ବରଗଡ ସହରରେ ପ୍ରଶାସନର ଉଚ୍ଛେଦ ଅଭିଯାନ: ଉପରେ ଶାନ୍ତ, ଭିତରେ କୁହୁଳୁଛି

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ରହିଛି। ତେବେ ପ୍ରଶାସନିକ ଉଦାସୀନତା ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ବର୍ତ୍ତମାନ ସୁଦ୍ଧା ଏହି ରାସ୍ତାରୁ ଜବରଦଖଲ ଉଚ୍ଛେଦ ହୋଇପାରିନାହିଁ। ଅନ୍ୟପଟେ ଏହି ରାସ୍ତାର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ବୁଧବାର ମାମଲାର ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଥିବାବେଳେ ସେଥିପ୍ରତି ସହରବାସୀଙ୍କ ନଜର ରହିଛି। ତେବେ ସହରବାସୀଙ୍କ ଦୀର୍ଘବର୍ଷର ଦାବି ରହିଆସିଥିବା ଟ୍ରାଫିକ୍‌ ସମସ୍ୟା ବହୁଳ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତା ଜବରଦଖଲ ଉଚ୍ଛେଦ ହୋଇପାରି ନ ଥିବାବେଳେ ସହରର ଅନ୍ୟ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନକୁ ଜୋରଦାର କରାଯାଇଛି। ଗତ କିଛିଦିନ ତଳେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକରୁ ଭଟଲି ଛକ ରାସ୍ତା ସମେତ ବିଭିନ୍ନ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ହୋଇଥିବାବେଳେ ସୋମବାର ଗାନ୍ଧୀ ଛକରେ ଉଚ୍ଛେଦ କରାଯାଇଥିଲା। ଅନୁରୂପ ଭାବେ ରବିବାର ବରଗଡ଼ ଟାଉନ ଥାନା ସମ୍ମୁଖରୁ ଲେଙ୍ଗୁ ମିଶ୍ର ଛକ ଏବଂ ଜେଲ୍‌ ରାସ୍ତାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି ସମୟରେ ଆଇନ ଅବମାନନା କରି ଉଚ୍ଛେଦ ଚାଲିଥିବା ଅଭିଯୋଗ କରି ଉତ୍ତେଜନା ଦେଖାଯାଇଥିଲା। ବର୍ତ୍ତମାନ ମଧ୍ୟ ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଏହି କ୍ରମରେ ସୋମବାର ସହରର ରାଜନୈତିକ, ବ୍ୟବସାୟିକ ଆଦି ବର୍ଗ ସମେତ ସାଧାରଣ ଲୋକେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉଚ୍ଛେଦ ପ୍ରକ୍ରିୟାରେ ଅଦାଲତଙ୍କ ଆଦେଶ, ଗାଇଡ୍‌ ଲାଇନକୁ ଅବମାନନା କରା ନ ଯାଉ ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି। ଅନ୍ୟପଟେ ସହରର ବିକାଶ ତଥା ଟ୍ରାଫିକ୍‌, ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ଆଇନ ଅନୁଯାୟୀ ଉଚ୍ଛେଦ ପ୍ରକ୍ରିୟା ଚାଲିଛି ଏବଂ ଏଥିରେ ସହରବାସୀ ସହଯୋଗ କରିବାକୁ ଜିଲାପାଳ ଗୋୟଲ ଅନୁରୋଧ କରିଛନ୍ତି।
ପ୍ରକାଶ ଯେ, ରବିବାର ଟାଉନ ଥାନା ଛକ ସମ୍ମୁଖରେ ଉଚ୍ଛେଦ ହୋଇଥିଲା। ସେଥିରେ ତତ୍କାଳୀନ ରିଜିଓନାଲ ଇମ୍‌ପ୍ରୁଭମେଣ୍ଟ ଟ୍ରଷ୍ଟ ତଥା ବର୍ତ୍ତମାନ ମ୍ୟୁନିସିପାଲିଟି ଅଧୀନରେ ରହିଥିବା ଗୃହ ଗୁଡ଼ିକ ଧୂଳିସାତ୍‌ ହୋଇଥିଲା। ଏହାସହିତ ଅନେକ ବ୍ୟବସାୟିକ ଦୋକାନ ଗୃହ ମଧ୍ୟ ମାଟିରେ ମିଶିଯାଇଥିଲା। ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ କଂଗ୍ରେସ ନେତା ସ୍ବର ଉତ୍ତୋଳନ କରିବା ପରେ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ଏହାସହିତ ରାସ୍ତା ଅବରୋଧ କରିଥିବା କଂଗ୍ରେସ ନେତାଙ୍କ ଅନେକ ସମର୍ଥକଙ୍କୁ ମଧ୍ୟ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା ଏବଂ ପରେ ଛାଡ଼ି ଦେଇଥିଲା। ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିଜେଡ଼ି ସମେତ ଅନ୍ୟ କିଛି ନାଗରିକ ମଧ୍ୟ ବେଆଇନ ଦର୍ଶାଇଥିଲେ ଏବଂ ସୋମବାର ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ସମାଜ ଏବଂ ସହରର ବିକାଶ ପାଇଁ ମ୍ୟୁନିସିପାଲିଟି ଭଳି ସଂସ୍ଥା ଗଠିତ ହୋଇଥିଲା। ସେହିପରି ବ୍ୟବସାୟିକ, ଆବାସିକ ଏଭଳି ଆଦି ଦୃଷ୍ଟିକୋଣରୁ ସହରାଞ୍ଚଳକୁ ବିଭକ୍ତ କରାଯାଇଛି। କିନ୍ତୁ ବରଗଡ଼ ସହରର ବିଭିନ୍ନ ଦିଗକୁ ନେଇ ସହରରେ ବର୍ତ୍ତମାନ ଯେଭଳି ଉଚ୍ଛେଦ ଚାଲିଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ଏହା ଲୋକଙ୍କ ମାନବିକ ଅଧିକାରକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ଉଚ୍ଛେଦସ୍ଥଳୀରେ ସହରର କିଭଳି ବିକାଶ ପ୍ରକଳ୍ପ ହେବ, ସେଥିପାଇଁ କିଭଳି ଯୋଜନା ରହିଛି, ତାହା ଏପର୍ଯ୍ୟନ୍ତ ସହରବାସୀଙ୍କୁ ଅବଗତ କରାଯାଇନାହିଁ। ଅନ୍ୟପଟେ ରିଜିଓନାଲ ଇମ୍‌ପ୍ରୁଭମେଣ୍ଟ ଟ୍ରଷ୍ଟ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରିଥିବା ଦୋକାନଗୃହକୁ ଉଚ୍ଛେଦ କରାଯାଇଛି। ଏଭଳି ଦୂରଦୃଷ୍ଟିହୀନତା ଆଦୌ ଗ୍ରହଣୀୟ ନୁହେଁ ବୋଲି ଆଚାର୍ଯ୍ୟ କହିଛନ୍ତି। ସେହିପରି କଂଗ୍ରେସ ନେତା ନିପନ କୁମାର ଦାଶ କହିଛନ୍ତି, ଆଇନ ପରିଧି ମଧ୍ୟରେ ରହି ପ୍ରଶାସନ କାମ କରୁ । ହାଇକୋର୍ଟ, ସୁପ୍ରିମକୋର୍ଟ ଏବଂ ସରକାରଙ୍କ ଆଦେଶକୁ ଅବମାନନା କରି ଉଚ୍ଛେଦ ସହିତ ଲୋକଙ୍କ ଉପରେ ଅତ୍ୟାଚାର ଆଦୌ ଠିକ୍‌ ନୁହେଁ ଏବଂ ଏହା ବଡ଼ ବିପଦ ବୋଲି ସେ କହିଛନ୍ତି। ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ଜିଲା କଂଗ୍ରେସ ସଭାପତି ହରଦୀପ ସିଂ, ଲିପ୍‌ସିତ ମିଶ୍ର, ଦିଲ୍ଲୀପ ସାୱଡ଼ିଆ, ଶେଖ୍‌ ନଜିମୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri