ବୋଲେରୋକୁ କରିଦେଲେ କ୍ୟାମ୍ପର

ଢେଙ୍କାନାଳ ଅଫିସ, ୨୬।୭ ଢେଙ୍କାନାଳ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ କାର୍ଯ୍ୟାଳୟରେ ଗାଡ଼ି ପଞ୍ଜୀକରଣରେ ବଡ଼ ଧରଣର ତ୍ରୁଟି ହୋଇଛି। ଭଲ୍ୟୁମ୍‌ ବୁକରେ ଏକ ବୋଲେରୋକୁ ଯାତ୍ରୀବାହୀ ଗାଡ଼ି ଦର୍ଶାଯାଇଥିବାବେଳେ ପ୍ରଦାନ କରାଯାଇଥିବା ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌ ସ୍ମାର୍ଟକାର୍ଡରେ ଏହାକୁ କ୍ୟାମ୍ପର (ଡାଲାଯୁକ୍ତ ପିକ୍‌ଅପ୍‌ ଭ୍ୟାନ) ବୋଲି ଦର୍ଶାଯାଇଛି। ଏଭଳି ବିଭାଗୀୟ ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଦିଆଯାଉ ନ ଥିବାରୁ ଦୀର୍ଘ ୯ବର୍ଷ ହେଲା ଗାଡ଼ି ଅବ୍ୟବହୃତ ହୋଇ ପଡ଼ିରହିଛି। ଗୋଟିଏ ପଟେ ଗାଡ଼ିଟି ବ୍ୟବସାୟରେ ଲାଗି ପାରୁ ନ ଥିବାବେଳେ ଅନ୍ୟପଟେ ମାଲିକଙ୍କ ଉପରେ ଋଣ ଭାର ବଢ଼ିଚାଲିଥିବା ଅଭିଯୋଗ ହୋଇଛି।
ଢେଙ୍କାନାଳ ସହର ଅମଲାପଡ଼ା ଅଞ୍ଚଳର ଗାଡ଼ି ମାଲିକ ଅକ୍ଷୟ କୁମାର ପ୍ରଧାନଙ୍କ କହିବା କଥା, ସେ ଉକ୍ତ ବୋଲେରୋ (ନଂ. ଓଆର୍‌ ୦୬-ଏଫ୍‌-୬୯୭୯)କୁ ୨୦୦୫ରେ କିଣିଥିଲେ। ୨୦୦୫ ନଭେମ୍ବର ୩୦ରେ ଆର୍‌ଟିଓ ଅଫିସରେ ଏହାର ରେଜିଷ୍ଟ୍ରେଶନ ହୋଇଥିଲା। ରାଜ୍ୟ ସରକାରଙ୍କ ଆଞ୍ଚଳିକ ପରିବହନରେ ଥିବା ଭେହିକିଲ ପର୍ଟିକୁଲାରରେ ଗାଡ଼ିକୁ ୮ସିଟ୍‌ ବିଶିଷ୍ଟ ବୋଲେରୋ ବୋଲି ଉଲ୍ଲେଖ କରାଯାଇଥିଲା। ଆର୍‌ଟିଓ ଅଫିସରେ ଥିବା ଭଲ୍ୟୁମ ଅନୁଯାୟୀ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପ୍ରସ୍ତୁତ କରାଯିବା କଥା। ହେଲେ ଏଥିରେ ବ୍ୟତିକ୍ରମ ହୋଇଛି। ସବୁଠାରୁ ବଡ଼କଥା, ୨୦୦୫ରୁ ୨୦୧୩ ଯାଏ ଏକ ଯାତ୍ରାବାହୀ ଗାଡ଼ିକୁ କ୍ୟାମ୍ପର ଦର୍ଶାଇ ନିୟମିତ ଭାବେ ଟିକସ୍‌ ଆଦାୟ କରି ଫିଟ୍‌ନେସ୍‌ ଦିଆଯାଇଛି। ୨୦୧୩ ପରେ ହଠାତ୍‌ ଆର୍‌ଟିଓରୁ ଉକ୍ତ ଗାଡ଼ିର ଫିଟ୍‌ନେସ ସାର୍ଟିଫିକେଟ ପ୍ରଦାନ କରିବା ବନ୍ଦ କରିଦିଆଯାଇଛି। ଫଳରେ ଗାଡ଼ି ଘରେ ପଡ଼ିରହିଛି। ଋଣ କିପରି ପରିଶୋଧ ହେବ ସେହି ଚିନ୍ତାରେ ଦିନ କଟୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ବାଧ୍ୟ ହୋଇ ଆଇନରେ ଆଶ୍ରୟ ନେବେ ବୋଲି ଅକ୍ଷୟ କହିଛନ୍ତି। ଜିଲା ସଦର ମହକୁମାରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଭଳି ତ୍ରୁଟି ଯୋଗୁ ଜଣେ ଗାଡ଼ି ମାଲିକ ଦୀର୍ଘ ୯ବର୍ଷ ହେଲା ମାନସିକ ଚାପରେ ଅଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ମୋଟରଯାନ ନିରୀକ୍ଷକ ଦେବାଶିଷ ସ୍ବାଇଁ କୁହନ୍ତି, ଗାଡ଼ି ରେଜିଷ୍ଟ୍ରେଶନ ସମୟରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦ୍ୱାରା ଏଭଳି ତ୍ରୁଟି ହୋଇଛି। ଗାଡିର ଭଲ୍ୟୁମ୍‌ ବହି ଅନୁସାରେ ରେଜିଷ୍ଟ୍ରେଶନ ସ୍ମାର୍ଟ ସାର୍ଟିଫିକେଟ୍‌ ପ୍ରଦାନ କରିବା କଥା। ତାହା ହୋଇନାହିଁ। କିଛି ଦିନ ତଳେ ଗାଡି ମାଲିକ ଆସି ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଆବେଦନ କଲେ ସଂଶୋଧନ କରିଦିଆଯିବ ବୋଲି ତାଙ୍କୁ କୁହାଯାଇଥିବା ମୋଟରଯାନ ନିରୀକ୍ଷକ ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri