କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏଥିସହ ସନ୍ଧ୍ୟା ହେଲେ କବାଟ ଖୋଲିବାକୁ ଭୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଗୁରୁବାର ରାତିରେ ମୁଜାଗଡ ରେଞ୍ଜ ସିଧାପଦର ଗ୍ରାମରୁ ଗୋଟିଏ କଲାରାପତରିଆ ବାଘ ଗୋଟିଏ ନବଜାତ ବାଛୁରୀ ଛୁଆକୁ ମାରି ଖାଇଥିଲା କିଛି ଅଂଶ। ବଳକା ଅଂଶକୁ ଏକ ଗଛରେ ରଖିଦେଇ ଚାଲିଯାଇଥିଲା। ଶୁକ୍ରବାର ଏହି ଘଟଣା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ଏଥିସହ ଗତକାଲି ସନ୍ଧ୍ୟାରେ ଘଟଣାସ୍ଥଳରେ ଟ୍ରାପ କ୍ୟାମେରା ଲଗାଯାଇଥିଲା।

ଶନିବାର ସକାଳୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଦେଖିବା ବେଳକୁ ବାଘ ପୁଣି ଆସି ମଲା ବାଛୁରୀର ବଳକା ଅଂଶକୁ ଗଛ ଉପରୁ ନେଇ ଚାଲିଯାଇଥିବା ଜଣାପଡିଛି। କ୍ୟାମେରା ଜଗିଛି କିନ୍ତୁ ବାଘ ମଲା ବାଛୁରୀ ଛୁଆକୁ ନେଇଯାଇଛି। ଘଟଣାରୁ ପ୍ରକାଶ ଯେ, ସିଧାପଦର ଗ୍ରାମରେ ସ୍ମୃତି ରଞ୍ଜନ ଦାସଙ୍କ କୃଷି ଫାର୍ମ ଅଛି। ଗୁରୁବାର ତାଙ୍କର ଗାଈପଲ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ସନ୍ଧ୍ୟାରେ ଗାଈ ପଲ ଫେରିଥିଲେ। କିନ୍ତୁ ଗୋଟିଏ ଗର୍ଭବତୀ ଗାଈ ଫେରି ନ ଥିଲା। ଯାହାକୁ ନେଇ ସ୍ମୃତିରଞ୍ଜନଙ୍କ ଗାଈ ଜଗୁଆଳି ଦ୍ବନ୍ଦରେ ପଡିଥିଲେ। ବିଳମ୍ବିତ ରାତିରେ ଗାଈ ଫେରିଥିଲା। ଏହି ସମୟରେ ଛୁଆ ଜନ୍ମ କରିଥିବା ଜଣାପଡ଼ିଥିଲା। କିନ୍ତୁ ବାଛୁରୀ ଛୁଆ ସାଥିରେ ନ ଥିବା ଜଣାପଡିଥିଲା। ଏହାପରେ ଶୁକ୍ରବାର ପ୍ରତ୍ୟୁଷରେ ଗାଈ ଜଗୁଆଳି ବାଛୁରୀ ଜନ୍ମ ଦେଇଥିବା ଗାଈକୁ ଧରି ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଗାଈ ଯେଉଁଠି ଛୁଆ ଜନ୍ମ କରିଥିଲା ସେଠି ଅଟକି ଥିଲା। କିନ୍ତୁ ଛୁଆ ନ ଥିବା ଦେଖିବାକୁ ମିଳିଥିଲା। ଏହାପରେ ଖୋଜାଖୋଜି କରିବା ପରେ ମଲା ବାଛୁରୀ ଛୁଆଟି ଗୋଟିଏ ଗଛ ଉପରେ ଥିବା ଦେଖିବାକୁ ପାଇଥିଲେ। ଏଥିସହ ଗାଈ ଚରାଳି ସହ ବାଘ ମୁହାଁମୁହିଁ ହୋଇଯାଇଥିଲା। ଏହାପରେ ଗାଈ ଚରାଳି ପାଟି କରିବାରୁ ବାଘ ସେଠାରୁ ଅନ୍ୟତ୍ର ଚାଲି ଯାଇଥିଲା। ଏହାପରେ ଖବର ପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ଅପରପକ୍ଷେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରୁ ବାଘର କିଛି ଚୁଟି, ମଲା ବାଛୁରୀ ର ରକ୍ତ ଜବତ କରି ତଦନ୍ତ ପାଇଁ ପଠାଇଛି। ଏଥିସହ ବାଘର ପାଦ ଚିହ୍ନ ଠାବ କରାଯାଇଛି। ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରା ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଆଜି ହସ୍ତାନ୍ତର କରାଯାଇଛି। କ୍ୟାମେରା ଖୋଲିବା ପରେ ତାହା କଲରାପତରିଆ ବାଘ ବୋଲି ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri