କେନାଲ କଂକ୍ରିଟ ରାସ୍ତା ନିମ୍ନମାନର ଅଭିଯୋଗ

ଖଇରା, ୧୪ା୨(ଡି.ଏନ.ଏ.) ଭଦ୍ରକ କେନାଲ ଡିଭିଜନ ତଥା ଖଇରା ସବ୍‌ଡିଭିଜନ ଅନ୍ତର୍ଗତ ଗୋପାଳପୁର ମାଇନରର ଗର୍ସଙ୍ଗ ନିକଟରେ କେନାଲ ପାର୍ଶ୍ୱରେ ଚାଲିଥିବା କଂକ୍ରିଟ ରୋଡ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ସହକାରୀ ଯନ୍ତ୍ରୀଙ୍କଠରେ ଲିଖିତ ଅଭିଯୋଗ କରିଛନ୍ତି ା ଠିକାଦାର ବଳପୂର୍ବକ ରାସ୍ତା ନିର୍ମାଣ କରିବା ପରେ ଶତାଧିକ ଗ୍ରାମବାସୀ ଶନିବାର ରାସ୍ତାକାମକୁ ବନ୍ଦ କରିଛନ୍ତି।
ଏହି କାମର ଭିଜିଲାନ୍ସ ତଦନ୍ତ ପାଇଁ ଅଲେଖ ସେଠୀ, ଗୌରାଙ୍ଗ ସେଠୀ, ପଞ୍ଚାନନ ସ୍ବାଇଁ, ବାବାଜୀ ସ୍ବାଇଁ, ଶିବପ୍ରସାଦ ସେଠୀ, ହରିହର ସ୍ବାଇଁ ଓ ଦୈତାରୀ ସେଠୀ ପ୍ରମୁଖ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ କେନାଲ ରାସ୍ତାରେ ଯାତାୟାତ ସୁବିଧା ନିମନ୍ତେ ୫ଶହ ମିଟର ପାଇଁ ଆନୁମାନିକ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ା ଅନ୍ୟୁନ ୭ଦିନ ତଳେ ରାସ୍ତାକାମ ଆରମ୍ଭ କରାଯାଇଥିବା ବେଳେ ଏହା ନିମ୍ନମାନର ହେଉଛି। ସମୟ ଅତିକ୍ରାନ୍ତ ହୋଇଯାଇଥିବା ସିମେଣ୍ଟ ଓ ନିମ୍ନମାନର ଚିପ୍ସ ବ୍ୟବହାର କରାଯାଉଥିବା ନେଇ ଗ୍ରାମବାସୀ କହିବା ସହ ଏହି ପୁରୁଣା ସିମେଣ୍ଟ ବ୍ୟାଗ ଦେଖାଇଛନ୍ତି ା ଏବେ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ପଦବୀ ୧ବର୍ଷ ଧରି ଖାଲି ପଡିଥିବାରୁ ଦାୟିତ୍ୱରେ ଥିବା ମାର୍କୋଣା ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ ଠିକ୍‌ ଭାବେ କାର୍ଯ୍ୟ ତଦାରଖ କରୁ ନ ଥିବା ଅଭିଯୋଗକାରୀମାନେ କହିଛନ୍ତି। ସେପଟେ ପ୍ରଥମେ ଆରମ୍ଭରୁ ୧ଶହ ମିଟର ରାସ୍ତା ୯ଫୁଟ ଓସାର କରୁଥିବା ବେଳେ ଗ୍ରାମବାସୀ ଆପତ୍ତି କରିବା ପରେ ବାକି ରାସ୍ତା ୧୨ଫୁଟ ଓସାର କରାଯାଉଛି। ପ୍ରଥମେ ହୋଇଥିବା ଶହେ ମିଟର କରିବାକୁ ବିଭାଗ ମନା କରୁଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଖଇରା ସବଡିଭିଜନ କନିଷ୍ଠଯନ୍ତ୍ରୀ ଦେବୀପ୍ରସାଦ ମହାନ୍ତିଙ୍କୁ ଯୋଗାଯୋଗ କରିବାରେ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ୯ ଫୁଟ ବଦଳରେ ୧୨ ଫୁଟ କରାଯାଇଛି। ବାକି ଅଭିଯୋଗଗୁଡିକ ସମ୍ପର୍କରେ ସୋମବାର ସତ୍ୟାସତ୍ୟ ଅନୁସନ୍ଧାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri