏଥିରେ ବିକିରଣ ଚିକିତ୍ସା ବା ଲେଜର ଥେରାପି ସୁନିଶ୍ଚିତ। ସାଧାରଣତଃ ବିକିରଣ ଚିକିତ୍ସା ୫ ରୁ ୬ ସପ୍ତାହ ପର୍ଯ୍ୟନ୍ତ ଦିଆଯାଇଥାଏ। ଆଜିକାଲି ନୂଆ ପଦ୍ଧତିରେ ବିକିରଣ ଚିକିତ୍ସା ବାହାରିଲାଣି। ସେଥିରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ।
କେମୋଥେରାପି ତିନି ସପ୍ତାହରେ ଥରେ ଦିଆଯାଇଥାଏ। ଥକା ଥକା ଲାଗିବା, ବାନ୍ତି ଲାଗିବା, ଜ୍ୱର ଆସିବା ଏବଂ ବାଳ ଉପୁଡିଯିବା, ଏସବୁ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ। ଏସବୁ ଲକ୍ଷଣ ଠିକ୍‌ ଭାବରେ ଦେଖି ଔଷଧ ଦେଲେ ଭଲ ହୋଇଥାଏ। ହର୍‌ମୋନ୍‌ସ ଟାବ୍‌ଲେଟ୍‌ କିମ୍ବା ଇଂଜେକ୍ସନ ୫ ବର୍ଷ ପର୍ଯ୍ୟନ୍ତ ଦିଆଯାଇଥାଏ। ଥରେ ଚିକିତ୍ସା ସରିବା ପରେ ରେସ୍‌ପନ୍ସ ଇଭାଲୁଏସନ୍‌ ଟେଷ୍ଟ୍‌ କରାଯାଇଥାଏ। ପ୍ରତି ତିନି ମାସ ବ୍ୟବଧାନରେ ଦୁଇବର୍ଷ ପଯର୍ର୍‌ୟନ୍ତ, ଛଅ ମାସ ଅନ୍ତରରେ ୫ ବର୍ଷ ପର୍ଯ୍ୟନ୍ତ, ବର୍ଷକୁ ଥରେ ଥରେ ଦଶ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା କରାଯାଏ। ସ୍ତନ କର୍କଟ ରୋଗରୁ ମଧ୍ୟ ଆରୋଗ୍ୟଲାଭ କରିବାର ସମ୍ଭାବନା ରହିଛି କିନ୍ତୁ ଏହି ରୋଗକୁ ଠିକ୍‌ ସମୟରେ ନିରୂପଣ କରି ଚିକିତ୍ସା ଆରମ୍ଭ କରିବା ଜରୁରୀ। ବତ୍ତର୍ର୍ମାନ ଏଚ.ସି.ଜି. ପଣ୍ଡା କ୍ୟାନ୍‌ସର ହସ୍‌ପିଟାଲ, କଟକରେ ଶଲ୍ୟ ଚିକିତ୍ସା, କେମୋଥେରାପି, ବିକିରଣ ଚିକିତ୍ସା, ହର୍‌ମୋନ୍‌ ଚିକିତ୍ସା, ସବୁ ଚିକିତ୍ସାର ସୁବିଧା ଅଛି।
-ସିନିଅର କନସଲଟାଣ୍ଟ, ରେଡିଏସନ୍‌ ଅଙ୍କୋଲୋଜି, ଏଚ୍‌ସିଜି ପଣ୍ଡା କ୍ୟାନ୍ସର ହସ୍‌ପିଟାଲ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri