ଓଡ଼ିଶାର ୪ ଆଇନଜୀବୀଙ୍କ ନାମ କଲେଜିୟମ୍‌ର ସୁପାରିସ

କଟକ ଅଫିସ, ୧।୨: ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଏନ୍‌.ଭି. ରାମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍‌ ସୋମବାର ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପାଇଁ ୧୭ଜଣଙ୍କ ନାମ ସୁପାରିସ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟ ପାଇଁ ୪, ଆନ୍ଧ୍ରପ୍ରଦେଶ ୭ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ ଲାଗି ୬ଜଣଙ୍କ ନାମ ରହିଛି। ଏଥିସହ ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ କାର୍ଯ୍ୟ କରୁଥିବା ମୁନିଶ୍ୱର ନାଥ ଭଣ୍ଡାରୀଙ୍କୁ ମାଡ୍ରାସ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କେନ୍ଦ୍ରକୁ ସୁପାରିସ କରିଛନ୍ତି। ଗତ ୨୯ ତାରିଖରେ ଅନୁଷ୍ଠିତ ସୁପ୍ରିମ୍‌କୋର୍ଟ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ଆଇନଜୀବୀ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ, ରମଣ ମୁରାହାରୀ ଓରଫ ଏମ୍‌.ଏସ୍‌. ରମଣଙ୍କ ନାମ ସୁପାରିସ କରାଯାଇଛି। ଉପରୋକ୍ତ ୪ଜଣ ବିଚାରପତିଙ୍କ ନାମକୁ ଯଦି କେନ୍ଦ୍ର ସରକାର ଅନୁମୋଦନ ଦିଅନ୍ତି ଏବଂ ପରେ ଏହାକୁ ରାଷ୍ଟ୍ରପତି ମୋହର ମାରନ୍ତି ତେବେ ଓଡ଼ିିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୨ ହେବ। ଓଡ଼ିିଶା ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ରହିଥିବାବେଳେ ଏବେ ୧୮ ଜଣ ବିଚାରପତି ଅଛନ୍ତି। ୪ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ମାମଲା ଫଇସଲାରେ ବିଶେଷ ସହାୟକ ହେବ।
ସୂଚନାଯୋଗ୍ୟ, ଆଇନଜୀବୀ ଭି. ନରସିଂହ ହେଉଛନ୍ତି ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଭି. ଗୋପାଳ ସ୍ବାମୀଙ୍କ ପୁତ୍ର। ସେ ଆୟକର, ସର୍ଭିସ୍‌ ଲ’, କମର୍ସିଆଲ, ଫୌଜଦାରି, ଦେୱାନୀ ଓ ସାମ୍ବିଧାନିକ ମାମଲା ପରିଚାଳନା କ୍ଷେତ୍ରରେ ଦକ୍ଷତା ହାସଲ କରିଛନ୍ତି। ସେ ସିବିଆଇ ଓକିଲ ଭାବେ ମଧ୍ୟ ଅନେକ ମାମଲା ପରିଚାଳନା କରିଛନ୍ତି। ସେହିପରି ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ ହେଉଛନ୍ତି ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭଗବାନ ଶତପଥୀଙ୍କ ପୁତ୍ର। ସେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ଶେଷ କରିବା ପରେ ସ୍ବର୍ଗତ ଅଶୋକ ମହାପାତ୍ରଙ୍କ ଅଧୀନରେ ଓକିଲାତି ପେସା ଆରମ୍ଭ କରିଥିଲେ। ସେହିପରି ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ମଧ୍ୟ ଜଣେ ବିଶିଷ୍ଟ ଆଇନଜୀବୀ। ସେ ହାଇକୋର୍ଟରେ ବହୁ ମାମଲା ପରିଚାଳନା କରିଛନ୍ତି। ଆଇନଜୀବୀ ରମଣ ମୁରାହାରୀ ଓରଫ୍‌ ଏମ୍‌.ଏସ୍‌. ରମଣ ଜଣେ ବିଶିଷ୍ଟ ଟ୍ୟାକ୍ସ ଲୟର୍‌। ସେ ପୂର୍ବରୁ ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌ରେ ବହୁ ମାମଲା ଦକ୍ଷତାର ସହ ପରିଚାଳନା କରିଛନ୍ତି। ଏଥିସହ ସେ ସେଲ୍‌ସ ଟ୍ୟାକ୍ସ ଉପରେ ଅନେକ ବହି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?