ବୋଲେରୋକୁ କରିଦେଲେ କ୍ୟାମ୍ପର

ଢେଙ୍କାନାଳ ଅଫିସ, ୨୬।୭ ଢେଙ୍କାନାଳ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ କାର୍ଯ୍ୟାଳୟରେ ଗାଡ଼ି ପଞ୍ଜୀକରଣରେ ବଡ଼ ଧରଣର ତ୍ରୁଟି ହୋଇଛି। ଭଲ୍ୟୁମ୍‌ ବୁକରେ ଏକ ବୋଲେରୋକୁ ଯାତ୍ରୀବାହୀ ଗାଡ଼ି ଦର୍ଶାଯାଇଥିବାବେଳେ ପ୍ରଦାନ କରାଯାଇଥିବା ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌ ସ୍ମାର୍ଟକାର୍ଡରେ ଏହାକୁ କ୍ୟାମ୍ପର (ଡାଲାଯୁକ୍ତ ପିକ୍‌ଅପ୍‌ ଭ୍ୟାନ) ବୋଲି ଦର୍ଶାଯାଇଛି। ଏଭଳି ବିଭାଗୀୟ ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଦିଆଯାଉ ନ ଥିବାରୁ ଦୀର୍ଘ ୯ବର୍ଷ ହେଲା ଗାଡ଼ି ଅବ୍ୟବହୃତ ହୋଇ ପଡ଼ିରହିଛି। ଗୋଟିଏ ପଟେ ଗାଡ଼ିଟି ବ୍ୟବସାୟରେ ଲାଗି ପାରୁ ନ ଥିବାବେଳେ ଅନ୍ୟପଟେ ମାଲିକଙ୍କ ଉପରେ ଋଣ ଭାର ବଢ଼ିଚାଲିଥିବା ଅଭିଯୋଗ ହୋଇଛି।
ଢେଙ୍କାନାଳ ସହର ଅମଲାପଡ଼ା ଅଞ୍ଚଳର ଗାଡ଼ି ମାଲିକ ଅକ୍ଷୟ କୁମାର ପ୍ରଧାନଙ୍କ କହିବା କଥା, ସେ ଉକ୍ତ ବୋଲେରୋ (ନଂ. ଓଆର୍‌ ୦୬-ଏଫ୍‌-୬୯୭୯)କୁ ୨୦୦୫ରେ କିଣିଥିଲେ। ୨୦୦୫ ନଭେମ୍ବର ୩୦ରେ ଆର୍‌ଟିଓ ଅଫିସରେ ଏହାର ରେଜିଷ୍ଟ୍ରେଶନ ହୋଇଥିଲା। ରାଜ୍ୟ ସରକାରଙ୍କ ଆଞ୍ଚଳିକ ପରିବହନରେ ଥିବା ଭେହିକିଲ ପର୍ଟିକୁଲାରରେ ଗାଡ଼ିକୁ ୮ସିଟ୍‌ ବିଶିଷ୍ଟ ବୋଲେରୋ ବୋଲି ଉଲ୍ଲେଖ କରାଯାଇଥିଲା। ଆର୍‌ଟିଓ ଅଫିସରେ ଥିବା ଭଲ୍ୟୁମ ଅନୁଯାୟୀ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପ୍ରସ୍ତୁତ କରାଯିବା କଥା। ହେଲେ ଏଥିରେ ବ୍ୟତିକ୍ରମ ହୋଇଛି। ସବୁଠାରୁ ବଡ଼କଥା, ୨୦୦୫ରୁ ୨୦୧୩ ଯାଏ ଏକ ଯାତ୍ରାବାହୀ ଗାଡ଼ିକୁ କ୍ୟାମ୍ପର ଦର୍ଶାଇ ନିୟମିତ ଭାବେ ଟିକସ୍‌ ଆଦାୟ କରି ଫିଟ୍‌ନେସ୍‌ ଦିଆଯାଇଛି। ୨୦୧୩ ପରେ ହଠାତ୍‌ ଆର୍‌ଟିଓରୁ ଉକ୍ତ ଗାଡ଼ିର ଫିଟ୍‌ନେସ ସାର୍ଟିଫିକେଟ ପ୍ରଦାନ କରିବା ବନ୍ଦ କରିଦିଆଯାଇଛି। ଫଳରେ ଗାଡ଼ି ଘରେ ପଡ଼ିରହିଛି। ଋଣ କିପରି ପରିଶୋଧ ହେବ ସେହି ଚିନ୍ତାରେ ଦିନ କଟୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ବାଧ୍ୟ ହୋଇ ଆଇନରେ ଆଶ୍ରୟ ନେବେ ବୋଲି ଅକ୍ଷୟ କହିଛନ୍ତି। ଜିଲା ସଦର ମହକୁମାରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଭଳି ତ୍ରୁଟି ଯୋଗୁ ଜଣେ ଗାଡ଼ି ମାଲିକ ଦୀର୍ଘ ୯ବର୍ଷ ହେଲା ମାନସିକ ଚାପରେ ଅଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ମୋଟରଯାନ ନିରୀକ୍ଷକ ଦେବାଶିଷ ସ୍ବାଇଁ କୁହନ୍ତି, ଗାଡ଼ି ରେଜିଷ୍ଟ୍ରେଶନ ସମୟରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦ୍ୱାରା ଏଭଳି ତ୍ରୁଟି ହୋଇଛି। ଗାଡିର ଭଲ୍ୟୁମ୍‌ ବହି ଅନୁସାରେ ରେଜିଷ୍ଟ୍ରେଶନ ସ୍ମାର୍ଟ ସାର୍ଟିଫିକେଟ୍‌ ପ୍ରଦାନ କରିବା କଥା। ତାହା ହୋଇନାହିଁ। କିଛି ଦିନ ତଳେ ଗାଡି ମାଲିକ ଆସି ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଆବେଦନ କଲେ ସଂଶୋଧନ କରିଦିଆଯିବ ବୋଲି ତାଙ୍କୁ କୁହାଯାଇଥିବା ମୋଟରଯାନ ନିରୀକ୍ଷକ ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri