ଭାରତ ଉପରେ କଟକଣା ଲଗାଇପାରେ କାନାଡା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୧୬ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ତୀବ୍ର ହେବାରେ ଲାଗିଛି। ନୂଆଦିଲ୍ଲୀ ସୋମବାର କାନାଡାରୁ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ ବରିଷ୍ଠ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିବା ସହ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା। ନିଜ୍ଜାର ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ଭାରତ ବିରୋଧରେ କାନାଡା କଟକଣା ଲଗାଇପାରେ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ମେଲାନି ଜୋଲି ସୂଚନା ଦେଇଛନ୍ତି। କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱ ଦେଇ ସେ ଭାରତକୁ ତଦନ୍ତରେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି। କୂଟନୈତିକ ସମ୍ପର୍କରେ
ତିକ୍ତତା ବଢ଼ୁଥିବାରୁ କାନାଡାରେ ଥିବା ୪ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ର ଏବଂ ଉଭୟ ଦେଶର ଭିଜା ଆଶାୟୀଙ୍କ ଚିନ୍ତା ବଢ଼ିଛି। ଗତବର୍ଷ ପ୍ରଥମ ୧୦ ମାସରେ ଭାରତ ଓ କାନାଡା ମଧ୍ୟରେ ବାଣିଜ୍ୟ ୮.୨ ବିଲିୟନ ଡଲାର ଥିଲା। ପୂର୍ବବର୍ଷ ତୁଳନାରେ ଏହା ୧୮.୮୪ ପ୍ରତିଶତ ଅଧିକ। ଗତବର୍ଷ ଭାରତ କାନାଡାକୁ ୪.୧ ବିଲିୟନ ଡଲାର ମୂଲ୍ୟର ପଣ୍ୟ ରପ୍ତାନି କରିଥିଲା। ରପ୍ତାନି ସାମଗ୍ରୀ ମଧ୍ୟରେ ରହିଛି ଖାଦ୍ୟଶସ୍ୟ, ଅଟା, ଷ୍ଟାର୍ଚ, ଦୁଗ୍ଧଜାତ ପଦାର୍ଥ, ଅପ୍‌ଟିକାଲ, ଫଟୋ, ଟେକ୍‌ନିକାଲ ଏବଂ ମେଡିକାଲ ଉପକରଣ, ଷ୍ଟୋନ୍‌, ପ୍ଲାଷ୍ଟର, ସିମେଣ୍ଟ, ଆଜବେଷ୍ଟସ୍‌ ଏବଂ ବିଭିନ୍ନ ରାସାୟନିକ ପଦାର୍ଥ। ଅନ୍ୟପକ୍ଷରେ ଭାରତ କାନାଡାରୁ ଘଣ୍ଟା, ଡେଏରି ଉତ୍ପାଦ, ଅଣ୍ଡା, ମହୁ, ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା, ଉପକରଣ ଓ ଯନ୍ତ୍ରାଂଶ, ମାଛ, ମାଂସ ଓ ସାମୁଦ୍ରିକ ଖାଦ୍ୟ ଆମଦାନୀ କରିଥାଏ। କଟକଣା ଲାଗିଲେ ଉଭୟ ଦେଶର ବାଣିଜ୍ୟ ପ୍ରଭାବିତ ହେବା ସହ ଅର୍ଥନୀତି କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଭାରତ ବିରୋଧରେ କଟକଣା ଲାଗୁ କରିବା ସମ୍ଭାବନା ସହ ସବୁକିଛି ବିଚାରାଧୀନ ରହିଥିବା ଜୋଲି ସୂଚନା ଦେବା ପରେ ଭାରତ-କାନାଡା କୂଟନୈତିକ ବିବାଦ ଆହୁରି ତୀବ୍ର ହୋଇଛି। ଖଲିସ୍ତାନୀ ନେତା ନିଜ୍ଜାରଙ୍କୁ ଗତବର୍ଷ ଜୁନ୍‌ରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ସହ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର କହିବା ପରେ ଉତ୍ତେଜନା ବଢ଼ିଥିଲା। ଟ୍ରୁଡୋଙ୍କ ଅଭିଯୋଗର ଜବାବରେ ଭାରତ ଏହାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ସେଠାରୁ ଭାରତୀୟ ହାଇକମିଶନ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିଥିଲା। ହତ୍ୟା ମାମଲାର ତଦନ୍ତ ଚାଲିଥିବାରୁ ଭାରତୀୟ କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରାଗଲା ବୋଲି କାନାଡା କହିଛି। ତେବେ ହତ୍ୟାରେ ସମ୍ପୃକ୍ତି ଅଭିଯୋଗକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଆସିଛି।
କାନାଡା ନାଗରିକଙ୍କୁ ଆକ୍ରମଣ କରିବା ପାଇଁ ଭାରତ ଏହାର କୂଟନୀତି ଏବଂ ସଂଗଠିତ ଅପରାଧକୁ ବ୍ୟବହାର କରୁଥିବା ଟ୍ରୁଡୋ ଅଭିଯୋଗ ଆଣିଛନ୍ତି। ଫଳରେ କାନାଡା ଜନସାଧାରଣ ନିଜ ମାଟିରେ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଏହା ନୂଆଦିଲ୍ଲୀର ବଡ଼ ଭୁଲ୍‌ ବୋଲି ଟ୍ରୁଡୋ କହିଛନ୍ତି। ଅନ୍ୟପକ୍ଷରେ ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ନିଜ୍ଜାର ହତ୍ୟା ସମ୍ପର୍କରେ କାନାଡା ସରକାର ଭାରତକୁ ନିର୍ଭରଯୋଗ୍ୟ ପ୍ରମାଣ ଦେଇଥିବା ଦାବି ଠିକ୍‌ ନୁହେଁ ବୋଲି ନୂଆଦିଲ୍ଲୀ କହିଛି। କାନାଡା ସରକାର ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଟାର୍ଗେଟ କରୁଥିବା ଏକ ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଡିଭର୍ସରେ ଖୁସିରେ ବିଭୋର ବାପା, ନାଚଗୀତରେ ଝୁମିଲେ ପୂରା ପରିବାର

ମିରଟ,୬ା୪: ଜଣେ ଝିଅ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିଲେ ସାଧାରଣ ଭାବେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥାଏ। ତେବେ ଉତ୍ତରପ୍ରଦେଶର ମିରଟରେ ଛାଡ଼ପତ୍ର ଦେଇ…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri